ୱାଶିଂ ମେସିନ୍ ସର୍ଭିସିଂ ବାହାନାରେ ସାଇବର ଲୁଟ୍!
ଆକାଉଣ୍ଟରୁ ଲୁଟିନେଲେ ପ୍ରାୟ ୧ ଲକ୍ଷ ଟଙ୍କା
ୱାଶିଂ ମେସିନ୍ ସର୍ଭିସିଂ କରାଇବାକୁ ଅନଲାଇନରେ ବୁକ କରିଥିଲେ, ହେଲେ ସାଇବର ଠକଙ୍କ ଜାଲରେ ଫସି ହରାଇଲେ ଜମା ଟଙ୍କା l ଗରଦପୁର ବ୍ଲକ୍ ବ୍ରହ୍ମପୁର ଗ୍ରାମର ତପସ୍ୱିନୀ ଦାଶଙ୍କ ସହ ଏଭଳି ସାଇବର ଠକେଇ ହୋଇଥିବା ଅଭିଯୋଗ ହୋଇଛି l ସୂଚନା ଅନୁସାରେ, ୱାଶିଂ ମେସିନ୍ ସର୍ଭିସିଂ ପାଇଁ କଷ୍ଟମର ସର୍ଭିସ୍ ଆପ୍ ଜରିଆରେ ଯୋଗାଯୋଗ କରିବା ପରେ ଠକେଇର ଶିକାର ହୋଇଥିବା ଅଭିଯୋଗ ରହିଛି l ଦୁର୍ବୃତ୍ତମାନେ କୌଶଳକ୍ରମେ ତାଙ୍କ ୟୁକୋ ବ୍ୟାଙ୍କ, ଗରଦପୁର ଶାଖାର ଆକାଉଣ୍ଟରୁ ପ୍ରାୟ ୧ ଲକ୍ଷ ଟଙ୍କା ଖାଲି କରିଦେଇଥିବା ଅଭିଯୋଗ ହୋଇଛି l
ସବୁଠାରୁ ଦୁଃଖଦ ବିଷୟ ହେଉଛି—ସ୍ୱାମୀଙ୍କ ଗୋଡ଼ର ଅପରେସନ୍ ପରେ ଚିକିତ୍ସା ଓ ଔଷଧ ଖର୍ଚ୍ଚ ପାଇଁ ରଖିଥିବା ଟଙ୍କା ହିଁ ସାଇବର ଠକଙ୍କ ଟାର୍ଗେଟ୍ ହୋଇଛି l
ଘଟଣାକୁ ନେଇ ସାଇବର ସେଲ୍ରେ ଅଭିଯୋଗ କରାଯାଇଛି l ଘଟଣାର ତଦନ୍ତ ପରେ ଟଙ୍କା କିପରି ଟ୍ରାନ୍ସଫର ହେଲା, ଏଥିରେ କିଏ କିଏ ସମ୍ପୃକ୍ତ ଏବଂ ଲୁଟ୍ ହୋଇଥିବା ଅର୍ଥ ଫେରିପାରିବ କି ନାହିଁ—ତାହା ଦେଖିବାକୁ ବାକି ରହିଲା l
ସାଇବର ଠକଙ୍କଠାରୁ ସତର୍କ ରୁହନ୍ତୁ l
କୌଣସି ସର୍ଭିସ୍ ପାଇଁ ଅଜଣା ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ, ଅଜଣା ବ୍ୟକ୍ତିଙ୍କୁ OTP, PIN, CVV, UPI PIN କିମ୍ବା ବ୍ୟାଙ୍କ ତଥ୍ୟ ଦିଅନ୍ତୁ ନାହିଁ l
ଆଜି ଅନ୍ୟ କେହି, କାଲି ଆମେ ନୁହେଁ—ସଚେତନତା ହିଁ ସାଇବର ଠକେଇରୁ ସୁରକ୍ଷା l
