April 27, 2025
Home » ଅଶାନ୍ତ ସମୁଦ୍ର ମୁହାଁଣ ରୁ ଅଚଳ ୨ ମାଛଧରା ବୋଟ କୁ ଉଦ୍ଧାର କଲା ପାରାଦୀପ ବନ୍ଦର ଟଗ ବୋଟ

ଅଶାନ୍ତ ସମୁଦ୍ର ମୁହାଁଣ ରୁ ଅଚଳ ୨ ମାଛଧରା ବୋଟ କୁ ଉଦ୍ଧାର କଲା ପାରାଦୀପ ବନ୍ଦର ଟଗ ବୋଟ

0
WhatsApp Image 2024-09-26 at 7.11.04 PM

 

ପାରାଦୀପ – ଲଘୁଚାପ ଜନିତ ଅଶାନ୍ତ ସମୁଦ୍ର ରେ ଆଜି ଏକ ବଡଧରଣର ଅଘଟଣ ଟଳି ଯାଇଛି । ଏକ ସମ୍ବେଦନଶୀଳ ପରିସ୍ଥିତି ରେ ଧର୍ମସାଖୀ କମ୍ପାନୀ ର ୨ଟି ବୋଟ୍ କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣିଛି ପାରାଦୀପ ବନ୍ଦର ପ୍ରାଧିକରଣ ର ଟଗ୍ ବୋଟ୍ । ତେବେ ଘଟଣା ରୁ ଜଣା ପଡିଛି ଯେ ଧର୍ମସାଖୀ ନାମକ ଏକ ବୋଟ୍ ପାରାଦୀପ ମାଛଧରା ବନ୍ଦର କୁ ମୁହାଁଣ ବାଟ ଦେଇ ଆସୁଥିବା ବେଳେ ହଠାତ୍ ତାର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ତେବେ ସଙ୍ଗେ ସଙ୍ଗେ ଖବର ପାଇ ତାର ମାଲିକ ତାଙ୍କର ଆଉ ଗୋଟିଏ ବୋଟ୍ ପଠାଇଥିଲେ ତାକୁ ଟାଣି ଆଣିବା ପାଇଁ କିନ୍ତୁ ଦୁର୍ଭାଗ୍ୟ ବଶତଃ ବୋଟ୍ କୁ ରସି ଲଗାଇ ଟାଣି ଟାଣି ଆଣିବା ବେଳେ ଅଶାନ୍ତ ସମୁଦ୍ର ରେ ପ୍ରବଳ କରେଣ୍ଟ୍ ଥ‌ିବାରୁ ବୋଟ୍ ଟି ଟଣାଯାଇ ନପାରି ତାର ରସି ଛିଡି ଯାଇଥିଲା ।

ଫଳରେ ଦୁଇଟି ଯାକ ବୋଟ୍ ସମୁଦ୍ର ମୁହାଁଣ ମୁହଁ ରେ ଭାସିଭାସି ଦୀଗହରା ହେବାକୁ ଯାଉଥିଲେ । ତେବେ ପାରାଦୀପ ପୋଲିସ ଡିଏସପି ଓ କୁଜଙ୍ଗ ଏଏଫଓ ଙ୍କ ଅନୁରୋଧକ୍ରମେ ଖବର ପାଇ ପାରାଦୀପ ର ଟଗ ବୋଟ ତାରିଣୀ, ପାଇଲଟ ବୋଟ ଜଗନ୍ନାଥ ଏବଂ ପାଟ୍ରୋଲ ବୋଟ ସାନଭି ପ୍ରତିକୂଳ ପାଣିପାଗ ସତ୍ବେ ଫସିଥ‌ିବା ଦୁଇଟି ବୋଟ୍ ଏବଂ ଏଥିରେ ଥିବା ୧୨ ଜଣ ମତ୍ସ୍ୟଜିବୀ ଙ୍କୁ ସୁରକ୍ଷିତ ଭାବେ ବନ୍ଦର ପୋତାଶ୍ରୟ କୁ ଆଣିଥିଲେ ।

ତେବେ ଏଠାରେ ସୁଚନା ଯୋଗ୍ୟ ଯେ ଏହି ଟଗ୍ ବୋଟ୍ ଜାହାଜ କୁ ଟାଣି କରି ନେବା ଆଣିବାରେ ସହାୟକ ହୋଇଥାଏ । ଅନ୍ୟପକ୍ଷରେ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ତ୍ୱରିତ ପଦକ୍ଷେପ ଏବଂ ପ୍ରବଳ ବର୍ଷା ସତ୍ବେ ମେରାଇନ ବିଭାଗ କର୍ମଚାରୀ ମାନଙ୍କ ଅଦମ୍ୟ ସାହସ ଦ୍ୱାରା ଏହି ଉଦ୍ଧାର କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l

Leave a Reply

Your email address will not be published. Required fields are marked *