୩୦ତମ ବର୍ଷ ରେ ପଦାର୍ପଣ କଲା ଧର୍ମଗଡ ସାର୍ବଜନୀନ ଗୋରୁବଜାର ଦୂର୍ଗା ପୂଜା

ସୁର ମହକ ମେଲୋଡ଼ି ଏଥରର ମୁଖ୍ୟ ଆକର୍ଷଣ….
ଧର୍ମଗଡ ସହର ର ପୁରୁଣା ଗୋରୁବଜାର ଦୂର୍ଗାପୂଜା ଚଳିତ ବର୍ଷ ୩୦ ତମ ବର୍ଷ ରେ ପଦାର୍ପଣ କରିଛି। ଗତ ରବିବାର ଦିନ ବିଲ୍ଵ ବରଣ ଓ ବିଶାଳ କଳସ ଯାତ୍ରା ସହ ମା ଙ୍କ ପୂଜା ଆରମ୍ଭ ହୋଇଛି।ଏହି ପୂଜା ରେ ମୂଖ୍ୟ ପୂଜକ ଭାବେ ପଣ୍ଡିତ କାହ୍ନୁ ଚରଣ ପଣ୍ଡା, ସହଯୋଗୀ ପୂଜକ ଭାବେ କନ୍ଦର୍ପ ପଣ୍ଡା ଦାୟିତ୍ଵ ନିର୍ବାହ କରୁଥିବା ବେଳେ କର୍ତ୍ତା ଭାବେ ଘନଶ୍ୟାମ ଅଗ୍ରୱାଲ ଓ ପତ୍ନୀ ତ୍ରିଶଳା ଅଗ୍ରୱାଲ ଦାୟିତ୍ଵ ନିର୍ବାହ କରୁଛନ୍ତି। ଦୀର୍ଘ ୨୧ ବର୍ଷ ହେଲା ଉକ୍ତ ଦଂପତି ଉକ୍ତ ପୂଜାରେ କର୍ତ୍ତା ର ଭାବେ ସେବା କରି ଆସୁଛନ୍ତି। ପ୍ରତିଦିନ ଦୂର୍ଗା ଙ୍କ ର ବିଭିନ୍ନ ରୂପ ରେ ରୀତି ନୀତି ସହ ପୂଜାର୍ଚ୍ଚନା କରାଯିବା ସହ ଭକ୍ତ ମାନଙ୍କ ପାଇଁ ପ୍ରତ୍ୟହ ଅନ୍ନ ଭୋଗ ର ବ୍ୟବସ୍ଥା କରାଯାଇଛି।
ସମଗ୍ର ଅଞ୍ଚଳ କୁ ଉଜ୍ବଳ ଆଲୋକ ମାଳ ରେ ସୂସଜ୍ଜିତ କରାଯାଇଛି।ସ୍ଥାନୀୟ ମୂର୍ତ୍ତି କାରିଗର ସଦନ ବିହାରୀ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଥିବା ବେଳେ ପରଦେଶୀ ସୁନାନି ମଣ୍ଡପ ସାଜ ସଜ୍ଜା ଓ ରାମଦାସ ମେହେର ତୋରଣ ପ୍ରସ୍ତୁତ ସହ ଆଲୋକ ସାଜ ସଜ୍ଜା କରିଛନ୍ତି ।
ପୂଜା କମିଟି ର ସଭାପତି ଉମାଶଙ୍କର ବାଗ, କାର୍ଯ୍ୟକାରି ସଭାପତି କ୍ଷିରୋଦ ବାଗ,ସଂପାଦକ ଭୋକର ଧନ ସୁନା, ସହ ସମ୍ପାଦକ ରଞ୍ଜିତ ନାଏକ,କୋଷାଧ୍ୟକ୍ଷ ସୁଶ୍ରୀ ହୀରା ବାଗ, ଧରଣୀ ଧର ଧଙ୍ଗଡା ମାଝୀ, ରଞ୍ଜିତ ନାଏକ, ତୀର୍ଥରାଜ ନାଏକ,ଉପଦେଷ୍ଟା ତୁଳାରାମ ନାଏକ ଓ ଅନ୍ୟାନ୍ୟ ସଦସ୍ୟ ଙ୍କ ପ୍ରତ୍ୟକ୍ଷ ସହଯୋଗରେ ଧୁମ୍ ଧାମରେ ମା ଙ୍କ ପୂଜା କରାଯାଉ ଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ପାଇଁ ବିଭିନ୍ନ ଦିବସରେ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ରଖା ଯାଇଛି।ଆସନ୍ତା ମଙ୍ଗଳବାର ୩୦ ତାରିଖ ସନ୍ଧ୍ୟାରେ ସୁର ମହକ ମେଲୋଡି ଗ୍ରୁପ ର ଗାୟକ ନୀଳାଚଳ ପାନ ଓ ସାଥୀ ଙ୍କ ଦ୍ବାରା ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।। ଆସନ୍ତା ୨ ତାରିଖ ବିଜୟା ଦଶମୀ ଦିନ ପୂର୍ଣ୍ଣାହୁତି ସହ ମା ଙ୍କର ଭବ୍ୟ ଭସାଣି ହେବ ବୋଲି ଆୟୋଜକ କମିଟି ପକ୍ଷରୁ ପ୍ରକାଶ।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ