ଅନଲାଇନ୍ ମାଧ୍ୟମରେ ଭକ୍ତ ଙ୍କୁ ଠକେଇ
ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କୁ ଦର୍ଶନ ବେଳେ ପ୍ରବଳ ଭିଡ ଲାଗି ରହୁଛି। ଆଉ ଏହାର ଫାଇଦା ଉଠାଇ କିଛି ବ୍ୟକ୍ତି ଅନଲାଇନ୍ ମାଧ୍ୟମରେ ଭକ୍ତ ଙ୍କୁ ଠକେଇ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। କିଛି ବ୍ୟକ୍ତି ନକଲି ୱେବସାଇଟ୍ ଖୋଲି ଶ୍ରୀମନ୍ଦିର ରେ ଭିଆଇପି ଦର୍ଶନ ନେଇ ବିଜ୍ଞାପନ ଦେଇଛନ୍ତି। ୱେବ୍ ସାଇଟ୍ ରେ ଯୋଗାଯୋଗ କରି ଶ୍ରୀମନ୍ଦିର ରେ ଭିଆଇପି ଦର୍ଶନ ର ସୁବିଧା ନେବା ପାଇଁ ପୁରୀ କୁ ଆସୁଥିବା ଯାତ୍ରୀ ଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟାନ କରୁଛନ୍ତି। ହେଲେ ଶ୍ରୀମନ୍ଦିର ଟଙ୍କା ଦେଇ ଭି ଆଇ ପି ଦର୍ଶନ ସୁବିଧା ନଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମ କୁ ସ୍ପଷ୍ଟୀକରଣ ଦିଆଯାଇଛି। ଶ୍ରୀମନ୍ଦିର ରେ ଭିଆଇଲୀ ଦର୍ଶନ କରାଇବା ନେଇ କୌଣସି ବ୍ୟକ୍ତି ଅବା ଅନୁଷ୍ଠାନ କୁ ଦାୟିତ୍ୱ ଦିଆଯାଇନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। eoOdisha ନାମକ ଏକ ସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର ରେ ଭିଆଇପି ଦର୍ଶନ ବ୍ୟବସ୍ଥା ର ସୁବିଧା ନେବା ପାଇଁ କିଛି ଟିଭି ଚ୍ୟାନେଲ ରେ ବିଜ୍ଞାପନ ଦିଆଯାଇଛି। ତେବେ ଏଭଳି ବ୍ୟବସ୍ଥା ଶ୍ରୀମନ୍ଦିର ନଥିବା କିମ୍ବା ଭିଆଇପି ଦର୍ଶନ ନେଇ କୌଣସି ସଂସ୍ଥା କୁ ଅନୁମତି ଶ୍ରୀମନ୍ଦିର ପ୍ରଶାସନ ଦେଇନଥିବା ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ତେବେ ଲୋକ ଙ୍କୁ ସୁବିଧା ରେ ଦର୍ଶନ କରାଇଦେବା କହି ଲୋକ ଙ୍କୁ ଠକିବା ପାଇଁ କେବଳ ଏଭଳି ବିଜ୍ଞାପନ ଦିଆଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏ ସମ୍ପର୍କରେ ଏକ ଏତଲା ପୁରୀ ସିଂହଦ୍ଵାର ଥାନାରେ ଦିଆଯାଇଛି। ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସିଂହଦ୍ଵାର ଥାନା ଅଧିକାରୀ ଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ।

ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ହେମନ୍ତ କୁମାର ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ରେ ଭିଆଇପି ଦର୍ଶନ ସୁବିଧା ମିଳୁଥିବା ନେଇ ଏକ ସଂସ୍ଥା କିଛି ଟିଭି ରେ ବିଜ୍ଞପନ ଦେଇଚି। eoOdisha ନାମକ ଏକ ସଂସ୍ଥା ଏହି ବିଜ୍ଞାପନ ଦେଇଛି। ତେବେ ଶ୍ରୀମନ୍ଦିର ରେ ଟଙ୍କା ଦେଇ ଭିଆଇପି ଦର୍ଶନ ବ୍ୟବସ୍ଥା ନାହିଁ। ଏ ନେଇ କୌଣସି ଅନୁଷ୍ଠାନ କୁ ଦାୟିତ୍ୱ ଦିଆଯାଇନାହିଁ। ଲୋକ ଙ୍କୁ ଠକିବା ଉଦ୍ଦେଶ୍ୟ ରେ ଏଭଳି ବିଜ୍ଞାପନ ଦିଆଯାଇଛି। ତେବେ ଏ ନେଇ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଉକ୍ତ ସଂସ୍ଥା ବିରୁଦ୍ଧ ରେ କାର୍ଯ୍ୟନୁଷ୍ଠାନ ପାଇଁ କୁହାଯାଇଛି। ତେବେ ଭକ୍ତ ମାନଙ୍କୁ ଆମର ଅନୁରୋଧ ଏଭଳି ବିଜ୍ଞାପନ ରେ ବିଶ୍ୱାସ କରନ୍ତୁ ନାହିଁ। ଶ୍ରୀମନ୍ଦିର ରେ ଦର୍ଶନ ପାଇଁ କୌଣସି ଦେୟ ବ୍ୟବସ୍ଥା ନାହିଁ। ଟଙ୍କା ଦେଇ ଭିଆଇପି ଦର୍ଶନ ବ୍ୟବସ୍ଥା ନାହିଁ।
