June 12, 2025
Home » ଅପରେସନ ସିନ୍ଦୂରର ସଫଳତା ନେଇ ଭାରତର ବୀର ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ “ପରାକ୍ରମ ଶୋଭାଯାତ୍ରା”ର ବିଶାଳ ବାଇକ ରାଲି ଅନୁଷ୍ଠିତ

ଅପରେସନ ସିନ୍ଦୂରର ସଫଳତା ନେଇ ଭାରତର ବୀର ସୈନିକମାନଙ୍କୁ ଉତ୍ସାହିତ କରିବା ପାଇଁ “ପରାକ୍ରମ ଶୋଭାଯାତ୍ରା”ର ବିଶାଳ ବାଇକ ରାଲି ଅନୁଷ୍ଠିତ

0
WhatsApp Image 2025-05-15 at 5.20.53 PM

ପହଲଗାଁ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୁର ଜରିଆରେ ଆତଙ୍କୀ ଉପରେ ଭାରତର ବିଜୟ ଓ ତିନି ସେନାର ଆମର ସାହସୀ ଭାରତୀୟ ସଶସ୍ତ୍ର ସୈନିକମାନଙ୍କର ଅଦମ୍ୟ ସାହସ ଏବଂ ବୀରତ୍ୱ,ବଳିଦାନକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସେମାନଙ୍କୁ ଉତ୍ସାହିତ କରି ଭାରତୀୟ ସେନାର ମନବଳକୁ ଆହୁରି ସୁଦୃଢ଼ କରିବା ପାଇଁ ଦେଶବ୍ୟାପୀ ପରାକ୍ରମ ଶୋଭାଯାତ୍ରା ଚାଲିଥିବା ବେଳେ ଗୁରୁବାର ସକାଳ ୦୮ ଘନ୍ତିକ ସମୟରେ ରାୟଗଡା ଜିଲ୍ଲା ପ୍ରଶାସନ ଛକ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ “ପରାକ୍ରମ ଶୋଭାଯାତ୍ରା” ଆୟୋଜିତ ହୋଇଛି । ଜିଲ୍ଲା ପ୍ରଶାସନ ଦ୍ବାରା ଆୟୋଜିତ ଏହି ପରାକ୍ରମ ଶୋଭାଯାତ୍ରାକୁ ଶ୍ରୀମତୀ ପାରୁଲ ପଟାୱରୀ, ଜିଲ୍ଲାପାଳ, ରାୟଗଡ଼ ମୁଖ୍ୟ ଅତିଥି ଭlବରେ ଯୋଗ ଦେଇ ମୋଟର ସାଇକେଲ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ବାଇକ୍ ରାଲି ରାୟଗଡ଼ା ନବୀନ ଚନ୍ଦ୍ର ନାୟକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ଦ୍ଵାରା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ବୀର ଯବାନଙ୍କ ସମ୍ମାନାର୍ଥେ ଅଂଶଗ୍ରହଣକାରୀ ସମସ୍ତେ ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରଂ, ଜୟ ଯବାନ ଜୟ କିଶନ,ଭାରତ ମାତା କି ଜୟ ନାରା ଦେଇ ବାଇକ୍‌ରେ ବସି ସହର ପରିକ୍ରମା କରିଥିଲେ। ଏହା ଜିଲ୍ଲାପାଳଙ୍କ ଛକରୁ ବାହାରି ବ୍ଲକ ଛକ, ସାଇ ଇଣ୍ଟେର ନେଶନାଲ ଛକରୁ ରିଳା୍ୟାନ୍ସ ଜିଓ ମାର୍ଟ ଛକରୁ ପ୍ରତ୍ୟାବର୍ତନ କରି କପିଳାଶ ଛକରୁ ରେଲୱେଇ ଅଭରବ୍ରିଜ ଦେଇ କୋରାପୁଟ ଛକ ଟାଉନ ଥାନା ଦେଇ ସ୍ଥାନୀୟ ମହାତ୍ମା ଗାନ୍ଧୀ ପ୍ରମୋଦ ଉଦ୍ୟାନ ପର୍ଯ୍ୟନ୍ତ ଯାଇଥିଲେ l

ସବୁ ଭାରତୀୟ ତ୍ରିରଙ୍ଗା ମାଆଙ୍କ ପଣତକାନି ତଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ , ଯେତେବେଳେ ସମସ୍ତେ ଏକତ୍ରିତ ମହାନ ଶକ୍ତି ସାମନାରେ ବିରୋଧୀଙ୍କ ସର୍ବଦା ମୁଣ୍ଡବାଳକୁ ହେବା ସହ ସଦା ସର୍ବଦା ତାଙ୍କ ସର୍ବ ଶକ୍ତି ବିଫଳ ବୋଲି ଏହା ପ୍ରମାଣିତ କରିଦେଇଛନ୍ତି ଆମର ବିର ଭାରତୀୟ ସୈନିକ। ଏଣୁ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା, ଅବସରରେ ତିନି ବାହିନୀର ବୀର ଯବାନଙ୍କୁ ସହିଷ୍ଣୁତା ଓ ବନ୍ଧୁତ୍ବର ପ୍ରତୀକକୁ ସସନ୍ମନର୍ଥେ ଏହି ତିରୁଙ୍ଗା ରାଲିର ଏହି କାର୍ଯ୍ୟକ୍ରମରେ ଶ୍ରୀ ନବୀନ ଚନ୍ଦ୍ର ନାୟକ,ଅତିରକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ନିହାର ରଞ୍ଜନ କହଁର, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ଶ୍ରୀ ରମେଶ କୁମାର ଜେନା, ଉପଜିଲ୍ଲାପାଳ,ଶ୍ରୀ ଚନ୍ଦ୍ର କାନ୍ତ ମାଝୀ, ପ୍ରକଳ୍ପ ପ୍ରଶାସକ, ଆଇଟିଡ଼ିଏ, ରାୟଗଡ଼, ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତି ଥିଲେ l ଏହି ଶୋଭା ଯାତ୍ରାରେ ସିଆରପିଏଫ ବାହିନୀ, ସ୍ଥାନୀୟ ପୋଲିସ, ରାୟଗଡ଼ ମହା ବିଦ୍ୟାଳୟ ମହିଳା ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ପଦାଧିକାରୀ, ଦଳଗତ ନିର୍ବିଶେଷରେ ବିଭିନ୍ନ ଦଳର କର୍ମକର୍ତ୍ତା, ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ, ପ୍ରେମ ପାହାଡ଼ ୱାକର୍ଷ କ୍ଲବ, ଜିସିଡ଼ି ୱାକର୍ଷ କ୍ଳବ, ବିକଳ୍ପ ସଙ୍ଘ, ନlଗlବଳି ଲୟନ୍ସ କ୍ଲବ, ବ୍ରାହ୍ମଣସାହିର ଶକ୍ତିବାହନି, ପୌର ପରିଷଦର ଉପ ନଗରପାଳ ଓ ପରିଷଦ ବର୍ଗ, ରାୟଗଡ ଜନସାଧାରଣ, ସାମ୍ବାଦିକ ଆଦି ବହୁ ସଂଖ୍ୟାରେ ଯୋଗ ଦାନ ଦେଇଥିଲେ ।

ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *