February 8, 2026
Home » ୪୧ତମ ଅଖିଳ ଭାରତ ବୃହତ୍ ବନ୍ଦର କବାଡି ପ୍ରତିଯୋଗିତା ଉଦଘାଟିତ

୪୧ତମ ଅଖିଳ ଭାରତ ବୃହତ୍ ବନ୍ଦର କବାଡି ପ୍ରତିଯୋଗିତା ଉଦଘାଟିତ

0
WhatsApp Image 2026-02-08 at 1.27.41 PM

ପାରାଦୀପ : ପାରାଦୀପ ବନ୍ଦର ଓ ଅଖିଳ ଭାରତ ବୃହତ୍ ବନ୍ଦର ଖେଳ ପ୍ରାଧିକରଣର ମିଳିତ ଆନୁକୁଲ୍ୟରେ ପାରାଦୀପର ବିଜୁ କନ୍ଭେନସନ୍ ସେଣ୍ଟର୍ ଠାରେ ୬ ତାରିଖ ଦିନ ୪୧ ତମ ଅଖିଳ ଭାରତ ବୃହତ୍ ବନ୍ଦର କବାଡି ପ୍ରତିଯୋଗିତା ୨୦୨୫-୨୬ ଉଦ୍ଘାଟିତ ହୋଇ ଯାଇଛି । ବନ୍ଦର ମୁଖ୍ୟ ଯନ୍ତ୍ରୀ ଓ ଗୋପବନ୍ଧୁ କ୍ରୀଡ଼ା ସଂସଦର ସଭାପତି ଏଚ ଏସ ରାଉତଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ କି ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା, ଦଳଗତ କାର୍ଯ୍ୟ ଏବଂ ଶାରିରୀକ ସୁସ୍ଥତାକୁ ପ୍ରୋତ୍ସାହିତ କରିବାରେ କ୍ରୀଡାର ଅନେକ ମହତ୍ତ୍ଵ ରହିଛି ।

ବନ୍ଦର ଉପାଧ୍ୟକ୍ଷ ଟୀ ବେଣୁଗୋପାଳ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସଂସଦର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ସେଠୀ ସ୍ବାଗତ ଭାଷଣ ରଖିଥିଲେ । ଏହି ପ୍ରତିଯୋଗିତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ପ୍ରତିଯୋଗିତାରେ ଆୟୋଜକ ପାରାଦୀପ ବନ୍ଦର ଛଡ଼ା ଚେନ୍ନାଇ, ଦିନଦୟାଲ, ମୁମ୍ବାଇ, ନ୍ୟୁ ମାଙ୍ଗାଲୋର, ବିଶାଖାପାଟଣା ଓ ଜବାହର ଲାଲ ନେହେରୁ ବନ୍ଦର ଅଂଶ ଗ୍ରହଣ କରୁଛନ୍ତି । ପ୍ରତିଯୋଗିତାକୁ ସଫଳ କରିବାରେ କ୍ରୀଡ଼ା ସଂସଦର ସମ୍ପାଦକ ଧୁନ ଚନ୍ଦ୍ର ତରାଇ ଓ କର୍ମକର୍ତ୍ତା ମାନେ ଲାଗି ପଡିଛନ୍ତି । ଉଦଘାଟନୀ ମ୍ୟାଚରେ ପାରାଦୀପ ବନ୍ଦର ଦିନଦୟାଲ ବନ୍ଦରକୁ ପରାସ୍ତ କରିଥିଲା ।

 

ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *