“ହର ହର ତ୍ରିରଙ୍ଗା” ଏବଂ “ବନ୍ଦେ ମାତରମ୍” ୧୫୦ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।
ନୟାଗଡ ( ଇପିଏ ) ନୟାଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାରେ “ହର ହର ତ୍ରିରଙ୍ଗା” ଓ “ବନ୍ଦେ ମାତରମ୍” ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇିଛି। ଜନସାଧାରଣଙ୍କୁ ସଚେତନତା ଓ ଜନସହଭାଗିତାମୂଳକ କାର୍ଯ୍ୟକ୍ରମ ଅଗଷ୍ଟ ୯ ତାରିଖରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଜିଲ୍ଲା ସାରା ଆୟୋଜନ କରାଯିବାପାଇଁ ନିଷ୍ପତି ନିଆଯାଇଛି ।
କାର୍ଯ୍ୟସୂଚୀ ପ୍ରକାରେ ଅଗଷ୍ଟ ୯ ତାରିଖରେ ସ୍ୱଛତା ଅଭିଯାନ,ଅଗଷ୍ଟ ୧୦ ତାରିଖରେ ତ୍ରିରଙ୍ଗା ଆଲୋକି କରଣ, ଅଗଷ୍ଟ ୧୧ ତାରିଖରେ ସରକାରୀ ବେସରକାରୀ ଅନୁଷ୍ଠାନ, ଯୁବଗୋଷ୍ଠୀ, ଜନସାଧାରଣ, ଛାତ୍ର/ଛାତ୍ରୀ, ମିଶନ ଶକ୍ତି ଏସଏଚଜି ମହିଳା, ସ୍ଵୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ନେଇ ବିଶାଳ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା, ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଦୁର୍ଗାପ୍ରସାଦ ଖେଳ ପଡିଆ ପର୍ଯ୍ୟନ୍ତ, ଅଗଷ୍ଟ ୧୪ ତାରିଖରେ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ, ଆଲୋଚନା ଚକ୍ର, ତ୍ରିରଙ୍ଗା ଝୋଟି, ରଙ୍ଗୋଲି କାର୍ଯ୍ୟକ୍ରମ, “ହର ହର ତ୍ରିରଙ୍ଗା” ପୋର୍ଟାଲରେ ସେଲ୍ଫି ଫଟୋ ଉଠାଇ ସେୟାର କରିବା, ଅଗଷ୍ଟ ୧୫ ତାରିଖରେ ଜାତୀୟ ସଙ୍ଗୀତ ଗାନ ପର୍ବରୁ ଜାତୀୟ ଗୀତ “ବନ୍ଦେ ମାତରମ୍ ବୋଲାଜିବ/ବଜାଜିବା ବାଧ୍ୟତାମୂଳକ ଏବଂ ଜାତୀୟ ପତାକାର ସମ୍ମାନଜନକ ପ୍ରଦର୍ଶନୀ ବ୍ୟବହାରକୁ ପ୍ରାଧାନ୍ୟ ଦେବା ପାଇଁ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସଙ୍ଗେ ସଙ୍ଗେ ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଦେଶ ମାତୃକାର ମହତ୍ତ୍ୱପୂର୍ଣ୍ଣ ଅଭିଯାନରେ ସାମିଲ ହେବାପାଇଁ ଜିଲ୍ଲାର ସମସ୍ତଙ୍କୁ ନିବେଦନ କରିଛନ୍ତି ଏବଂ ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନ ଦାସ,ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଲାଗ୍ନଜିତ ରାଉତ,ଉପଜିଲ୍ଲାପାଳ କର୍ଣାଦେବ ସମାଦାର ଓ ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଜାତା ସାହୁ ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
