September 17, 2024
Home » ଆକାଶୀୟ ବୈଠକରେ “ଆଜିର ଅତିଥି” କାର୍ଯ୍ୟକ୍ରମ ଅନୁଷ୍ଠିତ l

ଆକାଶୀୟ ବୈଠକରେ “ଆଜିର ଅତିଥି” କାର୍ଯ୍ୟକ୍ରମ ଅନୁଷ୍ଠିତ l

0

 

ସୁବର୍ଣ୍ଣପୁର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ରବିବାର ସନ୍ଧ୍ୟାରେ ମାସିକ ଗଳ୍ପ ଆସର ଅବସରରେ”ଆଜିର ଅତିଥି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ,ଅନୁଷ୍ଠାନର ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ସୁପରିଚାଳନାରେ ଏବଂ ରୀତା ଅପରାଜିତା ମହାନ୍ତିଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୈଜ୍ଞାନିକ ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ରହି ନିଜର ସାରସ୍ୱତ ଜୀବନର ଆଦ୍ୟ ସୋପାନ, ଚାକିରୀ ଜୀବନ ସହ ପାରିବାରିକ ଓ ସାରସ୍ୱତ ସାଧନାର ସମନ୍ୱୟ, ଆଗାମୀ ପିଢୀଙ୍କ ପାଇଁ ସାରସ୍ୱତ ସାଧନା ଉପରେ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ବନଲକ୍ଷ୍ମୀ ମହାନ୍ତି ଓମକାର ଧ୍ବନି ସହ କାର୍ଯ୍ୟକ୍ରମ ଅୟମାରମ୍ଭ କରିଥିବା ବେଳେ ପ୍ରଣତି ମହାପାତ୍ର ସମସ୍ତଙ୍କୁ ଭକ୍ତିଭରା ଭଜନରେ ସ୍ବାଗତ କରିଥିଲେ ।ସଭାପତି ଶ୍ରୀଯୁକ୍ତ ନାଏକ ସଭାପତିତ୍ୱ ବକ୍ତବ୍ୟରେ ସମୟର ସ୍ବଳ୍ପତା ଦୃଷ୍ଟିରୁ ବର୍ତ୍ତମାନ ଅଣୁଗଳ୍ପ ରଚନା କରିବା ପାଇଁ କହିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ନିଜ ବକ୍ତବ୍ୟରେ “ଜୀବନରେ ସାରସ୍ୱତ ସାଧନା” ଉପରେ ମର୍ମସ୍ପର୍ଶୀ ବକ୍ତବ୍ୟରେ ନିଜ ସାଧନା ସମ୍ପର୍କରେ ବକ୍ତବ୍ୟ ରଖିବା ସହ ଆଗାମୀ ପିଢୀ ମାନଙ୍କୁ ଉପଦେଶ ଛଳରେ ବାରମ୍ବାର ଘଷିମାଜି ହେଲେ ମୂର୍ତ୍ତି ଯେମିତି ସୁନ୍ଦର ହୁଏ, ସେହିପରି ଗୁରୁଜନଙ୍କ ଉପଦେଶ ସହ ବାରମ୍ବାର ସୃଷ୍ଟି ପଠନ,ପାଠନ କରିବା ଉଚିତ । ବର୍ତ୍ତମାନ ସମୟର ଯୁବପିଢି ବହୁତ ସୁନ୍ଦର ସୃଷ୍ଟି କରୁଥିବା ବେଳେ ସାମାନ୍ୟ ତୃଟି ଯାହା ରହୁଛି ସେସବୁ ଉପରେ ଦୃଷ୍ଟି ଦେଲେ ଆଗାମୀ ସମୟରେ ଜଣେ ଜଣେ ବିଶିଷ୍ଟ ସ୍ରଷ୍ଟା ଭାବରେ ପରିଗଣିତ ହୋଇ ପାରିବେ । ବିଦ୍ୟାଳୟରୁ ଗାଁର କଥା ଉପରେ କବିତା ଲେଖିଥିବା ବୈଜ୍ଞାନିକ ପରବର୍ତ୍ତୀ ସମୟରେ ବିଜ୍ଞାନ ଉପରେ ପ୍ରବନ୍ଧ ଲେଖି ଉଚ୍ଚ ପ୍ରଶଂସିତ ହୋଇଥିଲେ ।
ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଆୟୋଜିତ ଏଭଳି ମହତ୍ ପ୍ରୟାସ ପାଇଁ ଧନ୍ୟବାଦ ଦେଇଥିଲେ। ପରେ ପରେ ରୀତା ଅପରାଜିତା ମହାନ୍ତିଙ୍କ ସଂଯୋଜନାରେ ବିନୋଦିନୀ ଦାଶ,ଅରୁଣ କୁମାର ମହାପାତ୍ର,ପ୍ରଶାନ୍ତ କୁମାର ରାଉଳ, ଅନୁସୟା ସାହୁ,ପ୍ରଣତି ମହାପାତ୍ର,ରୀତା ଅପରାଜିତା ମହାନ୍ତି,ବନଲକ୍ଷ୍ମୀ ମହାନ୍ତି ,ବିଷ୍ଣୁପ୍ରିୟା ପଣ୍ଡା, ସ୍ନେହ ମିଶ୍ର, ଅନୁସୟା ସାହୁ,,ସୂର୍ଯ୍ୟ କୁମାର ପାଣିଗ୍ରାହୀ,ପ୍ରଫୁଲ୍ଲ କୁମାର ଦାସ,ରତିନାରାୟଣ ରାଉତ, ଅନୁପମା ନାଥଶର୍ମା, ଡ଼ ନିର୍ମଳ ନାୟକ,ମମତା ଶତପଥୀ, ରାଜେଶ୍ବରୀ ନନ୍ଦ, ଦେବେନ୍ଦ୍ର ନାଏକ ପ୍ରମୁଖ ଗଳ୍ପ ପାଠ କରିଥିଲେ । ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଶେଷରେ ପ୍ରଫୁଲ୍ଲ କୁମାର ଦାସ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ଦେଇ ଏହି ଆକାଶୀୟ କାର୍ଯ୍ୟକ୍ରମ ବିରତି ଘୋଷଣା କରିଥିଲେ । ରତିନାରାୟଣ ରାଉତ ଜନକଲ୍ୟାଣ ମନ୍ତ୍ରରେ ଅଭିମନ୍ତ୍ରିତ ପୂର୍ବକ ପୁନର୍ବାର ଆସନ୍ତା ବୁଧବାର ଶ୍ରୀମଦ୍ଭାଗବତମହାପୁରାଣ ଆକାଶୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବତ୍ ରସ ପାନ କରିବାକୁ ସମ୍ପାଦିକା ପ୍ରଣତି ମହାପାତ୍ର ସଭକ୍ତିକ ନିମନ୍ତ୍ରଣ କରି ସଭାସାଙ୍ଗ କରିଥିଲେ ।ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *