ହାଇୱା ଧକ୍କା ରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର
ସୁବର୍ଣ୍ଣପୁର —ହାଇୱା ଧକ୍କା ରେ ଜଣେ ମୃତ, ଜଣେ ଗୁରୁତର l ଫୁଲବାଣୀ -ସୀତଲପାଣି ପୂର୍ତ୍ତ ବିଭାଗ ରାସ୍ତା ପୁରୁଣାକଟକ ଥାନା ଚାରିଛକ ମେଡିକାଲ ନିକଟରେ ବାଇକ କୁ ଧକ୍କା ଦେଇଥିଲା ହାଇୱା l ହାଇୱା ଧକ୍କା ରେ ବାଇକ ଚାଳକ ହରଭଙ୍ଗା ଥାନା ଧର୍ମନଗର ଗ୍ରାମର ସିଦ୍ଧାନ୍ତ ବାଘ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆହତ ଉପେନ୍ଦ୍ର ଭୋକ୍ତା ଙ୍କ ଗୋଡ଼ ଭାଙ୍ଗି ଥିବାରୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି l ଅନ୍ୟପଟେ ଉଭୟ ଗାଡି କୁ ପୁରୁଣାକଟକ ଥାନା ପକ୍ଷରୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥାନା ପକ୍ଷରୁ 45/26 କେଶ ନମ୍ବର ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ପୋଲିସ l ଧର୍ମନଗର ଗ୍ରାମର ସିଦ୍ଧାନ୍ତ ବାଘ ଓ ଉପେନ୍ଦ୍ର ଭୋକ୍ତା OD- 12B 1563 ନମ୍ବର ଥିବା ଏକ ବାଜାଜ ଡିସ୍କୋଭର ଗାଡ଼ିରେ କୌଣସି କାର୍ଯ୍ୟରେ ଚାରିଛକ ଆସି ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଫୁଲବାଣୀ ପଟକୁ OD -12A 2990 ନମ୍ବର ଥିବା ହାଇୱା ଟି ଆସୁଥିବା ସମୟରେ ବାଇକ କୁ ଧକ୍କା ଦେଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ପ୍ରସାର ନ୍ୟୁଜ….
