October 3, 2026
Home » ଅକ୍ଟୋବର ୮ ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ

ଅକ୍ଟୋବର ୮ ଓଡ଼ିଶା ବନ୍ଦ ପାଇଁ ନୟାଗଡ଼ରେ ଇଣ୍ଡିଆ ମେଣ୍ଟର ପ୍ରସ୍ତୁତି ବୈଠକ

0
1001315441
ନୟାଗଡ଼ ( ଇପିଏ ) ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଇଣ୍ଡିଆ ବ୍ଲକ ଅଂଶୀଦାର ଦଳ ସମୂହ ପକ୍ଷରୁ ନୟାଗଡ଼ ଜିଲ୍ଲାବ୍ୟାପି ଗଣତନ୍ତ୍ର ବଞ୍ଚାଓ ସପ୍ତାହ ଶୁଭାରମ୍ଭ କରାଯାଇଛି l ସ୍ଥାନୀୟ ତ୍ରିନାଥ ଛକସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସ୍ଥଳ ଠାରେ ରାମଧୁନ ସହିତ ଜାତୀୟ ସଂଗୀତ ଗାନ କରାଯାଇ ବାପୁଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l ଇଣ୍ଡିଆ ମେଣ୍ଟ ପକ୍ଷରୁ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ନିମନ୍ତେ ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ପୂର୍ତ୍ତ ଡାକବଙ୍ଗଳାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଣ୍ଡିଆ ମେଣ୍ଟ ଅଂଶୀଦାର ଦଳ ନେତା ମାନଙ୍କ ଉପସ୍ଥିତିରେ, ଅନୁଷ୍ଠିତ ବୈଠକରେ ନୟାଗଡ଼ ଜିଲ୍ଲାବନ୍ଦର ବିଭିନ୍ନ ଦାବି ଓ କାର୍ଯ୍ୟକ୍ରମ ସମ୍ପର୍କରେ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପିତ ହୋଇଥିଲା
ଯଥା – ୧. ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା, ୨. ଏମ ଏମ ଡି ଆର (MMDR)ଆଇନ ପ୍ରତ୍ୟାହାର କରିବା, ୩ ପାଠ୍ୟ ପୁସ୍ତକରେ ହୋଇଥିବା ତ୍ରୁଟି ପାଇଁ ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ୪. ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ।
               ୮ ଅକ୍ଟୋବର ବନ୍ଦକୁ ସଫଳ କରିବା ପାଇଁ ଆସନ୍ତା ୩ ଅକ୍ଟୋବରରେ ବ୍ଲକସ୍ତରୀୟ ବୈଠକ କରାଯାଇ ପ୍ରତ୍ୟେକ ଅଞ୍ଚଳରେ ସଂଗଠିତ ପ୍ରଚାର ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହିପରି ୬ ଅକ୍ଟୋବରରେ ପଦଯାତ୍ରା ଓ ଶୋଭାଯାତ୍ରା ଏବଂ ୭ ଅକ୍ଟୋବରରେ ମଶାଲ ଶୋଭାଯାତ୍ରା ଆୟୋଜନ କରି ବନ୍ଦକୁ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି।
                       ବୈଠକରେ ସିପିଆଇ(ଏମ୍) ପକ୍ଷରୁ ଜିଲ୍ଲା ସଂଯୋଜକନିତ୍ୟାନନ୍ଦ ପରିଡ଼ା, ନୟାଗଡ଼ ଆଞ୍ଚଳିକ କମିଟି ସମ୍ପାଦକ ପବିତ୍ର ଇନ୍ଦ୍ରଜିତ, ନୟାଗଡ଼ ବ୍ଲକ କଂଗ୍ରେସର ସଭାପତି ହସିମ ଖାଁ, ଡିସିସି ବରିଷ୍ଠ ଉପସଭାପତି ଲକ୍ଷ୍ମୀଧର ତ୍ରିପାଠୀ, ଛାତ୍ର କଂଗ୍ରେସ ଜିଲ୍ଲା ସଭାପତି ଶିବରଞ୍ଜନ ସାହୁ, ଜୋନ କଂଗ୍ରେସ ସଭାପତି ବ୍ରଜକିଶୋର ଲେଙ୍କା, ଡିସିସି ଜିଏସ ପୀତବାସ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ସାନ୍ତ, ରଣପୁର ଆଞ୍ଚଳିକ କମିଟି ସମ୍ପାଦକ ଦୁଃଶାସନ ଜେନା, ଶରଣକୁଳ ସମ୍ପାଦକ ଜ୍ୟୋତିପ୍ରଭା ଜେନା, ଜୟନ୍ତୀ ମହାରଣା, ଛାତ୍ର କଂଗ୍ରେସ ନେତା ଓମପ୍ରକାଶ ପ୍ରଧାନଙ୍କ ସମେତ ବିଭିନ୍ନ ନେତା ଓ କର୍ମୀ ଉପସ୍ଥିତ ଥିଲେ।
ବୈଠକରେ ଉପସ୍ଥିତ ନେତାମାନେ ୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ତୃଣମୂଳସ୍ତରରେ ବ୍ୟାପକ ପ୍ରଚାର ଓ ଜନସମ୍ପର୍କ ଅଭିଯାନ କରିବାକୁ ଆହ୍ୱାନ ଦେଇଥିଲେ । ,
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *