September 17, 2024
Home » ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

0

 

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ସତ୍ୟନାରାୟଣ ଷଡଙ୍ଗୀ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୦୫.୦୯.୨୦୨୪ ରିଖ ଗୁରୁବାର ଅପରାହ୍ନ ଘ.୩.୦୦ମି ରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ରାୟଗଡା ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ “NALSA Scheme, Acid Attack, POCSO Act & Victim Compensation Scheme” ଉପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଥାନାର ଏ.ଏସ୍.ଆଇ ରବିନ୍ଦ୍ର କୁମାର ପଣ୍ଡା, ରାୟଗଡା ବାର ଆସୋସିଏସନର ଆଇନଜୀବି ଶ୍ରୀମତି ଶୁଭ୍ରା ପଣ୍ଡା, ଦେବରାଜ ନାଏକ, ରାୟଗଡା ଜିଲ୍ଲା ମୁଖ୍ୟ ଚିକିସାଳୟର ଡ. ଶୁଭଶ୍ରୀ ପାଣିଗ୍ରାହି, ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଓ ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଏସିଡ ଆଟାକ, ପୋକ୍ସ ଆକ୍ଟ ଓ ଭିକ୍ଟିମ କମ୍ପେନ୍ସେସନ ସ୍କିମ ବିଷୟରେ ଅଂଶଗ୍ରହଣ କାରୀ ମାନଙ୍କୁ ବିସୃତ ଭାବରେ ଅବଗତ କରାଇଥିଲେ I ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ଏସିଡ ଆଟାକ, ପୋକ୍ସ ଆକ୍ଟ ଓ ଭିକ୍ଟିମ କମ୍ପେନ୍ସେସନ ସ୍କିମ ର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନ୍ୟାୟିକ ବ୍ୟବସ୍ଥା ଓ ସେମାନଙ୍କ ପାଇ ଆଇନରେ ଉଦ୍ଧିଷ୍ଟ ଥିବା ବିଭିନ୍ନ ଧାରା ଉପରେ ଆଲୋକପାତ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟର ର ଅଧ୍ୟାପକ, ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

 

ରିପୋର୍ଟ:ରାୟଗଡ଼ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *