ଆଦିତ୍ୟ ବାହିନୀ- ଆନନ୍ଦ ବାହିନୀ ପକ୍ଷରୁ ଗୁରୁପୂର୍ଣ୍ଣିମା ପାଳିତ
ବ୍ରହ୍ମପୁର:ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ, ଆନନ୍ଦ ବାହିନୀ, ବ୍ରହ୍ମପୁର ଶାଖା ପକ୍ଷରୁ ସୁଷମା ପଣ୍ଡାଙ୍କ ସିଦ୍ଧାର୍ଥ ନଗର ବାସଭବନରେ ବ୍ୟାସଦେବଙ୍କ ଜୟନ୍ତୀ*ଗୁରୁ ପୂର୍ଣ୍ଣିମା* ଉତ୍ସବ ଯଥା ବିଧି ପାଳିତ ହୋଇଯାଇଛି। କ୍ଷେତ୍ରୀୟ ସମ୍ପାଦକ ଡଃ ହୃଷୀକେଶ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଞ୍ଚୁଡୁମଠ ମହନ୍ତ ଶ୍ରୀ ହରିହର ଦାସ ମହାରାଜ ସନାତନ ହିନ୍ଦୁ ଧର୍ମର ପ୍ରାଚୀନ କାଳରୁ ଚଳି ଆସିଥିବା ଗୁରୁ ପରମ୍ପରା ଏବଂ ଶଙ୍କରାଚାର୍ଯ୍ୟଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସନ୍ଥ ଶ୍ରୀକାନ୍ତ ଚୈତନ୍ୟ ମହାରାଜ ଦାର୍ଶନିକ ଦୃଷ୍ଟିରୁ ଗୁରୁ ଗ୍ରହଣ କରିବାର ଆବଶ୍ୟକତା ବିଷୟରେ ବୁଝାଇଥିଲେ।ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀ ବିଭିନ୍ନ ଶାସ୍ତ୍ରରେ ବ୍ୟାସଦେବଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ବର୍ଣ୍ଣନା କରାଯାଇ ଥିବା ବିଷୟରେ ଉଲ୍ଲେଖ କରିଥିଲେ।କର୍ଣ୍ଣେଲ ଦେବେନ୍ଦ୍ର ରଥ, ଜାନକୀ ପାଢ଼ୀ, ସୁଷମା ପଣ୍ଡା, ଶାନ୍ତିଲତା ପାଢ଼ୀ, ସମ୍ପାଦକ ସନ୍ତୋଷ କୁମାର ସାହୁ, ଶିବ ଶଙ୍କର ମାଦଳା, ସଞ୍ଜୟକୁମାର ନାୟକ, ରବୀନ୍ଦ୍ର କୁମାର ସାହୁ,ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୁରୁ ସମ୍ବର୍ଦ୍ଧନା, ପୂଜା, ଆରତୀ, ପୁଷ୍ପାଞ୍ଜଳି ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଶେଷରେ କୋଷାଧ୍ୟକ୍ଷ ରାମପ୍ରସାଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
