December 23, 2025
Home » ହାର୍ଟମେଟ ର ବାର୍ଷିକ ସମାରୋହ

ହାର୍ଟମେଟ ର ବାର୍ଷିକ ସମାରୋହ

0
WhatsApp Image 2025-12-22 at 7.05.47 PM

କେନ୍ଦୁଝର :- ରାଜ୍ୟର ଅନ୍ୟତମ ଇନଷ୍ଟିଚ୍ୟୁଟ ଅଫ କାରଡ଼ିଓଭାସକୁଲାର ସାଇନ୍ସଏଣ୍ଡ ରିସର୍ଚ୍ଚ “ହାର୍ଟମେଟ”ର ଅଷ୍ଟମ ବାର୍ଷିକୀ ସମାରୋହ ସହକାରେ ଆୟୋଜିତ ହୋଇଯାଇଛି, କଟକ ମୁଖ୍ୟାଳୟ, କେନ୍ଦୁଝର, ଭୁବନେଶ୍ୱର, ଅନୁଗୋଳ, ଢେଙ୍କାନାଳ ଶାଖା ମାନଙ୍କ ରେ ଏହି ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଶୁଭଚିନ୍ତକ, ଟ୍ରଷ୍ଟି, ଡାକ୍ତର, ସମାଜସେବୀ, ରୋଗୀ ସମ୍ପର୍କୀୟ ଉପସ୍ଥିତ ରହି ସମାରୋହକୁ ସାଫଲ୍ୟମଣ୍ଡିତ କରିଥିଲେ, ୨୦୧୭ରୁ ହାର୍ଟମେଟ ନିଜର ସେବାଯାତ୍ରା ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୫୪ଟି ମାଗଣା ସ୍ୱାସ୍ଥ୍ୟ ଶିବିର, ୨୫୫ଟି ହେଲଥ ସ୍କ୍ରିନିଂ ଶିବିରରେ ୨୦୦୯ଜଣଙ୍କ ଚିକିତ୍ସା ସୁବିଧା ପ୍ରଦାନ, କରାଯିବା ସହିତ ପ୍ରତ୍ୟକ୍ଷ ସ୍ୱାସ୍ଥ୍ୟ ସଚେତନତା ଶିବିର ୧୦୬ଟି ଅନଲାଇନ ଡିଜିଟାଲ ସଚେତନତା ଶିବିର, ୫୮ଟି ତାଲିମ କର୍ମଶାଳା କରାଯିବାସହିତ ୪୮ଜଣ ଅସହାୟ ରୋଗୀଙ୍କୁ ସମ୍ପୂର୍ଣ୍ଣ ଉନ୍ନତ ମାଗଣା ଚିକିତ୍ସା ପ୍ରଦାନ କରାଯାଇପାରିଛି, ହାର୍ଟମେଟ ର ଏହି ମାନବୀୟ ସେବାଯାତ୍ରା ଆଗାମୀ ସମୟରେ ବି ଜାରି ରହିବ ବୋଲି ଫାଉଣ୍ଡେସନ ଅଧ୍ୟକ୍ଷ ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ଋଷିକାନ୍ତ ମହାନ୍ତ ସଗୌରବେ ପ୍ରକାଶ କରିଛନ୍ତି, ଫାଉଣ୍ଡେସନ ର ଲକ୍ଷ୍ୟ କୌଣସି ହୃଦରୋଗୀ ଚିକିତ୍ସାରେ ଅବହେଳିତ ନ ହୁଅନ୍ତୁ, ଏ ଅବସରରେ ମୁଖ୍ୟାଳୟ ଠାରେ ରାଜ୍ୟ ର ସୁପରିଚିତ ସମାଜସେବୀ ଡ଼ଃ ପ୍ରଭାସ ଆଚାର୍ଯ୍ୟ ହାର୍ଟମେଟ ଫାଉଣ୍ଡେସନ ସେବା ଯାତ୍ରା ର ଏକ କ୍ଷୁଦ୍ରସୂଚନା ପୁସ୍ତିକା ଲୋକାର୍ପଣ କରିଥିଲେ, ଟ୍ରଷ୍ଟି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମଞ୍ଜୁଲତା ମହାନ୍ତ ହାର୍ଟମେଟ ସେବାଯାତ୍ରା ରେ ସମସ୍ତ ଙ୍କ ନିରନ୍ତର ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *