August 21, 2026
Home » ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ସରୋଜ କୁମାର ସାହୁ ଗିରଫ ହୋଇ ଜେଲ ଗଲା ।

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ ସରୋଜ କୁମାର ସାହୁ ଗିରଫ ହୋଇ ଜେଲ ଗଲା ।

0
unnamed
ନୟାଗଡ :ନୟାଗଡ ଜିଲ୍ଲା ଖଣ୍ଡପଡା ଉପକୋଷାଗାର ବରିଷ୍ଠ କିରାଣୀ ସରୋଜ କୁମାର ସାହୁ ପେନସନ ବିଲ ପାସ କରାଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ତିନି ହଜାର ଟଙ୍କା ଉତ୍କୋଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ି ଜେଲ ହାଜତକୁ ଯାଇଛି ।ବିବରଣୀରୁ ପ୍ରକାଶ ଯେଉଁ ବ୍ୟକ୍ତି ଠାରୁ ଟଙ୍କା ନେଉଥିଲେ, ତାଙ୍କର ପେନସନ ବିଲ କରିବା ପାଇଁ ଦଶହଜାର ଟଙ୍କା ଦାବି କରିଥିଲେ ।ସେହି ବ୍ୟକ୍ତି ଜଣକ ପାଞ୍ଚ ହଜାର ଟଙ୍କା ଦେଇସାରିଥିଲେ ଓ କହିଥିଲେ ପେନସନ କରିଦିଅନ୍ତୁ ମୁଁ ଅବଶିଷ୍ଠ ପାଞ୍ଚ ହଜାର ଟଙ୍କା ଦେଇ ଦେବୀ ।ବାରମ୍ବାର ଅଫିସ ଦୌଡ଼ିଲେ ମଧ୍ୟ ପେନସନ ନକରି କହିଲେ, ପାଞ୍ଚ ହଜାର ଦେଲେ ତୁମର କାମ ହେବ । ବ୍ୟକ୍ତି ଜଣକ ବାଧ୍ୟ ହୋଇ ଭିଜିଲାନ୍ସର ଦୃଷ୍ଟିକୁ ଆଣିଥିଲେ । ଦୁଇ ହଜାର ପଛରେ ଦେବି ଆଜି ତିନି ହଜାର ଟଙ୍କା ରଖନ୍ତୁ ବାକି ଦୁଇ ହଜାର ଟଙ୍କା ଦେଇଦେବି କହି ସରୋଜ ସାହୁଂକୁ ଦେଲାବେଳେ, ଆଗରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ହାତରେ ଧରାପଡ଼ି ଯାଇଥିଲେ । ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ ସରୋଜ ସାହୁର ନିକଟସ୍ଥ ଅମଲାପଡ଼ା ଘରେ ଚଢ଼ାଉ କରି ଟଙ୍କା ସୁନା ଜବତ କରିଥିବାର ଜଣାପଡିଛି ଓ ତଦନ୍ତ ଜାରି ରହିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।