June 13, 2025
Home » ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ନବରଙ୍ଗପୁରରେ ପାଲିତ

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ନବରଙ୍ଗପୁରରେ ପାଲିତ

0
WhatsApp Image 2024-10-01 at 5.50.59 PM

 

“ବରିଷ୍ଠ ନାଗରିକ ସମାଜକୁ ଶୃଙ୍ଖଳିତ କରିଥାନ୍ତି: “ଜିଲ୍ଲାପାଳ

ନବରଙ୍ଗପୁର ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ତା:୦୧.୧୦.୨୦୨୪ ଆଜି ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ମହା ସମାରୋହରେ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ସକାଳ ୯ .୩୦ ମି ରେ ନବରଙ୍ଗପୁର ବ୍ଲକ ଠାରୁ ଏକ ଶୋଭାଯାତ୍ରାରେ ଶତାଧିକ ବରିଷ୍ଠ ନାଗରିକ ସହିତ ବିଭିନ୍ନ ବିଭାଗୀୟ ପଦାଧିକାରୀ ବାହାରି ସହର ମଧ୍ୟ ଦେଇ ସ୍ଥାନୀୟ ମିଶନ ଶକ୍ତି ବୈଠକ ଗୃହରେ ପହଞ୍ଚି ଥିଲେ। ଏହି ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଏବଂ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ବୈଠକ ଗୃହ ରେ ସହରରେ ଥିବା ଦୁଇଟି ପଞ୍ଜୀକୃତ ବରିଷ୍ଟ ନାଗରିକ ସଂଘ୍ ର ସଭାପତି ଏବଂ ସମ୍ପାଦକ ସହିତ ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ବରିଷ୍ଠ ନାଗରିକ ମିଶନାରୀ ସଂଘ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ସଭାକାର୍ଯ୍ୟ ପରିଚାଳନା କରିଥିଲେ।ସଭାପତି ରୂପେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଯୋଗ ଦାନ ପୂର୍ବକ ଷାଠିଏ ପରେ ବରିଷ୍ଠ କେମିତି ସ୍ୱା ସ୍ଥ୍ୟ ସୁରକ୍ଷା କରିବେ ତା ଉପରେ କହି ବରିଷ୍ଠ ନାଗରିକ ମାନଙ୍କ ପାଇଁ ଆଇନ ଗତ ସୁବିଧା କୁ ବିଶେଷ ପ୍ରଚାର ତଥା ବରିଷ୍ଠ ମାନେ ସମାଜକୁ ନିଜର ଅଭିଜ୍ଞତା ଦ୍ଵାର ପୃଷ୍ଟ ଓ ଶୃଙ୍ଖଳିତ କରିଥାନ୍ତି ବୋଲି କହିଥିଲେ। ଡ଼ାବୁ ଗାଁ ବିଧାୟକ ମନୋହର ରନ୍ଧାରୀ ଉପସ୍ଥିତ ରହି ୮୦ ବର୍ଷରୁ ଉର୍ଦ୍ଧ ଦୁଇ ବରିଷ୍ଠ ନାଗରିକଙ୍କୁ ସମ୍ମାନୀତ କରିଥିଲେ।ପୌରପାଳିକା ଅଧ୍ୟକ୍ଷ ଶ୍ରୀ ନାୟକ ସମାଜ ରେ ଶାନ୍ତି ଓ ସଦଭାବ ରଖିବା ରେ ବରିଷ୍ଠ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି ବୋଲି କହିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ମଳୟ ତ୍ରିପାଠୀ ଉତ୍ତର ବୟସରେ ସ୍ବାସ୍ଥ୍ୟ ର ଯତ୍ନ କିପରି ରଖିବେ ତା ଉପରେ ବିଭିନ୍ନ ତଥ୍ଯ ଆଧାରିତ ବକ୍ତବ୍ୟ ରଖିଥିଲେ। ଉପଜିଲ୍ଲାପାଳ ଶ୍ରୀ ମିଶ୍ର ଯୋଗ ଦେଇ ବରିଷ୍ଠ ନାଗରିକ ସୁରକ୍ଷା ପାଇଁ ଥିବା ବିଭିନ୍ନ ଆଇନଗତ ସୁବିଧା ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ନାୟକ ହସ ଖୁସି ହେଉଛି ବର୍ତ୍ତମାନ ସମୟରେ ସର୍ବୋଚ୍ଚ ଔଷଧ ବୋଲି କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ନବୀନ ନାୟକ ପୁଅଝିଅ ମାନେ ନିଜର ବରିଷ୍ଠ ସଦସ୍ୟ ଙ୍କୁ ଯତ୍ନ ଓ ସମ୍ମାନ ଦେବାକୁ କହିଥିଲେ। ବରିଷ୍ଠ ନାଗରିକ ମାନେ ନିଜସ୍ଵ ରଚିତ ଗୀତ ଗାଇବା ସଙ୍ଗେ ସଙ୍ଗେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ସମସ୍ତ ବରିଷ୍ଠ ନାଗରିକଙ୍କୁ ଙ୍କୁ ଉପଢୌଉକନ ଦେଇ ସମ୍ମାନିତ କରାଯାଇଥିଲା। ଗୃହ ବାହାରେ ସ୍ବାସ୍ଥ୍ୟ ମେଳା କରାଯାଇ ସମସ୍ତ ବରିଷ୍ଠ ନଗରିକ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବିଭିନ୍ନ ଔଷଧ ପ୍ରଦାନ କରା ଯାଇଥିଲା। ସି ଆର୍ ପି ଏଫ ଓ ରିର୍ଜବ ପୋଲିସରୁ ପଦାଧିକାରୀ ଓ ଯବାନ ଏହି ସଭାରେ ଯୋଗ ଦେଇଥିଲେ।ସଭାରେ ଡି ଆଇ ପି ଆର ଓ ମନୋଜ ବେହେରା, ଡି ଏସ ଡବ୍ଲୁ ଓ ଦୌପଦୀ କହଁର ଙ୍କ ସମେତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଧର୍ନୁଜୟ ରାଓ, ମିଥୁନ ତ୍ରିପାଠୀ, ବୃନ୍ଦାବନ , ପୀତବାସ ,ନବୀନ, ସୁକୁନ୍ତଳା, ଡିଡି ଆର ଓ ବିଭୁଦତ ସେଠି,ଜିଲ୍ଲା ଭିନ୍ନକ୍ଷମ ସଂଘ ସଂପାଦକ ସୁଜିତ୍ ରଥ ସହିତ ଅନେକ ବୁଦ୍ଧିଜୀବି ଯୋଗ ଦେଇଥିଲେ।ଶେଷରେ ଆଶା କିରଣ ଅଧକ୍ଷ ଜଗନ୍ନାଥ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *