November 1, 2026
Home » ୧୮ତମ ନିଯୁକ୍ତି ମେଳା
WhatsApp Image 2026-11-01 at 3.15.08 PM

ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ ବିଭାଗର ୨୦୬୭ ଜଣଙ୍କୁ  ନିଯୁକ୍ତିପତ୍ର ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ନିଯୁକ୍ତିପତ୍ର ଗ୍ରହଣ କଲେ ସେବକ/ସେବିକା ଓ ଜନଜାତିଭାଷାଶିକ୍ଷକ-ଶିକ୍ଷୟିତ୍ରୀ।ଓଡ଼ିଶାର ଯୁବବର୍ଗଙ୍କ ପାଇଁ ନିଯୁକ୍ତି ସୁଯୋଗ ଲକ୍ଷ୍ୟରେ ଏକକାଳୀନ ୨୦୬୭ ଜଣ ସେବକ/ସେବିକା ଓ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

୧୯୧୩ ଜଣ ସେବକ/ସେବିକା ଓ ୧୫୪ ଜଣ ଜନଜାତି ଭାଷା ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଗଲା।ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏହି ନିଯୁକ୍ତି ମେଳା ଆୟୋଜନ କରାଯାଇଛି ।ସରକାରଙ୍କ ଏହି ପଦକ୍ଷେପ କାରଣରୁ ଆଦିବାସୀ ବହୁଳ ଅଞ୍ଚଳରେ ଥିବା ଆଦି ବାସୀ ବିଦ୍ୟାଳୟଗୁଡିକରେ ଶିକ୍ଷକ ସମସ୍ୟାର ସମାଧାନ ହେବାସହ ଛାତ୍ର ଛାତ୍ରୀ ମାନେ ନିଜ ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ ।

Leave a Reply

Your email address will not be published. Required fields are marked *