ଆରମ୍ଭ ହେଲା 2027ର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକ୍ରମ
ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି) ଅଂଚଳରେ ଆଜିଠାରୁ ଆରମ୍ଭ ହେଲା 2027ର ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକ୍ରମ । ଆଜିଠାରୁ ଘରକୁ ଘର ବୁଲି ଗୃହ ଗଣନା କାର୍ଯ୍ୟ କରାଯାଉଛି । ଏହି ପ୍ରଥମ ପର୍ଯ୍ୟାୟ ଗୃହ ଗଣନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଗୋଷ୍ଠୀରେ ଶୁଭାରମ୍ଭ ପୂର୍ବକ ଗଣନା ବାବଦରେ ବୁଝାଇଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।ବି ଏମ୍ ସି କମିଶନର ତଥା ପ୍ରିନ୍ସିପାଲ ସେନ୍ସସ ଅଫିସର ଶ୍ରୀ ଚଞ୍ଚଳ ରାଣାଙ୍କ ନିର୍ଦେଶରେ ନିୟୋଜିତ ହୋଇଥିବା 3300 ଏନୁମରେଟର ଓ ସୁପରଭାଇଜର ଆଜି ଭୁବନେଶ୍ବରର ବିଭିନ୍ନ ସ୍ଥାନକୁ ଯାଇଥିଲେ l 35 ନମ୍ବର ଓ୍ୱାର୍ଡର ଭଗବତୀ ବସ୍ତିରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ସ୍ଥାନୀୟ କର୍ପୋରେଟର, ବିଏମ୍ ସିର ଜନଗଣନା ଅଧିକାରୀ ଶ୍ରୀମତୀ ପ୍ରିୟଦର୍ଶିନୀ ଜେନା, ବି ଡି ଏ, ବି ଏମ୍ ସି, ହାଉସିଂ ବୋର୍ଡ, ସରକାରୀ ଓ ବେସରକାରୀ ଶିକ୍ଷକଙ୍କୁ ନେଇ ହୋଇଥିବା 3300ଏନୁମରେଟର ଓ ସୁପରଭାଇଜର ଉପସ୍ଥିତ ରହି ଏହି କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟକ୍ରମ ମଇ 15 ତାରିଖ ପର୍ଯ୍ୟନ୍ତ ଚାଲିବ ।
