April 16, 2026
Home » ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ଯାତ୍ରା ଉଦଯାପିତ ।।

ଗଞ୍ଜାମ ଜିଲ୍ଲାରେ ଦଣ୍ଡନାଚ ଯାତ୍ରା ଉଦଯାପିତ ।।

0
WhatsApp Image 2026-04-16 at 5.18.13 PM

ଛତ୍ରପୁର: ଉତ୍କଳୀୟ ଧର୍ମଧାରା ପର୍ବପର୍ବାଣୀ ଓ ଲୋକ ସଂସ୍କୃତି ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶାକ୍ତଧର୍ମର ପରମ୍ପରା
ଦଣ୍ଡବିଧାନ ଯାତ୍ରା ଅନ୍ୟତମ ଆକର୍ଷଣ ଅଟେ ।ଏହି ଦଣ୍ଡନାଚ ପୁରପଲ୍ଲୀରେ ବର୍ଣ୍ଣାଢ୍ୟ ସମାରୋହରେ ପବିତ୍ର ମେରୁ-ସଂକ୍ରାନ୍ତି ଅବସରରେ ଉଦଯାପିତ ହୋଇଯାଇଛି ।ଭଗବାନ ଶିବ ଓ ଦେବୀ ପାର୍ବତୀ ଙ୍କ ଚଳନ୍ତି ପ୍ରତିମାକୁ ନେଇ ଗ୍ରାମ, ନଗର ପରିଭ୍ରମଣ କରି ମାସ ବ୍ୟାପି ଅଥବା ପ୍ରାୟତଃ ୨୧ଦିନ ଧରି ଦଣ୍ଡୁଆ ସେଵାଧାରୀ ଭୋକ୍ତା-ଗଣ ମଣିମାଙ୍କ ସାଧନାରେ ବ୍ରତ ରୂପେ ପାଳନ କରି ପୁରପଲ୍ଲୀରେ ଦଣ୍ଡନାଚ ନୀତି ନିର୍ଦ୍ଧାରଣ ସହ ଯାତ୍ରା ସମ୍ପନ୍ନ କରି ଆସିଥାନ୍ତି । ପାଟବସ୍ତ୍ର ପରିଧାନରେ ଦେବୀ ଙ୍କୁ ସଜ୍ଜା ଯାଇଥିବା ବେଳେ ତେର ଭୋକ୍ତା ଗଣ ଙ୍କ ମଧ୍ୟରେ ପାଟଭୋକ୍ତା ମୁଖ୍ୟ ଅଟନ୍ତି । ପାଟ ଢ଼ୋଲିଆ ର ବାଦ୍ୟ ତାଳରେ ମା’ ଦଣ୍ଡକାଳୀ ପ୍ରସନ୍ନ ହୁଅନ୍ତି । ବହୁ ପରିମାଣରେ ଝୁଣା ଧୂପ, ଆଳତୀ କର୍ପୂର ବନ୍ଦାପନାରେ ଦେବୀ ଦଣ୍ଡକାଳୀ ସନ୍ତୁଷ୍ଟ ହୁଅନ୍ତି ।ସକଳେ କୁମ୍ଭଢ଼ଳା, ବୀଣାକାର ନୃତ୍ୟ ପରିବେଷଣ, ମଧ୍ୟାହ୍ନରେ ଧୂଳିଦଣ୍ଡ, ପରେ ପାଣିଦଣ୍ଡ, ଅଗ୍ନିଦଣ୍ଡ, ବିଳମ୍ବିତ ରାତ୍ରୀକାଳରେ ଅନ୍ନ-ପ୍ରସାଦରେ ସାମୂହିକ ଭୋଜନ, ମଞ୍ଚରେ ଚଢେ଼ଆ ନୃତ୍ୟ ପରିବେଷଣ, ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆଦି ଲୋକାଭିମୁଖୀ କାର୍ଯ୍ୟକ୍ରମ ପ୍ରାୟତଃ ୨୪ ପୁରୁଷ ଧରି ପ୍ରଚଳିତ ପ୍ରଥା ର ଏହି ମହନୀୟ ଦଣ୍ଡବିଧାନ ପରମ୍ପରା ଖୁବ୍ ନିଆରା ଅଟେ ।।

Leave a Reply

Your email address will not be published. Required fields are marked *