December 28, 2025
Home » ହରଭଙ୍ଗା ଖଣ୍ଡ ବିଜୟା ଦଶମୀ ଉତ୍ସବ ପାଳନ

ହରଭଙ୍ଗା ଖଣ୍ଡ ବିଜୟା ଦଶମୀ ଉତ୍ସବ ପାଳନ

0
WhatsApp Image 2025-10-10 at 4.47.56 PM

 

ସୁବର୍ଣ୍ଣପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଶତ ବାର୍ଷିକୀ ଉତ୍ସବ ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଖଣ୍ଡ ର ପୁରୁଣାକଟକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଆଜି ସମାରୋପ କାର୍ଯ୍ୟକ୍ରମ 121 ସ୍ୱୟଂସେବକ ଙ୍କୁ ନେଇ, ପୂର୍ଣ୍ଣ ଗଣବେଶ ରେ, ଘୋଷ ବାଦ୍ୟ ସହ, ପୁରୁଣାକଟକ ନଗର ପଥ ସଂଚଳନ, ଭାରତ ମାତା କି ଜୈ ନାରl ଦେଇ, ପ୍ରତି ଘର ସମ୍ମୁଖରେ ରେ ଦୀପ ଓ ପୂର୍ଣ୍ଣ କୁମ୍ଭ ଦ୍ୱାରା ଭବ୍ୟ ସ୍ୱାଗତ ସହ କାର୍ଯ୍ୟକ୍ରମ ହୋଇଥିଲା l ସ୍ୱୟଂସେବକ ଭାଇ ମାନେ 3 ଟି ବ୍ୟୟାମ ଯୋଗ, 3 ଟି ଆସନ, 3 ଟି ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଥିଲେ l ବିଭାଗ ବୌଦ୍ଧିକ ପ୍ରମୁଖ ମାନନୀୟ ଦେବବ୍ରତ ପାଣିଗ୍ରାହୀ, ସଂଘର 1925 ମସିହା ପ୍ରତିଷ୍ଠା ଠାରୁ ଘାତ ପ୍ରତିଘାତ କୁ ଭୃକ୍ଷେପ ନ କରି, ସଂଘ ର କାର୍ଯ୍ୟ ବିସ୍ତାର ର ଉଦାହରଣ ମାନ, ତାଙ୍କ ବୌଦ୍ଧିକ ରେ ରଖିଲେ l ଆଗାମୀ ବର୍ଷ ତମାମ ସଂଘ ସପ୍ତ ସୂତ୍ରୀ କାର୍ଯ୍ୟକ୍ରମ ଓ ପଞ୍ଚ ପରିବର୍ତ୍ତନ ପାଳନ କରିବା ସଙ୍ଗେ ସଙ୍ଗେ, ପର୍ଯ୍ୟlବରଣ କୁ ପ୍ରାଧ୍ୟାନ ଦେଇ, ଫଳ, ଫୁଲ ଓ ଛାଇ ଦେଉଥିବା ଗଛ ହିଁ ରୋପଣ କରିବା ପାଇଁ ଆଗ୍ରହ ରଖିଥିଲେ l ଜନ୍ମଭୂମି ଭାରତ କୁ ସମୃଦ୍ଧି ଶାଳୀ କରିବା ପାଇଁ ଉତ୍ତମ ନାଗରିକ ହିସାବରେ ଆମ ସମସ୍ତ ଙ୍କର କର୍ତ୍ତବ୍ୟ ବିଷୟରେ ସ୍ୱୟଂ ସେବକ ମାନଙ୍କୁ ଅବଗତ କରାଇଥିଲେ l ସମସ୍ତ ସ୍ୱୟଂସେବକ କାର୍ଯ୍ୟକ୍ରମ ପରେ, ମାଟି ଆମର ମା ରେ, ମାଟି ଆମର ମା ର ଗୀତ ରେ ମନ ଖୁସି ରେ ନାଚି ଥିଲେ lକାର୍ଯ୍ୟକ୍ରମରେ ଜିଲ୍ଲା ସଂଘଚାଳକ ମା.ସୂର୍ଯ୍ୟକାନ୍ତ ଦଳବେହେରା, ହରଭଙ୍ଗା ଖଣ୍ଡଚାଳକ ମା. ରାଜକିଶୋର ଅଗ୍ରୱାଲା,ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ବଲାଙ୍ଗୀର ବିଭାଗ ବୌଦ୍ଧିକ ପ୍ରମୁଖ ଶ୍ରୀମାନ ଦେବବ୍ରତ ପାଣିଗ୍ରାହୀ ଓ ପ୍ରାନ୍ତ ଗୋ ସେବା ସଂଯୋଜକ ଲକ୍ଷ୍ମଣ ନାୟକ ଯୋଗଦେଇଥିଲେ । ସର୍ବଶ୍ରୀ ଅମଳ ପ୍ରଧାନ ମୁଖ୍ୟ ଶିକ୍ଷକ , ଶିବରାମ ସାହୁ ପ୍ରାର୍ଥନା ପ୍ରମୁଖ , ବିଜୟକୁମାର ସାହୁ ମଞ୍ଚ ପରିଚାଳନା, ବାଳକୃଷ୍ଣ ନାୟକ ଅତିଥି ପରିଚୟ ଏବଂ ସରୋଜ କୁମାର ଭୋକ୍ତା, ରଘୁନାଥ ଷଡ଼ଙ୍ଗୀ,ଲକ୍ଷ୍ମୀକାନ୍ତ ଯାନୀ, ସର୍ବେଶ୍ଵର କ୍ଷେତୀ,ନିରଞ୍ଜନ ମେହେର,ବିଶ୍ୱପ୍ରକାଶ ସାହୁ , ହର ମହାକୁଡ଼, ସିଦ୍ଧେଶ୍ୱର ପାଢ଼ୀ , କର୍ତ୍ତିକେଶ୍ଵର ସାହୁ, ମୃତ୍ୟୁଞ୍ଜୟ ଭାଇ ଓ ଭଗବାନ ଭାଇ ପ୍ରମୁଖ ସହଯୋଗ କରିଥିଲେ ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *