ଅଙ୍ଗନୱାଡି କର୍ମୀ ଙ୍କୁ ଅସଦାଚରଣ ଘଟଣା,ମହିଳା ବେଶରେ ଯାଇ କୋର୍ଟ ରେ ଅଭିଯୁକ୍ତ ଶିକ୍ଷକ ର ଆତ୍ମସମର୍ପଣ
ସୁବର୍ଣ୍ଣପୁର: ପୁଲିସ ଅଭିଯୁକ୍ତ ଶିକ୍ଷକ ଓ ତାଙ୍କ ସାଥି କୁ ଗିରଫ କରିବା ପାଇଁ ଜଗିଥିଲା କୋର୍ଟ ସମ୍ମୁଖରେ ହେଲେ ପୁଲିସ କୁ ଚକମା ଦେଇ ସେଲୁଆର ଆଉ ଚୁଡ଼ି ପିନ୍ଧି ମହିଳା ବେଶରେ ଯାଇ କୋର୍ଟ ରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ ଶିକ୍ଷକ । ଏମିତି ଏକ କୌତୁକହଳ ର ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେ । ସୁଚନା ଅନୁସାରେ ବିନିକା ଥାନା ଅନ୍ତର୍ଗତ ବାଉଁଶୁଣି ଗ୍ରାମରେ ଜଣେ ଅଙ୍ଗନୱାଡି କର୍ମୀ ଙ୍କୁ ଜଣେ ଶିକ୍ଷକ ଅସଦାଚରଣ ଓ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବିନିକା ଥାନାରେ ଗତ ଜୁନ ମାସ 22 ତାରିଖ ରେ ଥାନା ରେ ଅଭିଯୋଗ ହୋଇଥିଲା | ପୁଲିସ ଏକ ମାମଲା ୠଜୁକରି ଘଟଣା ର ତଦନ୍ତ ଜାରି ରଖିଥିଲା | ସେହି ମାସ 19 ତାରିଖ ବୁଧବାର ଦିନ ରାତ୍ର 8 ଘଣ୍ଟା ସମୟରେ ଉକ୍ତ ଅଙ୍ଗନୱାଡି କର୍ମୀ ଙ୍କ ଘରକୁ ବାଉଁଶୁଣି ଗ୍ରାମର ଶିକ୍ଷକ ଘନଶ୍ୟାମ ମୁଦୁଲି ଏବଂ ଏକାଦସିଆ ମଲ୍ଲିକ ଅଙ୍ଗନୱାଡି ର ଆପତ୍ତି ଅଭିଯୋଗ ଅଛି କହି ଘରକୁ ଯାଇଥିଲେ । ପୀଡିତା ଅଙ୍ଗନୱାଡି କର୍ମୀ ଏକୁଟିଆ ରୁହନ୍ତି । ତାଙ୍କର ଏକୁଟିଆ ର ସୁଯୋଗ ନେଇ ଘନଶ୍ୟାମ ତାଙ୍କୁ ହ୍ୱାଇଟନର ମାଗିଥିଲେ । ସେ ହ୍ୱାଇଟନର ନେବାକୁ ଘର ଭିତରକୁ ଯିବା ପରେ ଘନଶ୍ୟାମ ତାଙ୍କ ପଛେ ପଛେ ଘର ଭିତରକୁ ପଶି ଯାଇଥିଲେ । ପରେ ବାହାର ପଟରୁ ଏକାଦସିଆ କବାଟ ବନ୍ଦ କରି ଦେଇଥିଲେ । ଘର ଭିତରେ ଘନାଶ୍ୟାମ ତାଙ୍କୁ ଅସଦାଚରଣ କରିଥିଲେ ଏବଂ ତାଙ୍କୁ ମାଡ଼ମାରି ମରଣାନ୍ତକ ଆକ୍ରମଣ କରିଥିଲେ । ସେ ଛଡାଇ ହୋଇ ବାରି ପଟକୁ ପଳାଇ ଚିତ୍କାର କରିବାରୁ ଉଭୟ ଅଭିଯୁକ୍ତ ସେଠାରୁ ଫେରାର ମାରିଥିଲେ । ଘଟଣା ସମ୍ପର୍କ ରେ ସେ ବିନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ୠଜୁକରି ଘଟଣା ର ତଦନ୍ତ ଜାରି ରଖିଥିଲା । ହେଲେ ଗତକାଲି ଅଚାନକ ଦିନ ଅପରାହ୍ନ 3 ଘଣ୍ଟା ସମୟରେ ଏକ ସ୍କୁଟି ରେ ଶିକ୍ଷକ ଘନାଶ୍ୟାମ ପୁଲିସ ଗିରଫ କରିବା ଭୟରେ ସେଲୁଆର ଆଉ ଚୁଡ଼ି ପିନ୍ଧି ମହିଳା ବେଶରେ ତାଙ୍କ ସହଯୋଗୀ ଏକାଦସିଆ ଙ୍କ ସହ ବିନିକା କୋର୍ଟ କୁ ଯାଇ ଆତ୍ମସମର୍ପଣ କରିଛନ୍ତି । ଏହି ଘଟଣା ପ୍ରଘଟ ହେବାପରେ ଅଞ୍ଚଳରେ କୌତୁହଳ ସୃଷ୍ଟି ହୋଇଛି । ଉଭୟ ଅଭିଯୁକ୍ତ ଙ୍କୁ ବିନିକା କୋର୍ଟ ରେ ଜାମିନ ମିଳିଯାଇଥିବା ସୁଚନା ମିଳିଛି | ପ୍ରକାଶ ଥାଉକି ଶିକ୍ଷକ ଘନଶ୍ୟାମ ନକଟାମୁଣ୍ଡା ସ୍କୁଲ ରେ କାର୍ଯ୍ୟରତ ଶିକ୍ଷକ ଥିଲେ । ସେ କାର୍ଯ୍ୟରେ ଯୋଗନଦେବା ଓ ଉପରିସ୍ଥ ଅଧିକାରୀ ଙ୍କ କଥା ନ ମାନିବାରୁ ତାଙ୍କୁ ସେହି ମାସ 24 ତାରିଖ କାର୍ଯ୍ୟ ରୁ ନିଲମ୍ବିତ କରାଯାଇଛି । ଏହି ଘଟଣା କୁ 1 ମାସ 20 ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ନ ପାରିବାରୁ ଅଭିଯୁକ୍ତ ମାନେ କୋଟରେ ଆତ୍ମସମର୍ପଣ କରିବାର ସୁଯୋଗ ପାଇଲେ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )