December 18, 2025
Home » ୧୯୮୨ ଗ୍ରେଜୁଏଟ ବ୍ୟାଚ ର ଷଷ୍ଠତମ୍ ବନ୍ଧୁ ମିଳନ

୧୯୮୨ ଗ୍ରେଜୁଏଟ ବ୍ୟାଚ ର ଷଷ୍ଠତମ୍ ବନ୍ଧୁ ମିଳନ

0
WhatsApp Image 2025-12-16 at 11.33.50 AM

ସରକାରୀ ମହାବିଦ୍ୟାଳୟ ଭବାନୀପାଟଣା ରୁ ୧୯୮୨ ମସିହାରେ ଗ୍ରାଜୁଏସନ ଡିଗ୍ରୀ ପ୍ରାପ୍ତ ପୁରାତନ ଛାତ୍ର ସମୂହଙ୍କ ଷଷ୍ଠତମ ବାର୍ଷିକ ସମ୍ମିଳନୀ ରବିବାର ଦିନ ପର୍ଯ୍ୟଟନ ସ୍ଥଳୀ ଡୋକରି ଚଞ୍ଚରା ଠାରେ ମହାସମାରୋହରେ ପାଳିତ ହୋଇ ଯାଇଛି।ପୂର୍ବତନ ବିଧାୟକ ଶ୍ରୀ ମୌଷଧି ବାଗ , ଶ୍ରୀ ଗୋବର୍ଦ୍ଧନ ବାଗ, ଶ୍ରୀ ପ୍ରେମଲାଲ ନାଏକ, ଶ୍ରୀ ସନ୍ତୋଷ ମେହେର, ମହମ୍ମଦ ବୁରହାନ୍, ରଫିଉଦ୍ଦିନ ଖାନ୍,ଶ୍ରୀ ଲୋକନାଥ ବେହେରା ଙ୍କ ନେତୃତ୍ୱରେ ୪୮ ଜଣ ସହପାଠୀଙ୍କୁ ନେଇ ଏହା ପାଳିତ ହେଇଥିଲା।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ସର୍ବ ଧର୍ମ ପ୍ରାର୍ଥନା ସାମୂହିକ ଗାନ ସହ ପାଞ୍ଚ ଜଣ ଦିବଂଗତ ସାଥୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସର୍ବଶ୍ରୀ ନବ କିଶୋର ସାହୁ,ଅଜିତ କୁମାର ବେହେରା, ଜୟପ୍ରକାଶ ପଣ୍ଡା,ଟୁନା ପ୍ରହରାଜ, ସନ୍ତୋଷ ଠାକୁର,ଚିତ୍ରସେନ ଜାଲ,ଗଣେଶ ରାଉତ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଭବାନୀପାଟଣାର ଶୁଭ୍ରାଂଶୁ ଶେଖର ସାହୁ, ରାମଚନ୍ଦ୍ର ମୁଣ୍ଡ, ସୁଧୀର କୁମାର ମହାନ୍ତି, ସୁରେଶ ପାତ୍ର,ସତ୍ୟନାରାୟଣ ଆଚାରି,ଭୁବନେଶ୍ୱରରୁ ପବିତ୍ର ମୋହନ ପାଢ଼ୀ,ପଞ୍ଚାନନ ପଣ୍ଡା, ଜୟପାଟଣା ରୁ ରଜନୀକାନ୍ତ ଠାକୁର,ହେମନ୍ତ ପଣ୍ଡା,ଲଡୁଗାଁ ରୁ ଶିବ କୁମାର ଅଗ୍ରୱାଲ, ମଦନପୁର ରାମପୁର ରୁ ପଦ୍ମଲୋଚନ ମିଶ୍ର , ନୂଆପଡ଼ା ଜିଲ୍ଲାରୁ ଶ୍ରବଣ କୁମାର ନିଆଲ ,ଅବଦୁଲ ବାରି ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *