୧୩ ରୁ ୧୫ ପର୍ଯ୍ୟନ୍ତ ଓଡିଶା ମେଡିକାଲ ଡିଭାଇସ୍ ଏକ୍ସପୋ
ଭୁବନେଶ୍ୱର: ଆସନ୍ତା ଫେବୃୟାରୀ ୧୩,୧୪ ଓ ୧୫ ତିନି ଦିନ ଧରି ସ୍ଥାନୀୟ ବରମୁଣ୍ଡା ପଡିଆରେ ସ୍ୱାସ୍ଥ୍ୟସେବାରେ ଆଧୁନିକୀକରଣର ଯନ୍ତ୍ରାଂଶ ପ୍ରଦର୍ଶନୀ ଆୟୋଜିତ ହେବ। ଏହାକୁ ସୁନାମଧନ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲର ପରିଚାଳନା ସଂସ୍ଥା ହାଇଟେକ୍ ଗ୍ରୁଫ୍ ଅଫ୍ ଇନ୍ଷ୍ଟିଚ୍ୟୁସନ୍ ପ୍ରାୟୋଜିତ ଏହି ପ୍ରଦର୍ଶନୀରେ ରାଜ୍ୟ ଓ ଦେଶର ବହୁ ବିଶେଷଜ୍ଞ, ଡାକ୍ତର, ଡାକ୍ତରୀ ଛାତ୍ରଛାତ୍ରୀ ଓ ରୋଗୀ ସେବାରେ ନିୟୋଜିତ ବିଭିନ୍ନ ବର୍ଗର ଲୋକେ ଏହାର ଲାଭ ଉଠାଇବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ସଂପ୍ରତି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ପୁରାତନ ଯନ୍ତ୍ରପାତି ବଦଳରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ଉପକରଣ ଓ ଯନ୍ତ୍ରାଂଶ କିଭଳି ବିନିଯୋଗ ହୋଇପାରିବ ତାହା ଏହି ପ୍ରଦର୍ଶନୀର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି। ଏ ନେଇ ଆଜି ହାଇଟେକ୍ ମେଡିକାଲ ପ୍ରେକ୍ଷାଳୟରେ ଆୟୋଜିତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମିଳନୀରେ ହାଇଟେକ୍ ମେଡିକାଲ କଲେଜର ଅଧ୍ୟକ୍ଷ ଶ୍ରୀ ଅନୀଲ ପାଣିଗ୍ରାହୀ, ଏକ୍ସପୋର ମୁଖ୍ୟ ଶ୍ରୀକାନ୍ତ ସାସ୍ମଲ, ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ର ସଭାପତି ଡାକ୍ତର କିଶୋର ମିଶ୍ର ଓ ସୂଚନା ଅଧିକାରୀ ତଥା ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ଡାକ୍ତର ଚିତ୍ତରଂଜନ ସାହାଣୀ ପ୍ରମୁଖ କହିଥିଲେ ଯେ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଜନସାଧାରଣଙ୍କୁ କିଭଳି ଆବଶ୍ୟକୀୟ ଉକୃଷ୍ଟ ଚିକିତ୍ସା ମିଳିପାରିବ ସେ ନେଇ ଉଦ୍ୟମ ଜାରୀ ରହିଛି। ପୂର୍ବରୁ ବ୍ୟବହାର ହୋଇ ଆସୁଥିବା ବିଭିନ୍ନ ବୈଷୟିକ ଜ୍ଞାନ ଦିନକୁ ଦିନ ବଦଳିବାରେ ଲାଗିଛି। ଫଳରେ ମେଡିକାଲ କ୍ଷେତ୍ରରେ ଆବଶ୍ୟକତା ଅନୁଯାୟୀ ଯନ୍ତ୍ରାଂଶ ସ୍ୱଚ୍ଛତା କାର୍ଯ୍ୟକାରିତା ଉପରେ ନିର୍ଭରକରେ।

ତେଣୁ ଆଧୁନିକୀକରଣ ଯନ୍ତ୍ରାଂଶର କାର୍ଯ୍ୟକାରିତା ସହ ଥିବା ସେବାକୁ ଅଧିକରୁ ଅଧିକ କ୍ରିୟାଶୀଳ ପାଇଁ ଚିକିତ୍ସକଙ୍କ ସମେତ ସ୍ୱାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିବା ବ୍ୟକ୍ତି ବିଶେଷ ସମସ୍ତେ ଏଥିରେ ସାମିଲ ହୋଇ ଜଟିଳତା ପରିବର୍ତ୍ତେ ତାହା କିପରି ଅଧିକ ସହଜସାଧ୍ୟ ଓ ବୋଧଗମ୍ୟ ହୋଇପାରିବ ସେ ନେଇ ସମସ୍ତେ ଅଂଶୀଦାର ହେବା ଉଚିତ୍। ଏହା ରାଜ୍ୟରେ ପଞ୍ଚମ ଏକ୍ସପୋ ସିରିଜ୍ ଭାବେ ଅନୁଷ୍ଠିତ ହେଉଛି। ହେଲ୍ଥ ସେଣ୍ଟର ଗୁଡିକ ଗୋଟିଏ ସ୍ଥାନରେ ଏହି ଅତ୍ୟାଧୁନିକ ସେବା ଆହରଣ ନେଇ ସୁଯୋଗ ପାଇପାରିବେ। ଏହି ପ୍ରଦର୍ଶନୀକୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ ଓ ଉଚ୍ଚ ପଦାଧିକାରୀମାନେ ଯୋଗ ଦେବାକୁ ଆମନ୍ତ୍ରଣ କରାଯାଇଛି। ଏହି ପ୍ରଦର୍ଶନୀ ଯେଭଳି ସଫଳତାର ଭାବେ ସମାପନ ହେବ ଏ ନେଇ ସମସ୍ତ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଓମ୍ସା ର ସଭାପତି ଓ କର୍ମକର୍ତ୍ତାଙ୍କ ଉଦ୍ୟମ ଓ ସହଯୋଗ ପ୍ରଶଂସନୀୟ।
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
