November 24, 2025
Home » ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ୱର ୫-୪ ଗୋଲରେ ଚମ୍ପିୟାନ ।

୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ୱର ୫-୪ ଗୋଲରେ ଚମ୍ପିୟାନ ।

0
1000817871
ନୟାଗଡ: ନୟାଗଡ ଜିଲ୍ଲା ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ଜିଲାର ସର୍ବପୁରାତନ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଦ୍ୱାରା ଆୟୋଜିତ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ ଖେଳରେ ଗଣ୍ଡରପୁର ଫୁଟବଲ କ୍ଲବ ଭୁବନେଶ୍ୱର ଓ ଇୟୁନାଇଟେଡ ସ୍ପୋର୍ଟସ କ୍ଲବ ବରଗଡ଼ ମଧ୍ୟରେ ହୋଇଥିଲା । ପ୍ରଥମାର୍ଦ୍ଧ ଖେଳରେ ଉଭୟ କେହି କାହାକୁ ଗୋଲ ଦେଇପାରିନଥିଲେ ।ଦ୍ୱିତୀୟାର୍ଦ୍ଧର ଖେଳ ଘମାଘୋଟ ଲଢେଇ ଚାଲିଥିବାବେଳେ ୧୯ ତମ ମିନିଟରେ ଗଣ୍ଡରପୁର ୧୧ନଂ ଜର୍ସି ଖେଳାଳିଙ୍କ ଗୋଲ ଦଳକୁ ୧-୦ ଆଗୁଆ ରଖିଥିଲା। ପରେ ବରଗଡ଼ ଦଳ ଆକ୍ରମଣାତ୍ମକ ଖେଳର ୨୮ତମ ମିନିଟରେ ୯ନଂ ଜର୍ସି ଖେଳାଳି ସୁଶୀଲ ପଢିଆରିଙ୍କ ଏକ ଗୋଲ ସମାନ ସ୍ଥିତିକୁ ଆସିଯାଇଥିଲା ।
ତାପରେ ଖେଳ ଜୋର୍ ସଂଘର୍ଷ ପୂର୍ଣ୍ଣ ଚାଲିଥିବା ସମୟର ୩୫ତମ ମିନିଟରେ ବରଗଡ଼ ଦଳ ୨୬ନଂ ଜର୍ସି ଖେଳାଳି କ୍ରିଷ୍ଣା ହରିପାଳଙ୍କ ଗୋଲରେ ଦଳ ୨-୧ ରେ ଆଗୁଆ ଥିଲା। କିନ୍ତୁ ଖେଳ ସରିବାକୁ ଏକ ମିନିଟ ଅଛି ଗଣ୍ଡରପୁର ଦଳର ୮ ନଂ ଖେଳାଳି ଅରବିନ ଲାକ୍ରାଙ୍କ ଗୋଲଦେଇ ଦଳକୁ ସମାନ ସ୍ଥିତିକୁ ନେଇଆସିଲେ ।ଶେଷରେ ଟାଇ ବ୍ରେକରସହାୟତାରେ ଗଣ୍ଡରପୁର ଦଳ ୫-୪ରେ ଗୋଲରେ ବିଜୟୀ ଚମ୍ପିୟାନ ହୋଇଥିଲା। ଖେଳପରେ ପରେ ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ସତ୍ୟ ନାରାୟଣ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ତଥା ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ଶରଣକୂଳ ଜିଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଗୋଡିପଡା ଜିଲା ପରିଷଦ ସଭ୍ୟା ସଂଯୁକ୍ତା ପଢିଆରୀ, ସାମାଜିକ କର୍ମୀ ମନସୁର ବକ୍ସ, ସାମାଜିକ କର୍ମୀ ପ୍ରଫୁଲ ନାଏକ, ସାମାଜିକ କର୍ମୀ ତ୍ରିନାଥ ବିଶ୍ୱାଳ ଆଦି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପରେ ମଧ୍ୟାନ୍ତରରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ସହ ପଡିଆରେ ଦୁଇଦଳ ଖେଳାଳୀ ଓ ରେଫେରୀଙ୍କ ସହିତ କରମର୍ଦ୍ଦନ ଓ ପରିଚୟ ଆଦାନପ୍ରଦାନ ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଆତସବାଜୀ ପ୍ରଦର୍ଶନ ସହ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ବିବରଣୀ ପାଠ କରିଥିଲେ।
ଅନୁଷ୍ଠାନ ତରଫରୁ ସମସ୍ତ ଖବରଦାତାମାନଙ୍କୁ ଉପଢୌକନ ସହ ପ୍ରଶଂସା ପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ମୁଖ୍ୟଅତିଥି ତଥା ଅନ୍ୟ ଅତିଥିଙ୍କ ଅଭିଭାଷଣ ପରେ ଆଜିର ବିଜେତା ଗଣ୍ଡରପୁର ଦଳକୁ ଚମ୍ପିୟାନ ଟ୍ରଫି ସହ ତିରିଶ ହଜାର ଟଙ୍କା ଓ ଉପବିଜେତା ବରଗଡ଼କୁ ଟ୍ରଫି ସହ ୨୦ହଜାର ଟଙ୍କା ଏବଂ ଆଜିର ଶ୍ରେଷ୍ଠ ଖେଳାଳି ଅଶ୍ୱିନ ଡୁମଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ଏବଂ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବରଗଡର ସୁନୀଲ ପଢିଆରିଙ୍କୁ ଟ୍ରଫି ସହ ଦୁଇ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ପ୍ରକାଶ ଥାଉକି ଜିଲ୍ଲାପରିଷଦ ସଭାପତି ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଅତିଥି ହୋଇ ଆସିଥିଲେ ମଧ୍ୟ ଅଳ୍ପ ସମୟପରେ ଜରୁରୀ କାର୍ଯ୍ୟ ଯୋଗୁଁ ଉପସ୍ଥିତ ରହିପାରିନଥିଲେ । ମୁଖ୍ୟ ରେଫେରି ଭାବେ ରାଜୁ ମହାନ୍ତି ଖେଳକୁ ପରିଚାଳନା କରିଥିଲା ବେଳେ ଲାଇନରେ ସହାୟତା କରିଥିଲେ ପ୍ରସନ୍ନ କୁମାର ନାୟକ, ପ୍ରିୟବ୍ରତ ବାହିନୀପତିଏବଂ ୪ର୍ଥ ରେଫେରୀ ଭାବେ ଜଗନ୍ନାଥ ପରିଡା ଖେଳକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହ ବହୁ ସ୍ବେଛାସେବୀ ଯୋଗଦେଇ ସହଯୋଗ କରିଥିଲେ।ଏହି ସଂଘର୍ଷ ପୂର୍ଣ୍ଣ ଫାଇନାଲ ଖେଳକୁ ୧୦ ହଜାରରୁ ଅଧିକ ଦର୍ଶକ ମନଭରି ଉପଭୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *