୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଦର ମହକୁମା ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଜାତୀୟ ପତାକା ଉତ୍ତୋଳନ କରି ସମବେତ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବୋଧିତ କରି କହିଲେ ଆମର ସମ୍ବିଧାନକୁ ହସ୍ତାକ୍ଷର ରେ ଲେଖା ଯାଇଥିଲା ଏବଂ ସମଗ୍ର ସମ୍ବିଧାନ ଲେଖିବାପାଇଁ କୌଣସି ଆଧୁନିକ ଉପକରଣ ବ୍ୟବହାର କରାଯାଇନଥିଲା ।ଦିଲ୍ଲୀ ବାସିନ୍ଦା ପ୍ରେମ୍ଵିହାରୀ ନାରାୟଣ ଏହା ନିଜ ହାତରେ ଇଟାଲିକ୍ ଅକ୍ଷରରେ ଲେଖିଥିଲେ।ଏହି ପାଣ୍ଡୁଲିପି ୨୫୧ ପୃଷ୍ଠା ବିଶିଷ୍ଟ ଏବଂ ଏହା ଲେଖିବାକୁ ୬ମାସ ସମୟ ଲାଗିଥିଲା। ବର୍ତ୍ତମାନ ସୁଦ୍ଧା ଏହି ପାଣ୍ଡୁଲିପି ସଂସଦ ଭବନରେ ସଂରକ୍ଷିତ ରହିଅଛି। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଅନୁଷ୍ଠାନ ର ସଦସ୍ୟ ସନ୍ତୋଷ ଷଡ଼ଙ୍ଗୀ, ଦୟାନିଧି ହୋତା, ଭୂଷଣ ପାତ୍ର, କୃଷ୍ଣ ଚନ୍ଦ୍ର ପାଢୀ, ଗୋପୀନାଥ ମହାକୁର,ଡ.ଦ୍ବିତୀକୃଷ୍ଣ ପଣ୍ଡା,ସୁରୁ ସାହୁ,ଧନୁ ପଧାନ,ଅକ୍ରୂର ଦନ୍ତା,ଧୃବ ଚରଣ କ୍ଷେତି, ବଳରାମ କାଣ୍ଡ,ବାସୁଦେବ ପଣ୍ଡା, ଜ୍ଞାନେନ୍ଦ୍ର ତ୍ରିପାଠୀ,ଦିଲ୍ଲୀପ ମିଶ୍ର, ଶ୍ୟାମ ସେଠୀ, ବାସୁଦେବ ରଥ,ତ୍ରୀନାଥ ମିଶ୍ର,ଦିଲ୍ଲୀପ ତ୍ରିପାଠୀ,ଗୋଲକ ଦେହେରୀ, କୃଷ୍ଣ ଚନ୍ଦ୍ର ମଲ୍ଲିକ, ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର