ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ଗଣିଆ : ଗଣିଆ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପରିସରରେ ଗଣିଆ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଆରସିସି ବିନୋଦିନୀ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ଗିରିଧାରୀ ସେଠୀ, ପ୍ରଧାନଶିକ୍ଷୟିତ୍ରୀ ନିହାରବାଳା ରାଉତ, ସିଆରସିସି ରାଧାକାନ୍ତ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ସିଆରସିସି ସୁଶାନ୍ତ ରଣା ମଞ୍ଚ ପରିଚାଳନା କରିଥିଲେ ।

ସିଆରସିସି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣର ବିକାଶ କରିବା ପାଇଁ ସରକାରଙ୍କ ଏହି ଆଭିମୁଖ୍ୟ ଅତ୍ୟନ୍ତ ଲୋକପ୍ରିୟ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ବ୍ଳକ ତଥା ଓଡ଼ିଶାର ନାଁ ରଖିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେମାନେ ମତପୋଷଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ,କୁଇଜ୍, ଡିବେଟ,ନୃତ୍ୟ,ଏକକ ନୃତ୍ୟ ପ୍ରତିଯୋଗିତା ହୋଇଥିବା ବେଳେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । କୃତି ପ୍ରତିଯୋଗୀ ମାନେ ବ୍ଳକ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
