December 21, 2025
Home » ହିନ୍ଦ ମଜଦୁର ସଭା ଆନୁକୂଲ୍ୟରେ ରବି ରାୟ ଙ୍କ ୧୦୦ ତମ ଜୟନ୍ତୀ ପାଳିତ

ହିନ୍ଦ ମଜଦୁର ସଭା ଆନୁକୂଲ୍ୟରେ ରବି ରାୟ ଙ୍କ ୧୦୦ ତମ ଜୟନ୍ତୀ ପାଳିତ

0
WhatsApp Image 2025-11-28 at 1.56.18 PM

ବ୍ରହ୍ମପୁର : ସମାଜବାଦୀ ଜନନେତା ତଥା ଲୋକସଭା ର ପୂର୍ବତନ ବାଚସ୍ପତି ରବି ରାୟ ଙ୍କ ୧୦୦ତମ ଜୟନ୍ତୀ ସ୍ଥାନୀୟ ଆସ୍କା ରୋଡ଼ ତାଲୁକା ଠାରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହିନ୍ଦ ମଜଦୁର ସଭା ଗଞ୍ଜାମ ଜିଲ୍ଲା ଉପସଭାପତି ନରସିଂହ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି ।ରବି ରାୟ ଙ୍କ ଜୀବନୀ ଚର୍ଚ୍ଚା କରିବା ସହ ସେ ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ନିଜ ଦାୟିତ୍ୱ ପାଳନ କରିଥିଲେ ପରେ ଲୋକସଭା ରେ ବାଚସ୍ପତି ଭାବେ ଏକମାତ୍ର ଓଡ଼ିଆ ହେବାରେ ଗୌରବ ଅର୍ଜ୍ଜନ କରିଥିଲେ ବୋଲି ହିନ୍ଦ ମଜଦୁର ସଭା ର ରାଜ୍ୟ ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ମହାନଗର ନିଗମ ର ଉପାଧ୍ୟକ୍ଷ ନିରଞ୍ଜନ ଜେନା,ଏମ କାଶୀନାଥ, ଅରୁଣ ନାହାକ,ପ୍ରଫୁଲ ଜେନା, ଦିଲ୍ଲୀପ ପାତ୍ର, ରାକେଶ ସାହୁ, ଆଲୋକ ବିଶ୍ୱାଳ ଙ୍କ ସମେତ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ ।ଶିବଶଙ୍କର ବୈଶାଖୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

ବ୍ରହ୍ମପୁର ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *