December 27, 2025
Home » ୱେବ୍ ୟୁନିଅନର ପ୍ରଥମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

ୱେବ୍ ୟୁନିଅନର ପ୍ରଥମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-08-31 at 6.08.41 PM

 

ରାୟଗଡ଼ା ସହରରେ ଥିବା ସ୍ଥାନୀୟ ଲାଇନ୍ସ କ୍ଲବ ଠାରେ ରବିବାର ଦିନ ରାୟଗଡ଼ା ଜିଲ୍ଲା ୱେବ୍ ୟୁନିଅନର ପ୍ରଥମ ବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ତଥା ଆଇନଜୀବୀ ଗୁରୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବାର୍ଷିକୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବିଧାୟକ କଦ୍ରକା ଆପ୍ପାଲା ସ୍ବାମୀ ଯୋଗ ଦେଇ ଥିବା ବେଳେ ରାୟଗଡ଼ା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବାଦାଲ ତା, ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା,ରାୟଗଡ଼ା ଏଲଆଇସି ଡିଇଓ ଗୋବିନ୍ଦ ରଥ,ଗୌରୀ ପଟ୍ଟନାୟକ ମଞ୍ଚାସିନ ଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ରାୟଗଡ଼ା ବିଧାୟକ କାଦ୍ରାକା ଆପାଲା ସ୍ବାମୀ ତାଙ୍କ ସମ୍ଭାଷୋଣରେ କହିଥିଲେ ଯେ ” ମୁଁ ଯେତିକି ନଜର ରଖି ଦେଖିଆସିଛି ଯେ ରାୟଗଡ଼ାରେ ସାମ୍ବାଦିକ ସଂଘ୍ ଚାରି ଭାଗରେ ବିଭକ୍ତ ହୋଇଛି ଯେଉଁଥିପାଇଁ ଜିଲ୍ଲାର ବିକାଶ କ୍ଷେତ୍ରରେ ଅଗ୍ରଗତି ହୋଇପାରୁନାହି। ମୋର ବିଧାୟକତା ଗତ ୧୪ ମାସ ମଧ୍ୟରେ ଜିଲ୍ଲାରେ ଚାରୋଟି ପ୍ରଶାସନିକ ଅଧିକାରୀଙ୍କ ସମୟରେ ବିଭିନ୍ନ ସଭାର ଯୋଗ ଦେଇ ଆସିବା ସମୟରେ ବିଭିନ୍ନ ସଭାରେ ସାମ୍ବାଦିକଭାଇମାନଙ୍କୁ ଫଟୋ ଭିଡିଓ ଉତ୍ତୋଳନ କରି ସାମ୍ବାଦିକଙ୍କୁ ବାହାରକୁ ପଠାଇ ଦିଆଯାଇଛି। ସଭାରେ ଆଲୋଚନାର ସତ୍ୟସତ୍ୟତାକୁ ନ ଶୁଣି ନ ବୁଝି ପରବର୍ତ୍ତୀ ସମୟରେ ଜିଲ୍ଲା ସୂଚନା ଅଧିକାରୀ ଯାହାକୁ କି ୱାଟସଏପରେ ଦେଇଥିବା ସୂଚନା କ୍ରମେ କିଛି ସାମ୍ବାଦିକ ଗ୍ରହଣ କରି ପ୍ରକାଶ କରିଥାନ୍ତି ।

 

ଜିଲ୍ଲାରେ କାହିଁକି କୌଣସି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ସଭାସ୍ଥଳର ଆଲୋଚନା ବୁଝି ଶୁଣିବାରେ ବଞ୍ଚିତ କରଯାଉଛି ବୋଲି ପ୍ରଶ୍ନ କରିଥିଲେ ରାୟଗଡ଼ା ବିଧାୟକ। ଆମେ ଦେଖୁ ଯେ ସାମ୍ବାଦିକ କର୍ମୀମାନେ ବିଧାନସଭା ଚାଲିଥିବା ସମୟରେ ବିଧାୟକ ମାନେ ବିଧାନସଭାରେ ଯାହା ଉପସ୍ଥାପନ କରନ୍ତି ଠିକ୍ ତାହାକୁ ପ୍ରସାରଣ କରିଥାନ୍ତି। ତେଣୁ ସରକାରୀ କାର୍ଯ୍ୟକ୍ରମରେ ଆଲୋଚନାକୁ ଶୁଣି ସଠିକ୍ ଭାବେ ସାମ୍ବାଦିକ ଭାଇମାନେ ଉପସ୍ଥାପନ କରିବେ ବୋଲି ଆଶା କରୁଛି। ଯଦି ଜଣେ ସାମ୍ବାଦିକ ଚାହିଁଲେ ସେ ଅକ୍ସଫୋର୍ଡ ୟୁନିଭରସିଟିର ଶିକ୍ଷାଗତ ଭାବେ ୪-୫ ଡିଗ୍ରୀ ପାଇଥିବା ବ୍ୟକ୍ତିକୁ ମଧ୍ୟ ପୋକ ଦେଇପରାନ୍ତି । ଏବଂ ଜଣେ ଡିଗ୍ରୀଧାରୀ ଲେଖିପାରୁ ନଥିବ ମାନେ ତାକୁ ମଧ୍ୟ ଲୋକଲୋଚନକୁ ଜଣେ ସାମ୍ବାଦିକ ଆଣି ପରିବାର ବିଦ୍ୟା ତାଙ୍କ ମଧ୍ୟରେ ରହିଛି ଯାହା କି ଠିକ୍ ଭାବେ ପରିବେଷଣ କରିବେ ବୋଲି ଆଶା କରୁଛି । ଏଥିସହ ସେ କହିଥିଲେ ଯେ ସାମ୍ବାଦିକତା ଭାବିବା ଅନୁସାରେ ସେତେ ସହଜ ନୁହେଁ। ମୁଁ ଜାଣେ କିଛି ସାମ୍ବାଦିକ ଯେଉଁମାନେ ଘରେ ବସି କପିପେଷ୍ଟ କରି ମଧ୍ୟ ଏହାକୁ ପ୍ରସାରଣ କରନ୍ତି | ଏହା ଅତ୍ୟନ୍ ଦୁଃଖଦାୟକ। ସରକାର ସାମ୍ବାଦିକଙ୍କ ଦୁଃଖକଷ୍ଟ ବୁଝୁ ନାହାନ୍ତି। ସାମ୍ବାଦିକ ଭାଇମାନେ ବହୁତ କଷ୍ଟରେ ନିଜର ପରିବାର,ସମସ୍ତ ଖୁସିକୁ ଭୁଲି ବିଭିନ୍ନ ସମୟରେ ସମାଜରେ ଘଟୁଥିବା ଘଟଣା ନେଇ ତଥ୍ୟଭିତିକ ଭାବେ ଉପସ୍ଥାପନ କରିଥାନ୍ତି । ବିଗତ ବିଜେଡି ସରକାର ସାମ୍ବାଦିକମାନଙ୍କୁ ଇନ୍ସୁରେନ୍ସ,ସାମ୍ବାଦିକଙ୍କ ପିଲାଙ୍କ ପାଠପଢା ପାଇଁ ସୁବିଧା ଯୋଜନା କରିଥିଲେ। ବର୍ତମାନ ବିଜେପି ସରକାର ଯେଉଁମାନଙ୍କର ବାର୍ଷିକ ଆୟ ପଚାଶ ହଜାର ଟଙ୍କାରୁ କମ୍, ସେମାନଙ୍କୁ ବିପିଏଲ୍ କାର୍ଡରେ ଅନ୍ତର୍ଭୁକ୍ତ କରିବା ସହ ଦୁଇଚାକିଆ ଯାନ ଦିଆଯିବ ବୋଲି ଘୋଷଣା କରିଥିଲେ। ଆଜି ସାମ୍ବାଦିକ ଭାଇମାନେ ଆର୍ଥିକ ସଙ୍କଟ ମଧ୍ୟରେ ବହୁ କଷ୍ଟରେ ଖବର ପରିବେଷଣ କରୁଛନ୍ତି । ତଥାପି ସରକାର ଏଥିରେ ସାମ୍ବାଦିକଭାଇ ମାନଙ୍କୁ ମଧ୍ୟ କାହିଁକି ଅନ୍ତର୍ଭୁକ୍ତ କରାଯାଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। I ଯେଉଁଦିନ ପର୍ଯ୍ୟନ୍ତ ରାୟଗଡ଼ାରେ ସାମ୍ବାଦିକମାନେ ଏକତ୍ରିତ ହୋଇ ଏକ ହୋଇ ନାହାନ୍ତି ସେହିଁ ଦିନ ପର୍ଯ୍ୟନ୍ତ ଜିଲ୍ଲାର ବିକାଶ ଏବଂ କୌଣସି କ୍ଷେତ୍ରରେ ଅଗ୍ରଗତି ହେଇପାରିବ ନାହିଁ ବୋଲି କହିଥିଲେ ରାୟଗଡ଼ା ବିଧାୟକ ।
ମଞ୍ଚାସିନ ଅନ୍ୟାନ୍ୟ ଅତିଥିଙ୍କ ମଧରେ ବରିଷ୍ଠ ସାମ୍ବାଦିକ ବାଦଲ ତା ଆଜିକାର ଦୁନିଆରେ ୱେବ୍ ମିଡ଼ିଆର ଅଗ୍ରଗତି ନେଇ ଏବଂ ବିଭିନ୍ନ ଘଟଣାକୁ ତୁରନ୍ତ ପ୍ରକାଶ କରିବା ସହ ତାହାର ଲିଙ୍କ ୱାଟସପରେ ଦେବା ଫଳରେ ଖବର ତୁରନ୍ତ ୦୫-୧୦ ମିନିଟ ମଧ୍ୟରେ ସମସ୍ତେ ପାଇଯାଉଛନ୍ତି। ଯାହାକୁ ନେଇ ସେ ପ୍ରଶଂସା କରିବା ସହ ତାକୁ ଅନୁସରଣ କରି ନିଜ ସାମ୍ବାଦିକତା କ୍ଷେତ୍ରରେ ଉପଯୋଗ କରୁଥିବା କହିଥିଲେ । ୱେବ୍ ମିଡ଼ିଆ ଆସିବା ପରେ ସେଟଲାଇଟ୍ ଚାନାଲ ଗୁଡ଼ିକ ମଧ୍ୟ ତାକୁ ଅନୁସରଣ କରି ଖବର ପ୍ରସାରଣ ପରେ ତାକୁ ୱାଟସପରେ ଲିଙ୍କ ଦେବାରେ ମଧ୍ୟ ପଛେଇ ନାହାନ୍ତି ବୋଲି ମଧ୍ୟ ଶ୍ରୀ ତା କହିଥିଲେ । ସେହିପରି ରାୟଗଡ଼ା ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ତାଙ୍କ ଭାଷଣରେ କହିଥିଲେ ଯେ ବିଭିନ୍ନ ସମୟରେ ସରକାରୀ ବେସରକାରୀ କ୍ଷେତ୍ରରେ ଦୁର୍ନୀତିକୁ ନେଇ ବିଭିନ୍ନ ସମୟରେ ତୁରନ୍ତ ଭାବେ ୱେବ୍ ମିଡିଆ ଖବର ପ୍ରସାରଣ ପରେ ଦୁର୍ନୀତି କ୍ଷେତ୍ରରେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିତ୍ଵମନେ ସଜାଗ ହୋଇଯାଇଥିବା ମଧ୍ୟ ପରିଲକ୍ଷିତ ହୋଇଛି।
ଉକ୍ତ ପ୍ରଥମ୍ ବାର୍ଷିକୀ ଉତ୍ସବରେ ୱେବ୍ ୟୁନିଅନର କର୍ମକର୍ତ୍ତା ଯୋଗ ଦେଇଥିବା ବେଳେ କିଛି ସାମ୍ବାଦିକ,ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଞ୍ଚସିନ ଅତିଥିଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।
ସମସ୍ତ କାର୍ଯ୍ୟକ୍ରମଟିକୁ ସାମ୍ବାଦିକ ଫତୁଲୁ ପାଢ଼ୀ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ୟୁନିଅନର ଅନ୍ୟ ସମସ୍ତ ସଭ୍ୟ ସହଯୋଗ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *