June 30, 2025
Home » ଅରୁଣ ଉଡେନ୍ କ୍ରାଫ୍ଟ ଉଦ୍‌ଘାଟିତ

ଅରୁଣ ଉଡେନ୍ କ୍ରାଫ୍ଟ ଉଦ୍‌ଘାଟିତ

0
bra

ବ୍ରହ୍ମପୁର, କପିଳେଶ୍ଵର ମନ୍ଦିର ରୋଡ ଠାରେ, ଅରୁଣ ଉଡେନ୍ କ୍ରାପ୍ଟ ନାମରେ ଏକ ପ୍ରଦର୍ଶନୀ ସୋ ରୁମ୍ ଚିତ୍ର ଶିଳ୍ପୀ ଅରୁଣ ସାହୁ ଦ୍ଵାରା ଖୋଲାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଓ ବ୍ରହ୍ମପୁର ମେୟର ସଂଘମିତ୍ରା ଦଲେଇ ଅତିଥି ଭାବେ ଯୋଗ ଦେଇ ତାହାକୁ ଉଦ୍‌ଘାଟନ କରିଛନ୍ତି । ହିଞ୍ଜିଳି ବ୍ଳକ କଞ୍ଚୁଡ଼ୁ ପଞ୍ଚାୟତ କଣ୍ଟେଇକୋଳି ଗ୍ରାମର ଯୁବଶିଳ୍ପୀ ଅରୁଣ ସାହୁ। କାଠରେ ସୂକ୍ଷ୍ମ କାରିଗରୀରେ ଅନେକ କଳାକୃତି ତିଆରି କରିଛନ୍ତି।

ତାଙ୍କ ଦ୍ଵାରା କାଠରେ ପ୍ରସ୍ତୁତ ହନୁମାନ ଚାଳିଶା ଅଯୋଦ୍ଧା ଶ୍ରୀରାମ ଲାଲା ମନ୍ଦିର କଳା କୃତି ସ୍ଥାପିତ ହୋଇଛି। ସେହିପରି ଓଡିଶା ବିଧାନସଭା ଠାରୁ ଆରମ୍ଭ କରି ପ୍ୟାରିସ୍ର ଆଇଫିଲ୍ ଟାୱାରକୁ ସେ କାଠରେ ନିର୍ମାଣ କରିଛନ୍ତି। ଏହି ଅନୁଷ୍ଠାନ ଦ୍ବାରା ତାଙ୍କ କଳାକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *