September 30, 2026
Home » ଅଖିଳ ଭାରତୀୟ ଦାବି ଦିବସ ଅବସରରେ ପେନସନ୍‌ ଭୋଗୀ ମାନଙ୍କ ୧୨-ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ।

ଅଖିଳ ଭାରତୀୟ ଦାବି ଦିବସ ଅବସରରେ ପେନସନ୍‌ ଭୋଗୀ ମାନଙ୍କ ୧୨-ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ ।

0
WhatsApp Image 2026-09-30 at 3.55.36 PM

 

 

ଅଖିଳ ଭାରତୀୟ ଦାବି ଦିବସ ଅବସରରେ ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ, ଧର୍ମଗଡ଼ ବ୍ଲକ ପକ୍ଷରୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ, ଭାରତ ସରକାର ଙ୍କ ଉଦ୍ଦେଶ୍ୟରେ ଆଜି ପେନସନ୍‌ ଭୋଗୀ ମାନଙ୍କ ୧୨-ଦଫା ସମ୍ବଳିତ ଦାବିପତ୍ର କୁ ଧର୍ମଗଡ ବିଡିଓ ଙ୍କୁ ମାଧ୍ୟମରେ ପ୍ରଦାନ କରାଯାଇଛି। ମାର୍ଚ୍ଚ ୨୦୨୫ରେ ସଂସଦ ଦ୍ୱାରା ଗୃହୀତ ପେନସନ୍ ନିୟମ (ବୈଧକରଣ) ଆଇନ, ୨୦୨୫କୁ ପ୍ରତ୍ୟାହାର କରନ୍ତୁ ଏବଂ ‘ଡି.ଏସ୍. ନାକାରା’ ରାୟକୁ କାଏମ୍ ରଖନ୍ତୁ, ଯାହାଦ୍ୱାରା ପ୍ରତ୍ୟେକ ଭବିଷ୍ୟତ ପେ’ କମିଶନ୍ ସହ ପେନସନ୍ ସଂଶୋଧନ ସୁନିଶ୍ଚିତ ହୋଇପାରିବ,ତାରିଖ ​୨.୦୧.୧.୨୦୨୬ ପୂର୍ବରୁ ଅବସର ନେଇଥିବା ସରକାରୀ କର୍ମଚାରୀମାନଙ୍କ ପେନସନ୍ ସଂଶୋଧନକୁ ୮ମ କେନ୍ଦ୍ରୀୟ ବେତନ ଆୟୋଗର କାର୍ଯ୍ୟ ପରିସର ମଧ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ, ୮ମ କେନ୍ଦ୍ରୀୟ ବେତନ ଆୟୋଗ ର ସୁପାରିଶ ଦାଖଲ ଏବଂ କାର୍ଯ୍ୟକାରୀ ହେବାରେ ବିଳମ୍ବକୁ ଦୃଷ୍ଟିରେ ରଖି ପେନସନ୍‌ ଭୋଗୀ ମାନଙ୍କୁ ଅନ୍ତରୀଣ ସହାୟତା ପ୍ରଦାନ କରନ୍ତୁ,ପେନସନ୍ ସଂଶୋଧନ ପାଇଁ ୫୦% ମହଙ୍ଗା ଭତ୍ତା/ମହଙ୍ଗା ରିହାତି କୁ ମୂଳ ଦରମା/ ପେନସନ୍ ସହିତ ମିଶ୍ରଣ କରନ୍ତୁ,୧୦ ବର୍ଷ ୮ ମାସ ପରେ ପେନସନ୍ ସମର୍ପଣ ର ପୁନରୁଦ୍ଧାର କରନ୍ତୁ,​ପେନସନ୍‌ ରେ ସମାନତା ଆଣନ୍ତୁ,ପାରିବାରିକ ପେନସନ୍ ହାରରେ ସୁଧାର କରନ୍ତୁ ଏବଂ ସମସ୍ତ ପକ୍ଷପାତ ମୂଳକ ନିୟମକୁ ହଟାନ୍ତୁ,​ସମସ୍ତ ରାଜ୍ୟ, କେନ୍ଦ୍ର, ପବ୍ଲିକ୍ ସେକ୍ଟର ଏବଂ ସ୍ୱାୟତ୍ତ ଶାସିତ ସଂସ୍ଥାର କର୍ମଚାରୀମାନଙ୍କ ପାଇଁ NPS ଏବଂ UPSକୁ ରଦ୍ଧ କରି ପୂର୍ଣ୍ଣ ସୁବିଧା (ଗ୍ରାଚ୍ୟୁଇଟି ଏବଂ କମ୍ୟୁଟେସନ୍ ସହ) ସହିତ ପୁରୁଣା ପେନସନ୍ ଯୋଜନା ପୁନଃପ୍ରଚଳନ କରନ୍ତୁ ଓ PFRDA ବିଲ୍‌କୁ ରଦ୍ଧ କରନ୍ତୁ, ବରିଷ୍ଠ ନାଗରିକମାନଙ୍କ ପାଇଁ ରେଳ ଏବଂ ବିମାନ ଟିକେଟ ରେ ୫୦% ରିହାତି ପୁନଃ ପ୍ରଚଳନ କରନ୍ତୁ ଏବଂ ରାଜ୍ୟ ସରକାରଙ୍କ ପେନସନ୍‌ ଭୋଗୀ ମାନେ ଯେପରି କେନ୍ଦ୍ରୀୟ ପେନସନ୍‌ ଭୋଗୀଙ୍କ ସମାନ DA/DR ପାଇବେ ତାହା ସୁନିଶ୍ଚିତ କରନ୍ତୁ,କୋଭିଡ-୧୯ ସମୟର ବକେୟା ୧୮ ମାସର DA/DR ତୁରନ୍ତ ପ୍ରଦାନ କରନ୍ତୁ, ସରକାରୀ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରନ୍ତୁ, ପେନସନ୍‌ ଭୋଗୀ ମାନଙ୍କୁ ନଗଦ ବିହୀନ ଚିକିତ୍ସା ସୁବିଧା ଯୋଗାଇ ଦିଅନ୍ତୁ ଏବଂ ଯେଉଁମାନଙ୍କୁ ମେଡିକାଲ ଭତ୍ତା ମିଳିନାହିଁ ସେମାନଙ୍କୁ ତାହା ପ୍ରଦାନ କରନ୍ତୁ,​୬୫ ବର୍ଷରୁ ୭୫ ବର୍ଷ ବୟସ ମଧ୍ୟରେ ପ୍ରତ୍ୟେକ ୫ ବର୍ଷରେ ୧୦% ଏବଂ ୮୦ ବର୍ଷ ବୟସ ହେବା ପରେ ପ୍ରତ୍ୟେକ ୫ ବର୍ଷରେ ୨୦% ପେନସନ୍ ବୃଦ୍ଧି କରନ୍ତୁ ଏବଂବ ପେନସନ୍‌ ଭୋଗୀ ଏବଂ ବରିଷ୍ଠ ନାଗରିକମାନଙ୍କର ସମସ୍ୟା ଓ କଲ୍ୟାଣର ସମାଧାନ ପାଇଁ ଏକ ସାଂବିଧାନିକ ‘ରାଷ୍ଟ୍ରୀୟ ବରିଷ୍ଠ ନାଗରିକ ଆୟୋଗ’ ଗଠନ କରନ୍ତୁ ବୋଲି ପେନସନ୍‌ ଭୋଗୀ କର୍ମଚାରୀ ମାନେଉପରୋକ୍ତ ୧୨-ଦଫା ନ୍ୟାର୍ଯ୍ୟ ଦାବି ଗୁଡ଼ିକ ଉପରେ ତୁରନ୍ତ ଏବଂ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦେଶସାରା ଲକ୍ଷ ଲକ୍ଷ ପେନସନ୍‌ ଭୋଗୀ ଓ ବରିଷ୍ଠ ନାଗରିକଙ୍କୁ ସହାୟତା ପ୍ରଦାନ କରନ୍ତୁ ବୋଲି ଉକ୍ତ ଦାବୀ ପତ୍ରରେ ଭାରତର ପ୍ରଧାନମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି।

 

ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ, ଧର୍ମଗଡ଼ ବ୍ଲକର ସଭାପତି ସୁନୀଲ କୁମାର ପାତ୍ର, ସଂପାଦକ ରଘୁମଣି ପଣ୍ତା, ଉପ ସଭାପତି ନିରଞ୍ଜନ ମହାପାତ୍ର, ରବିନ୍ଦ୍ର ପାତ୍ର, ଅରୁଣ ପାତ୍ର,ବଟକୃଷ୍ଣ ବେହେରା, ଭାସ୍କର ମିଶ୍ର, ସୀମାଞ୍ଚଳ ଦାସ,ଦେବରାଜ ମେହେର,ପ୍ରେମ ଲାଲ ସାଗର ପ୍ରମୂଖ ଦାବୀ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….
​

Leave a Reply

Your email address will not be published. Required fields are marked *