ହିନ୍ଦ ମଜଦୁର ସଭା ଦ୍ୱାରା ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
କେନ୍ଦ୍ରୀୟ ଶ୍ରମିକ ସଂଗଠନ ହିନ୍ଦ ମଜଦୁର ସଭା ର ଜିଲ୍ଲା ଉପସଭାପତି ନରସିଂହ ସାହୁ ଙ୍କ ଅଧ୍ୟକ୍ଷତା ରେ କମପଲ୍ଲୀ ସ୍ଥିତ ପୂର୍ତ୍ତ ଡାକ ବଙ୍ଗଳା ଠାରେ ଏକ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ର ପୂର୍ବତନ ସଦସ୍ୟ ରାଜେନ୍ଦ୍ର ଦାସ ଯୋଗଦେଇ ଅଣ ସଂଗଠିତ ଶ୍ରମିକ, ନିର୍ମାଣ ଶ୍ରମିକ ଓ ଦାଦନ ଶ୍ରମିକ ମାନେ ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ ହୋଇପାରୁ ନଥିବାରୁ କ୍ଷଭ ପ୍ରକାଶ କରିଥିଲେ ।

ମୁଖ୍ୟ ବକ୍ତା ଭାବେ ହିନ୍ଦ ମଜଦୁର ସଭା ର ରାଜ୍ୟ ସମ୍ପାଦକ ସତ୍ୟ ତ୍ରିପାଠୀ ନିର୍ମାଣ ଶ୍ରମିକଙ୍କ ଦୁଃଖ ଦେଖି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିଭିନ୍ନ କଲ୍ୟାଣ କାରି ଯୋଜନା ଆରମ୍ଭ କରି ଫଳପ୍ରଦ କରାଇଥିବା ଯୋଗୁଁ ନିର୍ମାଣ ଶ୍ରମିକଙ୍କୁ ଶିକ୍ଷା, ଝିଅ ବାହାଘର ଓ ମୃତ୍ୟୁ କାଳୀନ ଭଳି ଅନେକ ସହାୟତା ପ୍ରଦାନ କରାଯାଉଥିବା ସେ ବିଷୟରେ ଉଲ୍ଲେଖ କରିଥିଲେ । ଏହି ସଭାରେ ଉପଦେଷ୍ଟା ତଥା ଆଇନଜୀବୀ ପ୍ରଭାତ ମିଶ୍ର, ଭଗବାନ ପଟ୍ଟନାୟକ, ନରସିଂହ ପଣ୍ଡିତ, ପୌର କର୍ମଚାରୀ ନେତା ଶୁଭେନ୍ଦୁ ନାୟକ, ଯୁଧିଷ୍ଠିର ସାହୁ, ଏମ କାଶୀନାଥ, ସଞ୍ଜୟ ପାଣିଗ୍ରାହୀ, ନମିତା ବିଷୋୟୀ, ଦିଲ୍ଲୀପ ବିଷୋୟୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ଶତାଧିକ ନିର୍ମାଣ ଶ୍ରମିକ ଓ ଅଣ ସଂଗଠିତ ଶ୍ରମିକ ଯୋଗଦେଇ ସଭାକୁ ସଫଳ କରିଥିଲେ ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
