July 25, 2026
Home » ଆଜି ହେଉଛି ମହାପ୍ରଭୁ ଙ୍କ ପଵିତ୍ର ସୁନାବେଶ

ଆଜି ହେଉଛି ମହାପ୍ରଭୁ ଙ୍କ ପଵିତ୍ର ସୁନାବେଶ

0
Suna-besa-700x394

ଆଜି ହେଉଛି ମହାପ୍ରଭୁ ଙ୍କ ପଵିତ୍ର ସୁନାବେଶ। ଏଥି ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ପୋଲିସ ବାହିନୀ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ନୀତି ନିର୍ଘଣ୍ଟ ଅନୁସାରେ ଆଜି ସଂଧ୍ୟା ୫ ଟା ରୁ ୬ ଟା ୩୦ ମଧ୍ୟରେ ମହାପ୍ରଭୂଙ୍କ ସୁନାବେଶ କରାଯିବ। ରାତି ୧୦ ରୁ ୧୧ ଟା ମଧ୍ୟରେ ସୁନାବେଶ ମଇଲମ କରାଯିବ। ତେବେ ଯାହା ସୂଚନା ରହିଚି ଆଜି ବିଳମ୍ବିତ ରାତି ଯାଏ ଅର୍ଥାତ୍ ରାତି ୧୨ ଟା ଯାଏ ରଥ ଉପରେ ମହାପ୍ରଭୁ ଙ୍କ ସୁନା ବେଶ ଦର୍ଶନ କରିବା ନେଇ ବ୍ୟବସ୍ଥା କରାଯାଇଛି।ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ବାହୁଡ଼ା ଯାତ୍ରା ଭଲରେ ଅନୁଷ୍ଠିତ ହୋଇଛି। ସୁନା ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତ ଆସିବେ। ଏଥି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ସହିତ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଇଛି। ତେବେ ଭକ୍ତ ଙ୍କୁ ଅନୁରୋଧ ସେମାନେ ପୋଲିସ୍ ଓ ପ୍ରଶାସନ ର ନିୟମ କୁ ମାନି ଶାନ୍ତି ଶୃଙ୍ଖଳା ରେ ମହାପ୍ରଭୁ ଙ୍କ ସୁନାବେଶ ଦର୍ଶନ କରନ୍ତୁ।ସୁନାବେଶ ଟ୍ରାଫିକ ପରିଚାଳନା ଦାୟିତ୍ଵ ରେ ଥିବା ଆଇଜି ଅମିତାଭ ଠାକୁର୍ କହିଛନ୍ତି, ସୁନା ବେଶ୍ ରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଭକ୍ତ ଙ୍କ ଆଗମନ ହେବାର ଆମେ ଆକଳନ କରୁଛୁ। ଲକ୍ଷ ଲକ୍ଷ ଭକ୍ତ ଚାରି ଚକିଆ, ଦୁଇ ଚକିଆ ଯାନ ରେ ଆସିବେ । ଏଣୁ ଟ୍ରାଫିକ ବ୍ୟବସ୍ଥା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ରଥଯାତ୍ରା ରେ ଯାହା ଟ୍ରାଫିକ ବ୍ୟବସ୍ଥା ହୋଇଥିଲା ସେହି ଟ୍ରାଫିକ ବ୍ୟବସ୍ଥା ସୁନା ବେଶ ପାଇଁ ଲାଗୁ ହୋଇଛି । ତେବେ ପ୍ରତ୍ୟେକ ବର୍ଷ ସୁନା ବେଶ୍ ରେ ଅଧିକ ଲୋକ ଆସିଥାନ୍ତି। ୧୦ ଲକ୍ଷରୁ ଅଧିକ ଲୋକ ଙ୍କ ଆଗମନ ହୋଇଥାଏ। ତେଣୁ ପୋଲିସ ପାଇଁ ଟ୍ରାଫିକ ଚ୍ୟାଲେଞ୍ଜ ହେଉଛି ସୁନା ବେଶରେ। ୩୦ ଟି ପାର୍କିଂ ସ୍ଥଳ କରାଯାଇଛି। ୮୫୦୦ ଚାରି ଚକିଆ ଯାନ ଆସି ପୁରୀ ରେ ରହି ପାରିବ । ୩୦ହଜାର ରୁ ଅଧିକ ଦୁଇ ଚକିଆ ଯାନ ରହିବା ପାଇଁ ପାର୍କିଂ ବ୍ୟବସ୍ଥା ହୋଇଛି । ବସ ପାଇଁ ୩ ଟି ପାର୍କିଂ ବ୍ୟବସ୍ଥା କରାଯାଇଛି। ତେବେ ପୁରୀ କୁ ଆସୁଥିବା ଲୋକ ମାନେ କିଭଳି ସଠିକ୍ ଟ୍ରାଫିକ ସୂଚନା ପାଇବେ ସେ ନେଇ ଆମେ ବ୍ୟବସ୍ଥା କରିଛୁ। ଗଣମାଧ୍ୟମ ଜରିଆରେ ଆମେ ବ୍ୟାପକ ଟ୍ରାଫିକ ସୂଚନା ଦେବାର ବ୍ୟବସ୍ଥା କରାଯାଇଛି। ଏସ ଏମ ଏସ ଜରିଆରେ ସୂଚନା ଦେବା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନ୍ ଲଗାଯାଇଛି । ଏହା ମାଧ୍ୟମ ରେ ସୂଚନା ଦିଆଯାଉଛି। ଟ୍ରାଫିକ ଓ ପାର୍କିଂ ସମ୍ପର୍କ ରେ ଆମେ ସୂଚନା ଦେବୁ। ଏଫଏମ୍ ରେଡିଓ ମାଧ୍ୟମରେ ସୂଚନା ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି। ସୋସିଆଲ ମିଡିଆରେ ସୂଚନା ଦିଆଯିବର ବ୍ୟବସ୍ଥା କରାଯାଇଛି। ଜନସାଧାରଣ ଙ୍କ ଯେଭଳି କିଛି ଅସୁବିଧା ହେବନି ସେଥି ପାଇଁ ବିଭିନ୍ନ ସ୍ତରରେ ସୂଚନା ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଛୁ। ତେବେ ଲୋକ ଙ୍କୁ ଆମର ଅନୁରୋଧ ପୋଲିସ ପକ୍ଷରୁ ଟ୍ରାଫିକ ସୂଚନା ଯାହା ଦିଆଯାଉଛି ତାହା ପାଳନ କରନ୍ତୁ । ଏହା ଦ୍ଵାରା ଅଯଥା ରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ୍ ରେ ଲୋକେ ପଡି ହାଇରାଣ ହେବେ ନାହିଁ । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ, ପୁରୀ କୋଣାର୍କ ରାସ୍ତା, ଜଗନ୍ନାଥ୍ ସଡ଼କ ରେ ଏଲ୍ ଇ ଡି ଲଗାଯାଇଛି । ଏଥିରେ ସବୁ ସୂଚନା ଦିଆଯିବ । ସୁନାବେଶ ରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ପାଇଁ ଅଧିକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ମୋର ବିଶ୍ୱାସ ଲୋକ ଙ୍କ ସହଯୋଗରେ ମହାପ୍ରଭୁ ଙ୍କ ସମସ୍ତ କାର୍ଯ୍ଯ ଭଲରେ ଅନୁଷ୍ଠିତ ହେବ। ବାଟଗାଁ ଛକ ରୁ ଅଠରନଳା ରାସ୍ତା ରେ ଚାରି ଚକିଆ ଯାନ ଚଳାଚଳ ସମ୍ପୂର୍ଣ ନିଷେଧ ରହିଛି। ଚାରି ଚକିଆ ଯାନ ଗୁଡ଼ିକ ତାଳ ବଣିଆ ଓ ଷ୍ଟରଲିଙ୍ଗ ଛକ ପାର୍କିଂ ରେ ରଖିବେ ସବୁ ପାର୍କିଂ ରୁ ବଡଦାଣ୍ଡ କୁ ଆସିବା ପାଇଁ ୪୦୦ ରୁ ଅଧିକ ମାଗଣା ଅଟୋ ସେବା ପ୍ରସାଶନ ପକ୍ଷରୁ କରାଯାଇଛି।

Leave a Reply

Your email address will not be published. Required fields are marked *