୬୯ତମ ରାଜ୍ୟ ବିଦ୍ୟାଳୟ ସମୁହ କ୍ରିକେଟ ପ୍ରତିଯୋଗିତା:ଗଜପତି ଜିଲ୍ଲା ଚାମ୍ପିୟନ
୬୯ତମ ରାଜ୍ୟ ବିଦ୍ୟାଳୟ ସମୁହ କ୍ରିକେଟ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ଚାମ୍ପିୟନ ହୋଇଛି । ଜଗତସିଂହପୁର ଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାର ଫାଇନଲ ମ୍ୟାଚରେ ଗଜପତି ଜିଲ୍ଲା ଯାଜପୁର ଜିଲ୍ଲାକୁ ୩୫ରନରେ ପରାସ୍ତ କରି ଏହି ଗୌରବ ହାସଲ କରିଛି । ଫାଇନଲ ମ୍ୟାଚରେ ଗଜପତି ଜିଲ୍ଲା ନିର୍ଦ୍ଧାରିତ ୨୦ଓଭରରେ ୯ୱିକେଟ ହରାଇ ୨୦୧ରନ କରିଥିଲା ।

ଏହାର ଜବାବରେ ଯାଜପୁର ଜିଲ୍ଲା ୨୦ଓଭରରେ ୭ୱିକେଟ ହରାଇ ୧୬୬ରନ କରିପାରିଥିଲା । ଏହି ସଫଳତା ଗଜପତି ଜିଲ୍ଲାକୁ ଗୌରବାନ୍ୱିତ କରିଛି । ଏଥି ସକାଶେ ବିଭିନ୍ନ ମହଲରୁ ବିଜେତା ଦଳକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବିଜେତାଦଳ ପାରଳାଖେମୁଣ୍ଡି ରେଳଷ୍ଟେସନ୍ ଠାରେ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସ୍ୱାଗତ କରାଯାଇ ସହର ପରିକ୍ରମା କରାଯାଇଥିଲା ।

ଏହାପରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ବିଜେପି ତରଫରୁ ବିଜେତା ଦଳକୁ ସ୍ୱାଗତ କରାଯିବା ସହ ବିଜୟୀ ଦଳର ସଦସ୍ୟ, ପ୍ରଶିକ୍ଷକ ଓ ମ୍ୟାନେଜରଙ୍କୁ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ନବକିଶୋର ଶବର, ସଧାରଣ ସମ୍ପଦକ ଜଗନ୍ନାଥ ମହାପାତ୍ର, ପାରଳାଖେମୁଣ୍ଡି ପୌରପାଳିକାର ୱାର୍ଡ ନଂ.-୪ କାଉନସିଲର୍ ବାଳକୃଷ୍ଣ ପାତ୍ର,କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା କ୍ରୀଡାଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର, ପ୍ରିୟଦର୍ଶୀ ମିଶ୍ର, ଧିରେନ ସାମଲ, ତପସ୍ୱିନୀ ପଣ୍ଡାଙ୍କ ସମେତ ବହୁ ଶିକ୍ଷକ ଏବଂ ବିଦ୍ୟାଳୟର ଛାତ୍ର ମାନେ ଉପସ୍ଥିତ ଥିଲେ ।

ସେହିପରି ଗଜପତି ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ର ସଭାପତି ଦେବାଶୀଷ ପାଢୀ, ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହ. ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା, ତିରୁପତି ରାଓ ଓ ପୌରାଧ୍ୟକ୍ଷା ନିର୍ମଳା ସେଠୀ ଦ୍ୱାରା ବିଜେତା ଦଳକୁ ସ୍ୱାଗତ କରିଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
