ହାଇଦ୍ରାବାଦ୍ ରେ “ଓସାକା ” ପକ୍ଷରୁ ପୁଷପୁନି ତିହାର
ସୁବର୍ଣ୍ଣପୁର—- ସୋମବାର ଦିନ ସୁଦୂର ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ “ଓସାକା ” ତରଫ୍ ରୁ ବେଗମ୍ ପେଟ୍ ସ୍ଥିତ ସେସ୍ ଅଡିଟୋରିୟମ୍ ରେ ପାରମ୍ପାରିକ ଶୈଳୀରେ ପୁଷପୁନି ଭେଟଘାଟ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡ଼ିଶାର ପ୍ରାଚୀନ ଲୋକକଳା “ଦଣ୍ଡ ” (ଡଁଡ୍) କୁ ରାଜ୍ୟ ବାହାରେ ପ୍ରଚାର ପ୍ରସାର ପାଇଁ ଓସାକା ପ୍ରୟାସ୍ କରିଥିଲା । ଏହି ଅବସରରେ ସୁବର୍ଣ୍ଣପୁର ର ଦଣ୍ଡ ମହର୍ଷି ଗୁରୁ ବିପିନ ଜାଲ ଙ୍କ “ମାଁ ସୁରେଶ୍ଵରୀ ଦଣ୍ଡ ନୃତ୍ଯ” ଦଣ୍ଡ ପରିବେଷଣ ବେଶ୍ ଆକର୍ଷଣୀୟ ଥିଲା। କୁନୀ ଛାତ୍ରୀ ସୁଶ୍ରୀ ସୃଷ୍ଟି ପ୍ରଧାନ ଏବଂ ଆନିନ୍ଦ୍ଯ ମିଶ୍ର ଙ୍କ ନୃତ୍ୟ ତଥା ନମ୍ରତା ପାଣିଗ୍ରାହୀଙ୍କ ସମ୍ବଲପୁରୀ ଗୀତ ପରିବେଷଣ ମନଛୁଆଁ ଥିଲା । ଏ ବର୍ଷ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ମେଡିକାଲ୍ ସିଟ୍ ପାଇଥିବା ଶଶାଙ୍କ ଶେଖର ଗଡ୍ତ୍ୟା ଏବଂ ମାଟ୍ରିକ୍ ପରୀକ୍ଷାରେ ୯୭ ପର୍ସେଣ୍ଟ୍ ମାର୍କ ରଖି କୃତକାର୍ଯ୍ୟ ହେଇଥିବା ବିବେକ ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପଶ୍ଚିମ ଓଡ଼ିଶାର ପର୍ବ ପର୍ବାଣୀ ତଥା ମହାପୁରୁଷଙ୍କ ଜୟନ୍ତୀ ଉପରେ ସୂଚନା ନିମନ୍ତେ ବରଗଡ ଜିଲ୍ଲା ବୁଗ୍ବୁଗା ରୁ ପ୍ରକାଶିତ ସମ୍ବଲପୁରୀ/ କୋସଲୀ କେଲେଣ୍ଡର୍ ୨୦୨୬ ଉପସ୍ଥିତ ପରିବାର ମାନଙ୍କୁ ପ୍ରଦାନ କରାଯାଇଥିଲା। ପୁଷପୁନି ଅବସରରେ ହଜି ଯାଉଥିବା ମହାନ ପରମ୍ପରା “ଛେର୍ ଛେରା” କୁ ବଞ୍ଚାଇ ରଖିବା ପାଇଁ ଓସାକା ର ପ୍ରୟାସ ରେ ଛୋଟ ଛୋଟ ଛୁଆମାନେ ବିଶେଷ ଉତ୍ସାହ ର ସହ ଭାଗ ନେଇଥିଲେ । ଓସାକା ର ସଭାପତି ସୁନୀଲ କୁମାର ଗଡତ୍ଯା ଙ୍କ ପୁଷପୁନି ବାର୍ତ୍ତା ସହ ଦଣ୍ଡଗୁରୁ ବିପିନ ଜାଲ ଏବଂ ତାଙ୍କ ଦଳ କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମ କୁ ଶତାଧିକ ଲୋକଙ୍କର ସହଯୋଗ ପାଇଁ ସାଧାରଣ ସମ୍ପାଦକ ସମୀର ପାଢୀ ଧନ୍ୟବାଦ ଦେବା ସହ ପଶ୍ଚିମ ଓଡ଼ିଶାର କଳା ସଂକୃତି ର ପ୍ରଚାର ପ୍ରସାର ପାଇଁ ଓସାକା ର ଉଦ୍ୟମରେ ସମସ୍ତଙ୍କୁ ସାମିଲ ହେବାକୁ ଅନୁରୋଧ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
