August 8, 2026
Home » ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ଶିଳ୍ପୀ ବାଳାଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳିଲେ

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ଶିଳ୍ପୀ ବାଳାଶ୍ରମ ଅନ୍ତେବାସୀଙ୍କ ସହ ଜନ୍ମଦିନ ପାଳିଲେ

0
Screenshot 2026-08-08 160127

 

ପୁରୀ : ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବୈଶାଳୀ ମହାନ୍ତି ନିଜର ଜନ୍ମଦିନ ପୁରୀ ବାଳାଶ୍ରମ ଅନ୍ତେବାସୀଙ୍କ ସହ କେକ୍ କାଟି ନିଜର ଜନ୍ମଦିନ ପାଳନ କଲେ । ବୈଶାଳୀ UNO ପଲିସି ଅଫିସର ଭାବେ କାର୍ଯ୍ୟରତ । ବିଦେଶରେ ରହୁଥିଲେ ମଧ୍ୟ ନିଜର ଜନ୍ମଦିନ ପାଳନ କରିବା ପାଇଁ ଜନ୍ମମାଟି ଶ୍ରୀକ୍ଷେତ୍ରକୁ ଭୁଲି ପାରି ନାହାନ୍ତି । ଏହି ଦିବସ ଆସିଲେ ନିଜର ଜନ୍ମମାଟିକୁ ଚାଲି ଆସନ୍ତି ।ଜନ୍ମଦିନ ଅବସରରେ ସନ୍ଧ୍ୟାରେ ଏକ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତର ରୁ ପାଞ୍ଚଜଣ କୃତି ଛାତ୍ରୀଙ୍କୁ ନଗଦ ପାଞ୍ଚହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ କୈଳାଶ ଚନ୍ଦ୍ର ଟିକାୟତରାୟ , ସୌମେନ୍ଦ୍ର ମୁଦୁଲି , ଡାକ୍ତର ଭଗବାନ ଜୟସିଂହ ଯୋଗଦେଇ ମେଧାବୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବୈଶାଳୀ ରାଜ୍ୟର ସୁନାମଧନ୍ୟ। ସାହିତ୍ୟିକା ମାନସୀ ପ୍ରଧାନ ଓ ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ରାଧବିନୋ ଦ ମୋହନ୍ତିକଙ୍କ ଏକ ମାତ୍ର କନ୍ୟା ଅଟନ୍ତି ।

Leave a Reply

Your email address will not be published. Required fields are marked *