March 9, 2026
Home » ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ

ଅନ୍ତର୍ଜାତୀୟ ମହିଳା ଦିବସରେ ବିଏମ୍ ସିର ଗଣଦୌଡ

0
WhatsApp Image 2026-03-08 at 3.06.30 PM (3)
“ମହିଳାମାନଙ୍କ ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ”-ବାଚସ୍ପତି
ଭୁବନେଶ୍ୱର;:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ସ୍ୱଚ୍ଛତାର ବାର୍ତ୍ତା ନେଇ ଅନ୍ତର୍ଜାତୀୟ ମହିଳା ଦିବସ -2026  ଅବସରରେ ଏକ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ସଂପର୍କିତ ଶିକ୍ଷା, ସୂଚନା ଓ ଯୋଗାଯୋଗ (IEC) କାର୍ଯ୍ୟକ୍ରମକୁ ଏକ ନିଆରା ଢଙ୍ଗରେ ପାଳନ କରିବା ପାଇଁ ବିଏମ୍ ସି ପକ୍ଷରୁ ଆୟୋଜିତ ‘ସମ୍ପୂର୍ଣ୍ଣା’ର ପ୍ରାତଃ ଅଧିବେଶନରେ ମହିଳା ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ମାଷ୍ଟର କ୍ୟାଣ୍ଟିନ ଛକରୁ ଆରମ୍ଭ ହୋଇଥିବା ଏହି ମହିଳା ଗଣଦୌଡ ବିଏମ୍ ସି ମୁଖ୍ୟାଳୟଠାରେ ସମାପ୍ତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ମାନନୀୟା ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ମେୟର ଶ୍ରୀମତୀ ସୁଲୋନଚା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସଙ୍କ ସମେତ ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷା, ଅଧ୍ୟକ୍ଷ, ବହୁ କର୍ପୋରେଟର ମଂଚାସୀନ ଥିଲେ । ଏହି ଗଣ ଦୌଡରେ 600ରୁ ଅଧିକ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟା, ସ୍ୱଚ୍ଛସାଥୀ, ସ୍ୱଚ୍ଛ କର୍ମୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନେ ସାମିଲ ହୋଇଥିଲେ ।
ମହିଳାମାନଙ୍କର ଶକ୍ତି ସୁରକ୍ଷା ବଳୟରେ ପରିଣତ ହେଉ । ସମସ୍ତେ ସୁରକ୍ଷିତ ରହି ବିକାଶର ମଙ୍ଗ ଧରନ୍ତୁ ବୋଲି ଏହି ଅବସରରେ ମାନନୀୟା ବାଚସ୍ପତି ଶ୍ରୀମତୀ ପାଢୀ କହିଛନ୍ତି । ଭୁବନେଶ୍ୱରକୁ ସ୍ୱଚ୍ଛ ରଖିବାରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ସେହିମାନଙ୍କ କଠୋର ପରିଶ୍ରମ ପାଇଁ ଭୁବନେଶ୍ୱର ଆଜି ସମଗ୍ର ଦେଶରେ ନବମ ସ୍ଥାନରେ ରହିଛି । ସେହିମାନଙ୍କ ପାଇଁ ଆମେ ଆଜି ସୁସ୍ଥ ଓ ସ୍ୱଚ୍ଛ ରହିପାରିଛେ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ଦାସ ।
ପରମ୍ପରା ଓ ସଂସ୍କୃତିଠାରୁ ଆରମ୍ଭ କରି ଆଧୁନିକତାର ଶୀର୍ଷ ପର୍ଯ୍ୟନ୍ତ ସ୍ୱଚ୍ଛତାର ମଙ୍ଗ ଧରିଛନ୍ତି ମହିଳା । ଚଳିତ ସ୍ୱଚ୍ଛ ସର୍ବେକ୍ଷଣରେ ଭୁବନେଶ୍ୱରସକୁ ଏକ ନମ୍ବର ସହର ଭାବେ ପ୍ରତିଷ୍ଠିତ କରିବା ପାଇଁ ମହିଳାମାନେ ମହିଳାମାନେ ମୁଖ୍ୟ ଭୂମିକା ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି ମାନନୀୟା ମେୟର । ଏହି ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ ଓ ଶ୍ରୀ କୈଳାସ ଚନ୍ଦ୍ର ଦାସ ।

Leave a Reply

Your email address will not be published. Required fields are marked *