୮୪ ତମ ପ୍ରାକାଟ୍ୟ ଦିବସ ପାଳନ………!
ବ୍ରହ୍ମପୁର , ସିଦ୍ଧାର୍ଥ ନଗର ପ୍ରଥମ ଗଳିରେ ଥିବା ଶ୍ରୀମତୀ ସୁଷମା ପଣ୍ଡା ଙ୍କ ବାସଭବନ ଠାରେ, ଆଦିତ୍ୟ ବାହୀନି/ଆନନ୍ଦ ବାହୀନି ବ୍ରହ୍ମପୁର ଶାଖା ତରଫରୁ,ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ୮୪ ତମ ଜନ୍ମ ଉତ୍ସବ କୁ ପ୍ରାକାଟ୍ୟ ଦିବସ ଭାବରେ ବହୁ ଆଡମ୍ବର ସହ ପାଳନ କରାଯାଇଥିଲା।
କର୍ଣେଲ୍ ଦେବେନ୍ଦ୍ର ନାଥ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ,ବିଜୟ କୁମାର ରଥ ଙ୍କ ଦ୍ଵାରା ମନ୍ତ୍ର ଗାନ ଓ ଦୀପ ପ୍ରଜ୍ୱଳନ ପରେ ଭଜନ,କିର୍ତ୍ତନ ଓ ବୌଦ୍ଧିକ ସହ ଅର୍ଣ୍ଣ ପ୍ରାଶାନ୍ନର ବ୍ୟବସ୍ଥା କରାଯାଇଥିଲା।
ସନ୍ତୋଷ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ବୈଠକରେ ଦକ୍ଷିଣ ବିଭାଗ ପ୍ରମୁଖ ଉମା ଶଙ୍କର ପାଣି ଓ ଜିଲ୍ଲା କ୍ଷେତ୍ରୀୟ ସମ୍ପାଦକ ଡଃ ହୃଷୀକେଶ ପାଢିଙ୍କ ଉପସ୍ଥିତି ରେ ଗୁରୁ ବାଣି,ଗୁରୁଙ୍କ ମାର୍ଗଦର୍ଶିତ ପଥ ଉପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଭିତ୍ତିକ ପ୍ରସଙ୍ଗ ଥାଇ ଆଲୋଚନାର ସହ ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ରେ ଗଢି ତୋଳିବା ଦିଗରେ ମାତୃ ଶକ୍ତିର ଭୂମିକା,ଶାଖା ସଂଙ୍ଗଠନର ଅଭିବୃଦ୍ଧି, ଆଗାମୀ ରଥ ଯାତ୍ରାରେ ସେବାକାର୍ଯ୍ୟ ଇତ୍ୟାଦି ଉପରେ ବିଶଦ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଶିବ ସଙ୍କର ମାଦଳା,ରାମ ପ୍ରସାଦ ପଣ୍ଡା, ଶ୍ରୀମତି ଶାନ୍ତି ଲତା ପାଢି,ସୂଚିତ୍ରା ଆଚାର୍ଯ୍ୟ, ନରସିଂହ ଗୌଡ,କାଳୁ ମହାରଣା, ରବିନ୍ଦ୍ର ନାଥ ସାହୁ,ବାବୁଲା ସାହୁ,ତାରିଣି ଚରଣ ପାଣିଗ୍ରାହୀ,ବାବୁ ମଣ୍ଡଳ, ପ୍ରଭାସିନୀ ମଣ୍ଡଳ, ବଳରାମ ସାହୁ, ଆରତି ପାତ୍ର, ବାସୁଦେବ ଅଧିକାରୀ , ଉପେନ୍ଦ୍ର ପାଣିଗ୍ରାହୀ ଓ ବିଜୟ ସାହୁ ଇତ୍ୟାଦି ଯୋଗ ଦେଇଥିଲେ।
