December 22, 2024
Home » ଆଠ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସି ଡି ଏମ ଓ ଙ୍କ କାର୍ଯ୍ୟାଳୟ ଘେରାଓ

ଆଠ ଦଫା ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସି ଡି ଏମ ଓ ଙ୍କ କାର୍ଯ୍ୟାଳୟ ଘେରାଓ

0

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ନବନିର୍ମାଣ କୃଷକ ସଂଙ୍ଗଠନ ପକ୍ଷରୁ ୮ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ, ଚିକିତ୍ସାରେ ଅବହେଳା , ଆବଶ୍ୟକୀୟ ଡାକ୍ତରୀ ଜିନିଷ ଆଭାବ, ଡାକ୍ତରଙ୍କ ଖରାପ ବ୍ୟବହାର ଓ ସାମାନ୍ୟ ରୋଗୀଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଘରୋଇ ଚିକିତ୍ସାଳୟ କୁ ସ୍ଥାନାନ୍ତର କରୁଥିବା ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଦାବୀପତ୍ର ପ୍ରଦାନ କରାଯାଇଛି । ନବ ନିର୍ମାଣ କୃଷକ ସଂଙ୍ଗଠନର ମହିଳା ନେତ୍ରୀ ସୋନାଲୀ ବିଶିଙ୍କ ନେତୃତ୍ୱରେ ସହର ମଧ୍ୟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରୁ ଶତାଧିକ କୃଷକ ନେତା ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟଳୟକୁ ଆସିଥିଲେ l ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହିତ ଏକ ଦାବି ପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଏହି ସବୁ ସମସ୍ୟାର ସମାଧାନ ନହେଲେ ରାଜ ରାସ୍ତାକୁ ଓହ୍ଲାଇବାକୁ ସଂଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି l

ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ, ସୁବର୍ଣ୍ଣପୁର
ଇଷ୍ଟର୍ନ ପ୍ରେସ ଏଜେନସି ( ଇପିଏ ନିଉଜ )

Leave a Reply

Your email address will not be published. Required fields are marked *

You may have missed