ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ତରଫରୁ ୧୪ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ତରଫରୁ ରାମନାଗୁଡା ପୋଲିସ ଆଦିବାସୀଙ୍କୁ ମିଥ୍ଯା କେସ କରି ଗିରଫ କରିବା ପ୍ରତିବାଦରେ ୨୩/୦୮/୨୪ ତାରିଖ ଦିନ ରାୟଗଡା ଜିଲ୍ଲା କମିଟିର ସଭାପତି ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ରାୟଗଡ଼ା ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି କପିଳାସ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ସହ ୧୪ ଦଫା ଦାବି ନେଇ ଦେଶ ବ୍ୟାପି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଉକ୍ତ ସ୍ମାରକ ପତ୍ରରେ କ୍ଷେତ ମୁଲିଆ ମାନଙ୍କୁ ଏମଜିଏନଆରଜି ର କାମରେ ଶ୍ରମିକ ମାନଙ୍କୁ ବର୍ଷକୁ ୨୦୦ ଦିନ କାମ ଏବଂ ଦୈନିକ ୬୦୦ ଟଙ୍କା ମଜୁରୀ , ରେସନ୍ କାର୍ଡ ଧାରି ମାନଙ୍କୁ ୫୦ କେଜି ଚାଉଲ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବା, ବୁଲଡୋଜର ରାଜ ବନ୍ଦ କରିବା, ଦଳିତ -ଗରିବଙ୍କ ପ୍ରତ୍ୟେକ ଘରକୁ ମାଗଣା ଜଳ ଏବଂ ୩୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇବା, ରାମନାଗୁଡା ପୋଲିସ ତିନି ଜଣ ଆଦିବାସୀଙ୍କୁ ମିଥ୍ୟା କେସ କରି ଜେଲ ହାଜତକୁ ପଠାଇ ଦିଆଯାଇଛି ତୁରନ୍ତ ଖଲାସ କରିବା, ଏସ ଟି ଓ ଏସ୍ ସି ମାନଙ୍କୁ ସଂରକ୍ଷଣ କାଟିବା ବନ୍ଦ କରିବା, ଜଙ୍ଗଲ ଜମି ଓ ସିଲିଂ ବହିର୍ଭୁତ ଜମି ବଣ୍ଟନ କରିବା, ଆନ୍ଧ୍ର ପ୍ରଦେଶର ଜମିଦାର ବେଆଇନ ଜମି ରେଜିଷ୍ଟ୍ରେସନ ବାତିଲ କରିବା, ଗ୍ରାମୀଣ କ୍ଷେତ ମୁଲିଆ ମାନଙ୍କୁ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଅଧିକାର ଯୋଗାଇ ଦେବା, ସମସ୍ତ ଅବସରପ୍ରାପ୍ତ ଶ୍ରମିକ, ବୃଦ୍ଧ ଏବଂ ଭିନ୍ନକ୍ଷମଙ୍କୁ ମାସିକ ପାଞ୍ଚହଜାର ଟଙ୍କା ପେନସନ ଯୋଗାଇବା, ପ୍ରକୃତ କୃଷକଙ୍କୁ ଚାଷ ପାଇଁ ଜମି ଯୋଗାଇବା, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ଏସସିଏସଟି ଉପ-ଯୋଜନା କାର୍ଯ୍ୟକାରୀ କରିବାକୁ ଆଇନ ଆଣିବା ଓ କେନ୍ଦ୍ରୀୟ ବଜେଟରେ ଏସସି / ଏସଟି ବିକାଶ ଏବଂ କଲ୍ୟାଣ ଯୋଜନା ପାଇଁ ପରିମାଣ ବୃଦ୍ଧି କରିବା, ଖାଦ୍ୟ ଅଧିକାର ଆଇନରେ ଚାଉଳ, ଗହମ ସହିତ,ଡାଲି, ତେଲ ଏବଂ ମସଲା ଯୋଗାଇବା, ପେସା ଆକ୍ଟକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଓ ଗରିବ ଲୋକ ମାନଙ୍କ ଉପରେ ଆକ୍ରମଣ, ହତ୍ୟା ଏବଂ ବଳାତ୍କାରକୁ ବନ୍ଦ କରିବା, ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକର ଅତ୍ୟାଚାର ଏବଂ ଲୁଟ୍ ରୋକିବା ପାଇଁ ଏକ ଆଇନ ପ୍ରସ୍ତୁତ କରିବା ନେଇ ୧୪ ଦଫା ଉଲ୍ଲେଖ ରହିଛି ।
ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଉକ୍ତ ସ୍ମାରକ ପତ୍ର ପ୍ରଦାନ ସମୟରେ ଶରତ ଚନ୍ଦ୍ର ତ୍ରିପାଠୀ,କୈଳାସ ଶବର, ପ୍ରାସ୍କା ରାମଚନ୍ଦ୍ର , ଅନାସିମ ଶବର, ବୃନ୍ଦାବନ ଗୁନା, ଛବି ଲାଲ ହିହାଲ, ରାଜେନ୍ଦ୍ର ମାଝୀ, ଆଛାନା ମଣ୍ଡାଙ୍ଗି, ବନ ହୁଇକା, କାଣିକା ପାଣ୍ଡୁ, ନାଗ ରାଜୁ, ସୁଦଂର ମଣି ମିଣିଆକା, ପ୍ରକାଶ ମାଝୀ, କୃଷ୍ଣ ପାଲାକା ଉପସ୍ଥିତ ଥିଲେ ।
ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )