February 3, 2026
Home » ୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ରଙ୍ଗ ମହୋତ୍ସବ ଉଦଘାଟିତ

୨୫ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ରଙ୍ଗ ମହୋତ୍ସବ ଉଦଘାଟିତ

0
WhatsApp Image 2026-02-02 at 8.50.25 PM

ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆ ଦିଲ୍ଲୀ, ପାରାଦୀପ ବନ୍ଦର ଓ କାନମାସ ପାରାଦୀପର ମିଳିତ ଆନୁକୁଲ୍ୟରେ ପାରାଦୀପର ଜୟଦେବ ସଦନ ଠାରେ ୨୫ ତମ ଆନ୍ତର୍ଜାତିକ ନାଟକ ମହୋତ୍ସବ ରଙ୍ଗ ମହୋତ୍ସବ ୨ ତାରିଖ ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି ।

କାନମାସର ଉପଦେଷ୍ଟା କ୍ୟାପଟେନ ଅତୁଲ୍ୟ ମହାପାତ୍ରଙ୍କ ସଭାପତିରେ ଆୟୋଜିତ ଉଦଘାଟନ କାର୍ଯ୍ୟକ୍ରମରେ ଆଇଓସିଏଲ ର ଇଡି କୋଷିକ ବସୁ, କଳାକାର କେ ଶ୍ରୀନିବାସ ରାଓ, ସ୍ତମ୍ଭକାର ଗୌରହରି ଦାସ, ସିନେ କଳାକାର ସମରେଶ ରାଉତରାୟ, ବନ୍ଦର ସଚିବ କେ ବାପି ରାଜୁ, ସି ଏମ ଇ ସୁଶିଲ ନାହାକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।

ଉଦଘାଟନ ସନ୍ଧ୍ୟାରେ କଲେକ୍ତିଭ ମାଡନେସ ଷ୍ଟୁଡିଓ, ମୁମ୍ବାଇର କଳାକାର ମାନେ ମନୀଷ ବର୍ମାଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ଭାଷାର ନାଟକ ଜମ୍ପ ମଞ୍ଚସ୍ତ କରିଥିଲେ । ଆତ୍ମହତ୍ୟା ଏକ ମହାପାପ ଏବଂ ଏହା ମଣିଷ ଜୀବନ ତଥା ସମାଜକୁ କିପରି ପ୍ରଭାବିତ କରେ ତାହାକୁ କଳାକାର ମାନେ ଦର୍ଶାଇଥିଲେ । ଜୀବନର ସବୁ ଝଡ଼ ଝନଯାକୁ ସାମନା କରି ଆତ୍ମହତ୍ୟଠୁ ଦୂରେଇ ରହିବା ହିଁ ମଣିଷର ସଂକଳ୍ପ ହେବା ଆବଶ୍ୟକ । ନାଟକଟି ଦୀର୍ଘ ସମୟ ପର୍ଯ୍ୟନ୍ତ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା ।

 

paradeep ru prasanta dash nka report

Leave a Reply

Your email address will not be published. Required fields are marked *