୧୩ତମ ଉଗାଦି ଉତ୍ସବ ୨୦୨୫ର ପଡ଼ିଲା ଶୁଭଖୁଣ୍ଟି
ଉଗାଦି ଉତ୍ସବ ୨୦୨୫ ର ଶୁଭଖୁଣ୍ଟି ସ୍ଥାପିତ ହୋଇଯାଇଛି ।ରାୟଗଡ଼ା ସହରରେ ସ୍ତିତ ହୋଟେଲ ତେଜସ୍ବୀ ସମ୍ମାନରେ ଥିବା ଖୋଲା ପଡିଆଠାରେ ରବିବାର ସକାଳ ୧୧ ଘଣ୍ଟିକା ସମୟରେ ୧୩ତମ ଉଗାଦି ଉତ୍ସବ ୨୦୨୫ ଉପଲକ୍ଷେ ରାୟଗଡା ଜିଲ୍ଲା ଉଗାଦି ଉତ୍ସବ କମିଟିର ସଭାପତି ଏନ୍ ଭାସ୍କର ରାଓଙ୍କ ତତ୍ତ୍ଵାବଧାନରେ କମିଟି ଆବାହକ ରାଇସିଂ ବିଡ଼ିକାଙ୍କ ସଂଯୋଜନାରେ ପୂଜାର୍ଚ୍ଚନା ସହ ଶୁଭଖୁଣ୍ଟି ସ୍ଥାପିତ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉଗାଦ୍ଧି ଉତ୍ସବ କମିଟି ପକ୍ଷରୁ ଚଳିତ ମାସ ମାର୍ଚ୍ଚ ୨୭ ଓ ୨୮ତାରିଖ ଏହି ଦୁଇ ଦିନ ବେଦ, ଶ୍ଳୋକ, ମେହେନ୍ଦି, ଝୋଟି, ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଛି।

ମାର୍ଚ୍ଚ ୩୦ ତାରିଖ ରବିବାର ଦିନ ହେବାକୁ ଥିବା ଉଗାଦ୍ଧି ୨୦୨୫ ଉପଲକ୍ଷେ ବହୁତ୍ ଆଡମ୍ବର ସହକାରେ ପାଳନ ହେବାକୁ ଥିବା ଦୁଇ ଦିନିଆ କାର୍ଯ୍ୟକ୍ରମର ଏହି ଶୁଭ ଅବସରରେ କମିଟି ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ପିଲାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଉଗାଦ୍ଧି ମଞ୍ଚରେ ପୁରସ୍କୃତ କରାଯିବ । ସେହିପରି କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ରବିବାର, ୩୦ ତାରିଖ ଉଗାଦି ଦିବସରେ ତେଲୁଗୁ କଳାକାରଙ୍କ ଦ୍ଵାରା ଏକ ମିମିକ୍ରି କାର୍ଯ୍ୟକ୍ରମ ସହ ନୃତ୍ୟ ପ୍ରଦର୍ଶନ ଏବଂ ସୋମବାର, ୩୧ ତାରିଖ ଦିନ ତେଲୁଗୁ ସିନେ ପ୍ଲେବ୍ୟାକ୍ ଗାୟକ କଳାକାରଙ୍କ ଦ୍ୱାରା ଗୀତ ଗାନ କାର୍ଯ୍ୟକ୍ରମ ହେବ । ରବିବାର ଓ ସୋମବାର ଏହି ଦୁଇ ଦିନ କମିଟି ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୦୬ ଟାରୁ ଆରମ୍ଭ ହେବା ତା ପରେ ପରେ ରାତ୍ରୀ ଭୋଜନ କାର୍ଯ୍ୟକ୍ରମ ରଖାଯାଇଛି । ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କମିଟିର ସମସ୍ତ ପଦାଧିକାରୀ ସହ ସମସ୍ତ ସଭ୍ୟ ,କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
