July 23, 2026
Home » ୪୦ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଉଦ୍ଧାର:ଜଣେ ମହିଳା ସମେତ କାର ଜବତ

୪୦ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଉଦ୍ଧାର:ଜଣେ ମହିଳା ସମେତ କାର ଜବତ

0
WhatsApp Image 2026-07-22 at 4.02.56 PM

ରୁଷୁଡ଼ା ପୋଲିସ ଫାଣ୍ଡିଅଧିକାରୀ କାର୍ଯ୍ୟରେ ଶୀଘ୍ର ଯୋଗଦାନ କରିବା ବ୍ୟବସ୍ଥା ଏସ୍‌ପି ମହାଶୟ ଶୀଘ୍ର କରନ୍ତୁ? ଭେଡେନ ଥାନା ଅଧିନରେ ଆସୁଥିବା ରୁଷୁଡ଼ା ପାଣ୍ଡିରେ ଆଜି ସୁଦ୍ଧା କେହି ପାଣ୍ଡି ଅଧିକାରୀ ନାହିଁ।ନ୍ତି, ଏହାର ସୁଯୋଗ ନେଇ ଗତ ଜୁଲାଇ ୧୫ ତାରିଖ ସ୍ପଷ୍ଟ ଦିବା ଅପରାହ୍ନ 3 ଟା ସମୟରେ ବରଗଡ଼ ଏସ୍‌ପି ରବିନ୍ଦ୍ରନାଥ ଶତପଥିଙ୍କ ନିର୍ଦ୍ଦେଶକ୍ରମେ ରୁଷୁଡ଼ା ଫାଣ୍ଡିର କମ୍ ଗାଁ ଠାରେ ଚଢ଼ାଉ କରାଯାଇ ୪୦ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଉଦ୍ଧାର କରାଯାଇଥିଲା ଏବଂ ପରବର୍ତ୍ତୀ ଦିନ ମାଜିଷ୍ଟେଟ୍ ତହସିଲଦାର ଶ୍ରୀମତୀ ସସ୍ମିତା ସାଇଁଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇଥିବା ଗଞ୍ଜେଇ ପୁଣି ଓଜନ କର। ଯାଇଥିଲା, ଏଠାରେ ଭେଡେନ ଥାନା ଓ ରୁଷୁଡ଼ା ଫାଣ୍ଡିର ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ,ଉଦ୍ଧାର କରାଯାଇଥିବା ଗଞ୍ଜେଇ, ଜଣେ ମହିଳା ଓ କମ୍ ଗାଁର ମୁରଲୀ ମାଝୀଙ୍କ ଅଲ୍ଟୋ କାର୍ ନ:OD-16B-8779କୁ ସମସ୍ତ ସାମଗ୍ରୀ ଓ ମହିଳା କୋର୍ଟରୁ ଜେଲ୍ ଚାଲାଣ କରାଯାଇଅଛି,ଏ ସମ୍ବନ୍ଧରେ ରେ ଭେଡେନ ଥାନାର କେଶ ନ:୧୭୨ତା ୧୬/୭/୨୦୨୬ ଲିପିବଦ୍ଧ ମଧ୍ୟ ହୋଇ ସାରିଅଛି, ଏଥିରୁ ସ୍ପଷ୍ଟ ଜଣାପଡ଼ୁଅଛି ବିଭିନ୍ନ ପ୍ରକାର ମାଫିଆଙ୍କ ଶାସନ ଚାଲିଥିବାରୁ ପାଣ୍ଡି ଅଞ୍ଚଳରେ ଘଟୁଥିବାର ଜନସାଧାରଣ ଅନୁମାନ କଲେଣି,ଏଥିପାଇଁ ପାଣ୍ଡି ଅଞ୍ଚଳବାସୀ ନିବେଦନ କରୁଅଛନ୍ତି ଯେ ଶୀଘ୍ର ପାଣ୍ଡିଅଧିକାରୀ କାର୍ଯ୍ୟରେ ଯୋଗଦାନ କରିବା ବ୍ୟବସ୍ଥା ଏସ୍‌ପି ମହୋଦୟକରନ୍ତୁ,

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *