October 23, 2025
Home » ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବନ

ଆଇନଜୀବୀ ପେଶାରୁ ଅର୍ଚ୍ଚନା ନାଗ ନିଲମ୍ବନ

0
WhatsApp Image 2025-09-17 at 8.55.10 PM

 

କଟକ:ଆଇନଜୀବୀ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯାଇଥିବା ଏବଂ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବଦ୍ଧରେ ସୂଚନା ପ୍ରଦାନ କରିଛନ୍ତି।

ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ନାଗ ତାଙ୍କ ବିରୁଦ୍ଧରେ ଥିବା ଫୌଜଦାରୀ ମାମଲା ସମ୍ପର୍କିତ ତଥ୍ୟ ସଂପର୍କରେ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ଗୋପନ ରଖି ଓକିଲାତି ପେଶାରେ ଆଇନଜୀବୀ ଭାବେ ପଞ୍ଜୀକରଣ ଫର୍ମ ଦାଖଲ କରିଥିଲେ ଏବଂ ଧୂତ୍ତାମୀ ଓ ଠକାମି ପୂର୍ବକ ନିଜକୁ ଆଇନଜୀବୀ ହିସାବରେ ପଞ୍ଜୀକରଣ କରାଇଥିଲେ। ପରବର୍ତ୍ତୀ ସମୟରେ ପ୍ରାପ୍ୟ ତଥ୍ୟ ଅନୁଯାୟୀ ଜଣାଗଲା ଯେ ବାସ୍ତବରେ ଅର୍ଚ୍ଚନା ନାଗଙ୍କ ନାମରେ ବିଭିନ୍ନ ଦଫା ସମ୍ବଳିତ ଫୌଜଦାରୀ ମାମଲା ରୁଜୁ ହୋଇ ଏହା ବିଚାରାଧୀନ ସତ୍ତ୍ୱେ ପଞ୍ଜୀକରଣ ପାଇଁ ଦାଖଲ କରିବାକୁ ଥିବା ନିର୍ଦ୍ଧାରିତ ବିନ୍ଦୁ ୧୪, ୧୫, ୧୬, ୧୭, ୨୦(ଖ) ରେ ସେ ଉଲ୍ଲେଖ କରିଥିଲେ କି ତାଙ୍କ ବିରୁଦ୍ଧରେ କୌଣସି ଫୌଜଦାରୀ ମାମଲା ନାହିଁ କିମ୍ବା ସେ କୌଣସି ବ୍ୟବସାୟ ବୃତ୍ତିରେ ସଂପୃକ୍ତ ନାହାନ୍ତି।

ଇତି ମଧ୍ୟରେ ହସ୍ତଗତ ହୋଇଥିବା ତଥ୍ୟରୁ ଜଣାଯାଇଅଛି କି ସେ ଦୁଇଟି କମ୍ପାନିର ନିର୍ଦ୍ଦେଶକ ଅଛନ୍ତି। ଏ ସମସ୍ତ ବିଷୟରେ ଆଇନଜୀବୀ ପାଇଁ ପଞ୍ଜୀକରଣ ସମୟରେ ନିର୍ଦ୍ଧାରିତ ଫର୍ମ ବିଷୟରେ ସୂଚନା ନିମନ୍ତେ ପ୍ରାବଧାନ ଥିବ ସତ୍ତ୍ୱେ ସମ୍ପୃକ୍ତ ଵ୍ୟକ୍ତି ସମସ୍ତ ବିନ୍ଦୁରେ ନାସ୍ତିସୂଚକ ସୂଚନା ଦେଇ ଏହା ପ୍ରମାଣ କରିଛନ୍ତି ଯେ ସେ ପ୍ରକୃତ ତଥ୍ୟ ପ୍ରଦାନ ନ କରି ମିଥ୍ୟାର ଆଶ୍ରୟ ନେଇ ଆଇନଜୀବୀ ପରିଷଦରେ ଧୂର୍ତ୍ତତା ତଥା ଭଣ୍ଡାମୀର ଆଶ୍ରୟ ନେଇ ନିଜକୁ ଆଇନଜୀବୀ ଭାବରେ ପଞ୍ଜିକରଣ କରାଇନେଇଛନ୍ତି।

 

ଏହା ଭାରତୀୟ ଅଧିବକ୍ତା ନିୟମ ୧୯୬୧ର ବିରୁଦ୍ଧାଚରଣ କରିବା ସହିତ ଆଇନଜୀବୀ ପରିଷଦ ଯାହାକି ଆଇନ ଶିକ୍ଷା ଓ ଆଇନ ପେଶାର ସର୍ବୋଚ୍ଚନିୟାମକ ସଂସ୍ଥା ତା ବିରୁଦ୍ଧରେ ଠକାମିର ଆଶ୍ରୟ ନେଇଛନ୍ତି। ଏହିସବୁ ବିଷୟ ଗୁରୁତର ସହିତ ଗ୍ରହଣ କରି ବାର କାଉନସିଲ ଗତ ତା ୧୪.୦୯.୨୦୨୫ ରିଖ ରେ ହୋଇଥିବା ସାଧାରଣ ବୈଠକରେ ସମ୍ପୃକ୍ତ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିହିତ ଶୃଙ୍ଖଳାଗତ କାଯ୍ୟନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

 

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି

Leave a Reply

Your email address will not be published. Required fields are marked *