August 21, 2026
Home » ହାଇଟେକରେ ବିରଳ ଅସ୍ତ୍ରୋପଚାର ସଫଳ ହେଲା

ହାଇଟେକରେ ବିରଳ ଅସ୍ତ୍ରୋପଚାର ସଫଳ ହେଲା

0
WhatsApp Image 2026-02-07 at 4.28.28 PM

ଏକ ବିବାହ ଭୋଜିରେ ତରଳ ନାଇଟ୍ରୋଜେନ୍‌ର ସ୍ନାକ୍ସ କିମ୍ବା ପାନୀୟ ପିଇ ଜଣେ ୩୪ ବର୍ଷିୟ ସଞ୍ଜିବ ତ୍ରିପାଠୀ ନାମକ ଭୁବନେଶ୍ଵର, ଜଗନ୍ନାଥନଗରର ଜଣେ ଯୁବକ ତାଙ୍କ ପେଟ ଫୁଲିଯାଇ ଅତ୍ୟଧିକ ଯନ୍ତ୍ରଣା ହେବାରୁ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ଏମର୍ଜେନ୍ସି ବିଭାଗକୁ ଆସିଥିଲେ । ଯ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସାଙ୍ଗେ ସଙ୍ଗେ ଆଇସିୟୁରେ ଭର୍ତ୍ତି କରାଯିବା ସହ ସମସ୍ତ ପ୍ରକାର ଟେଷ୍ଟ ଏବଂ ସିଟି ସ୍କାନ କରାଯାଇଥିଲା ।

ସିଟି ସ୍କାନ ପରେ ନାଇଟ୍ରୋଜେନ୍ ଗ୍ୟାସ୍‌ର ପ୍ରଭାବରେ ତାଙ୍କ ପେଟରେ ୩ରୁ ୪ ସେମିର ଛିଦ୍ର ହୋଇଯାଇଥିବା ଜଣାପଡିଥିଲା । ରେଗୀର ଜୀବନ ପ୍ରତି ବିପଦ ଥ‌ିବାରୁ ତୁରନ୍ତ ଗ୍ୟାଷ୍ଟ୍ରୋସର୍ଜନ ଡ. ପ୍ରେମାନନ୍ଦ ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ରୋଗୀ ଜଣଙ୍କର ଅସ୍ତ୍ରୋପଚାର କରାଯାଇ ପେଟରେ ଥିବା ଛିଦ୍ରକୁ ବନ୍ଦ କରାଯାଇଥିଲା । ସମୟ ଅନୁସାରେ ପଦକ୍ଷେପ ନିଆଯାଇ ଅସ୍ତ୍ରୋପଚାର କରାଯାଇଥିବାରୁ ରୋଗୀ ଜଣଙ୍କ ବ ିମାନ ସୁସ୍ଥ ଥିବା ସହ ଡ. ପ୍ରେମାନନ୍ଦ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥ‌ିପାଇଁ ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ଯକ୍ଷ ଡଃ ତିରୁପତି ପାଣିଗ୍ରାହୀ ସମସ୍ତ ଡାକ୍ତର ଏବଂ ପରାମେଡିକାଲ ଷ୍ଟାଫ୍‌ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି |

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed