July 2, 2025
Home » ୧୯ ରୁ ୨୩ ଓଡିଶା ଓକିଲ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

୧୯ ରୁ ୨୩ ଓଡିଶା ଓକିଲ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ

0
WhatsApp Image 2025-02-18 at 6.31.05 PM

ଆସନ୍ତା କାଲି ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜେପି କଲେଜ ଖେଳ ପଡିଆରେ ଦଶମ ପ୍ରଶାନ୍ତ ରାଉତରାୟ ମେମୋରିଆଲ ଅଲ୍‌ଓଡିଶା ଲୟାରର୍ସ ଟି-ଟ୍ୱେଣ୍ଟି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଭୁବନେଶ୍ୱର ବାର୍ ଆସୋସିଏନ୍ ପକ୍ଷରୁ ଏ ନେଇ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ହୋଇଛି। ଏଥିରେ ସାରା ରାଜ୍ୟର ବଛା ବଛା ଆନ୍ତଜିଲ୍ଲା ୧୦ଟି ଦଳ ଅଂଶ ଗ୍ରହଣ କରିବେ। ଏଥିରେ ଭୁବନେଶ୍ୱର, ସମ୍ବଲପୁର, ପୁରୀ, କଟକ, ବ୍ରହ୍ମପୁର ଆଦି ବାରଆସୋସିଏସନ୍‌ର ଯୁବ କ୍ରିଡାବିତ୍‌ମାନେ ଯେକେବଳ ସେମାନେ ଓକିଲ ନୁହଁନ୍ତି କ୍ରିଡା ନୌପୁଣ୍ୟରେ ସେମାନେ ପଛରେ ନାହାଁନ୍ତି ତାହା ଦେଖିବାକୁ ମିଳିବ। ପ୍ରତିଦିନ ପୂର୍ବାହ୍ନ ୮ଟାରୁ ୧୨ଟା , ୨ଟା ରୁ ଅପରାହ୍ନ ଯାଏ ଦୁଇ ପର୍ଯ୍ୟାୟରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ତେବେ ୨୨ ତାରିଖ ଦିନ ଓଡିଶା ପୋଲିସ ବନାମ୍ ଓଡିଶା ସାମ୍ବାଦିକ ଦଳ ମଧ୍ୟରେ ପ୍ରତିଯୋଗୀତା ବେଶ୍ ଆକର୍ଷଣୀୟ ହେବ ବୋଲି ଉଦ୍ୟକ୍ତାମାନେ ପ୍ରକାଶ କରିଥିଲେ। ଭୁବନେଶ୍ୱର ବାର୍ ଆସୋସିଏସନ୍ ତତ୍ତ୍ୱାବଧାନରେ ଗଠିତ କମିଟିରେ ସର୍ବଶ୍ରୀ ଆଡ୍‌ଭୋକେଟ୍ ଏସ୍‌ଏନ୍ ଦାଶ ଅଧ୍ୟକ୍ଷ, ଏସ୍ ଚୌଧୁରୀ ସମ୍ପାଦକ, ଆଡ୍‌ଭୋକେଟ୍ ଦୀପକ ଦାଶ ଜଏନ୍‌ସେକ୍ରେଟାରୀ, ଆଡ୍‌ଭୋକେଟ୍ ରମାକାନ୍ତ ରାଉତ ମୁଖ୍ୟ ସଂଯୋଜକ, ଆଡ୍‌ଭୋକେଟ୍ ଜୟନ୍ତ ବେହେରାଙ୍କ ସମେତ ସ୍ୱର୍ଗତ ପ୍ରଶାନ୍ତ ବାବୁଙ୍କ ସୁପୁତ୍ର ଆଡ୍‌ଭୋକେଟ୍ ସୁମନ ରାଉତରାୟ ଭୁବନେଶ୍ୱର ଦଳର କ୍ୟାପେ୍‌ଟେନ୍ ଦାୟୀତ୍ୱ ତୁଲାଇବେ ବୋଲି ଜଣାପଡିଛି। ଗତ ୨୦୧୪ ମସିହାରୁ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଆସୁଛି।

Leave a Reply

Your email address will not be published. Required fields are marked *