February 12, 2025
Home » ଅଗ୍ନି ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀ ର ଚଢ଼ାଉ

ଅଗ୍ନି ନିରାପତ୍ତା ପାଇଁ ଅଗ୍ନିଶମ ବାହିନୀ ର ଚଢ଼ାଉ

0

ସୁବର୍ଣ୍ଣପୁର –ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା ଅଗ୍ନି ନିର୍ବାପକ ସଂଶୋଧିତ ନିୟମ ୨୦୧୯ ଅନୁସାରେ ସବୁ ସରକାରୀ, ସରକାରୀ ଅଧିକୃତ ବ୍ୟବସାୟିକ ପ୍ରତିଷ୍ଠାନ, ଲୋକଙ୍କ ଚଳପ୍ରଚଳ ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବା ବାଧ୍ୟତାମୂଳକ। ଏଥିରେ ଖିଲାପ ହେଲେ ଦଣ୍ଡନୀୟ l

ତଥାପି ସୋନପୁର ସହରରେ ଥିବା ବଡ ବଡ ହୋଟେଲ ରିସର୍ଟ ବିନା ଅଗ୍ନି ନିର୍ବାପକ ବ୍ୟବସ୍ଥା ରେ ଚାଲିଛି ।ଅଜି ସୋନପୁର ସହର ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପଖରେ ଥିବା ଅର୍ଜୁନ ରିସୋର୍ଟ ଏବଂ କଲ୍ୟାଣ ମଣ୍ଡପରେ ସୋନପୁର ଅଗ୍ନିସେବା ବାହିନୀ ପକ୍ଷରୁ ଚଢାଉ କରାଯାଇଛି ।ଏଠାରେ କିଛି ଅଗ୍ନି ନିର୍ବାପକ ସୁରକ୍ଷା ପ୍ରମାଣ ପତ୍ର ନଥିବା ଜଣାପଡିଛି । ସଂପୁକ୍ତ ରିସୋର୍ଟ ମାଲିକ ଏଥିପାଇଁ ଅବେଦନ ମଧ୍ୟ କରିନାହାନ୍ତି । ବିନା ଅଗ୍ନି ନିର୍ବାପକ ବ୍ୟବସ୍ଥାରେ ଏତେ ଦିନ ଏହି ହୋଟେଲ ଚାଲୁଥିଲା କିପରି ।ଏହାକୁ କିଏ ସୁରକ୍ଷା ଦେଉଥିଲା ଏବେ ତାହା ପଶ୍ନବାଚୀ ସୂଷ୍ଟି କରିଛି । ଏଥିରୁ ଜାଣି ପାରିବେ ଯେ ଅର୍ଜୁନ ରିସୋର୍ଟ ଚାଲୁଥିଲା କିପରି । କେବଳ ଏକ ନୋଟିସ ଦେଇ ଅଗ୍ନିସେବା ସଂସ୍ଥା ଚୁପ ବସିବା କେତେ ଦୁର ଠିକ । ଅଗ୍ନିଶମ ବିଭାଗ ଏତେ ଦିନ ପର୍ଯ୍ୟନ୍ତ କିପରି ଭାବରେ ଏହି ରିସୋର୍ଟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନାହିଁ ବୋଲି ଜାଣିପାରିଲାନାହିଁ l

 

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *