ହୃଦଘାତ ରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଙ୍କ ମୃତ୍ୟୁ l

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ଗ୍ରାମ ପଞ୍ଚାୟତ ର ବାଘରତୈଲା ଗ୍ରାମ ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ର ଅଙ୍ଗନୱାଡ଼ି କର୍ମୀ ମଞ୍ଜୁ ଦେହୁରୀ(୪୦)
ଙ୍କ ମଙ୍ଗଳବାର ପୂର୍ବାହ୍ନ ରେ ହୃଦଘାତ ରେ ମୃତ୍ୟୁ ହୋଇଯାଇଛି।ସୂଚନା ଅନୁସାରେ ମଙ୍ଗଳବାର ଦିନ ଅଙ୍ଗନୱାଡ଼ି କର୍ମୀ ଜଣକ କେନ୍ଦ୍ର କୁ ଯାଇଥିଲେ। ସେଠାରେ ସେ ହଠାତ ଅସୁସ୍ଥ ଅନୁଭବ କରି ଅଚେତ ହୋଇଯାଇଥିଲେ। ତାଙ୍କୁ ପରିବାର ଲୋକେ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନା କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ବର୍ଗ ଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଏନେଇ ବୀରମହାରାଜପୁର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ଅଙ୍ଗନୱାଡ଼ି କର୍ମୀ ଙ୍କ ସ୍ବାମୀ ବାବୁଲାଲ କଲତା ଜଣେ ଚାଷୀ ଅଟନ୍ତି। ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ତେବେ କାର୍ଯ୍ୟରେ ଥିବା ସମୟରେ ଅଙ୍ଗନୱାଡ଼ି କର୍ମୀ ମଞ୍ଜୁ ଙ୍କ ମୃତ୍ୟୁ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )