February 7, 2026
Home » ହୋମଗାର୍ଡ ନିଯୁକ୍ତି ରେ ଅନିୟମିତତା ମାମଲା

ହୋମଗାର୍ଡ ନିଯୁକ୍ତି ରେ ଅନିୟମିତତା ମାମଲା

0
WhatsApp Image 2026-01-17 at 12.53.27 PM

ରାଜ୍ୟ ସରକାର ଙ୍କୁ ହାଇକୋର୍ଟ ଙ୍କ ନୋଟିସ

ସୁବର୍ଣ୍ଣପୁର ଜିଲ୍ଲା ରେ ହୋମ ଗାର୍ଡ ନିଯୁକ୍ତି ରେ ଅନିୟମିତତା କୁ ନେଇ ରୁଜୁ ମାମଲା ରେ ହାଇକୋର୍ଟ ଗୁରୁବାର ଦିନ ରାଜ୍ୟ ସରକାର ଙ୍କୁ ଜବାବ ଦାଖଲ ପାଇଁ ନୋଟିସ ଜାରି କରିଛନ୍ତି l ଏଥିସହ ମାମଲା ର ରାୟ ଉପରେ ଏହି ନିଯୁକ୍ତି ର ଫଳାଫଳ ନିର୍ଭର କରିବ ବୋଲି ହାଇକୋର୍ଟ ତାଙ୍କ ଅନ୍ତରୀଣ ଆଦେଶ ରେ ଉଲ୍ଲେଖ କରିଛନ୍ତି l ଆକାଶ ଶ ଏବଂ ଅନ୍ୟ ମାନଙ୍କ ପକ୍ଷରୁ ଆଗତ ମାମଲା ର ଶୁଣାଣୀ କରି ହାଇକୋର୍ଟ ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥି ଏହି ଆଦେଶ ଦେଇଛନ୍ତି l ଆବେଦନକାରୀ ମାନେ ପିଟିସନ ରେ ଦର୍ଶାଇଛନ୍ତି ଯେ, ସୁବର୍ଣ୍ଣପୁର ଜିଲ୍ଲା ରେ 92 ଟି ହୋମଗାର୍ଡ ପଦରେ ନିଯୁକ୍ତି ପାଇଁ 2025 ମସିହା ମେ ମାସ 16 ତାରିଖ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ନିୟମ ରହିଥିଲା ସମ୍ପୃକ୍ତ ଥାନା ଅଧୀନ ରେ ଆସୁଥିବା ଯୁବକ ମାନେ ସେହି ଥାନା ପାଇଁ ଆବେଦନ କରିପାରିବେ l ଏଥିପାଇଁ ଏକ ଚୟନ କମିଟି ମଧ୍ୟ ଗଠନ କରାଯାଇଥିଲା l ପ୍ରାର୍ଥୀ ମାନେ ଲିଖିତ ପରୀକ୍ଷା ଦେବା ପରେ ଶାରୀରିକ ପରୀକ୍ଷା ହୋଇଥିଲା l ସମସ୍ତ ପରୀକ୍ଷା ଶେଷ ହେବା ପରେ ଆବେଦନକାରୀ ଆକାଶ ଶ ଏବଂ ଅନ୍ୟମାନେ ସମସ୍ତ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିଲେ l ଚଳିତ ଜାନୁଆରୀ ମାସ 5 ତାରିଖ ଦିନ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଯେଉଁଥିରେ ଆବେଦନକାରୀ ମାନଙ୍କ ନାମ ନ ଥିଲା l ଦ୍ଵିତୀୟ ରେ 92 ଜଣ ଚୟନ ହୋଇଥିବା ହୋମଗାର୍ଡ ଙ୍କ ମଧ୍ୟରୁ କେବଳ ସୋନପୁର ଥାନା ପାଇଁ 30 ଜଣ ଙ୍କୁ ଚୟନ କରାଯାଇଥିଲା l ଯେଉଁଥିରୁ 13 ଜଣ ପ୍ରାର୍ଥୀ ସୋନପୁର ଥାନା ଅଧୀନରେ ଆସୁନଥିଲେ l ଫଳରେ ସମସ୍ତ ନିୟମ କୁ ଉଲଂଘନ କରାଯାଇ ଏହି ନିଯୁକ୍ତି ଦିଆଯାଇଛି ବୋଲି ଆବେଦନକାରୀ ମାନେ ଅଭିଯୋଗ କରିଥିଲେ l ତେଣୁ ଏହି ପରୀକ୍ଷା ଫଳକୁ ରଦ୍ଧ ପାଇଁ ଅଦାଲତ ନିର୍ଦ୍ଧେଶ ଦେବାକୁ ଆବେଦନ କାରୀ ପ୍ରାର୍ଥନା କରିଥିଲେ l ଫେବୃଆରୀ 23 ତାରିଖ ରେ ମାମଲା ର ପରବର୍ତ୍ତୀ ଶୁଣାଣୀ ହେବ l ଆବେଦନକାରୀ ଙ୍କ ପକ୍ଷରୁ ଆଇନଜୀବୀ ସହସ୍ରାଂଶୁ ସୌରଭ ଏବଂ ଆଇନଜୀବୀ ନିରଞ୍ଜନ ହୋତା ମାମଲା ପରିଚାଳନା କରୁଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *