March 29, 2026
Home » ହାଇୱା ଧକ୍କା ରେ ବୁଲାବେପାରୀଙ୍କ ମୃତ୍ୟୁ

ହାଇୱା ଧକ୍କା ରେ ବୁଲାବେପାରୀଙ୍କ ମୃତ୍ୟୁ

0
WhatsApp Image 2026-03-29 at 10.31.58 AM

 

କ୍ଷତିପୂରଣ ଦାବିରେ ବୁଲାବେପାରୀମାନଙ୍କ ରାସ୍ତାରୋକ।….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଥାନା ଧର୍ମଗଡ ବିଅରବାର ନିକଟରେ ହାଇୱା ଧକ୍କା ରେ ଜଣେ ବୁଲାବେପାରୀ ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ ମଧ୍ୟପ୍ରଦେଶ ରାଜ୍ୟ ରତନଗଡ଼ ଥାନା ଡିକେନ ଗାଁ ର ରାହୁଲ ମେଘୱାଲ।ସେ ଜଣେ ବୁଲାବେପାରୀ ଅଟନ୍ତି।

ସୂଚନା ଥାଉ କି ରାହୁଲ ରବିବାର ଭୋର ୫ ଟା ରେ ନିଜ ଏମପି ୪୪ ଏମଏଚ ୦୯୧୮ ନମ୍ବର ବିଶିଷ୍ଟ ବାଇକ ଯୋଗେ ତାଙ୍କ ଭଡ଼ାଘରୁ ବ୍ୟବସାୟ ପାଇଁ ବାହାରିଥିବା ବେଳେ ଓଡି୦୮ ଯେ ୦୭୧୨ ନମ୍ବର ବିଶିଷ୍ଟ ଏକ ବାଲି ବୋଝେଇ ହାଇୱା ଆସି ଦୁର୍ଘଟଣା ଘଟାଇବା ସହ ବାଇକ ଚାଳକକୁ ୨ଶହ ମିଟର ପର୍ଯ୍ୟନ୍ତ ହାଇୱା ଗାଡି ଟି ଘୋଷାଡ଼ି ନେଇଥିଲା। ଗାଡି ମାଲିକ ଧର୍ମଗଡର ହୋଇଥିବା ଜଣାଯାଇଛି। କ୍ଷତିପୂରଣ ଦାବିରେ ରାଜସ୍ଥାନର ବୁଲାବେପାରୀମାନେ ଘଟଣା ସ୍ଥଳରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Leave a Reply

Your email address will not be published. Required fields are marked *