ଆର୍ବନ୍ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା

ବ୍ରହ୍ମପୁର କୋପରେଟିଭ ଆର୍ବନ୍ ବ୍ୟାଙ୍କର ବାର୍ଷିକ ସାଧାରଣ ସଭା ମଙ୍ଗଳବାରଦିନ ବ୍ୟାଙ୍କ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ୍ ସଭାପତି ଶ୍ରୀ ଆର୍. ମୁରଲି ମୋହନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ସମସ୍ତ ନିର୍ଦ୍ଦେଶକ ଓ ସଭ୍ୟବୃନ୍ଦ ଉପସ୍ଥିତ ରହି ବ୍ୟାଙ୍କ୍ ବିଭିନ୍ନ ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇଥିଲା ।
ଏହାସହ ୨୦୨୪-୨୫ ଆର୍ଥିକ ବର୍ଷର ଆୟ ବ୍ୟୟ ହିସାବକୁ ମଞ୍ଜୁର କରାଯାଇଥିଲା । ପରିଶେଷରେ ସଂପାଦକ (ଭାରପ୍ରାପ୍ତ) ବିଧୁ ଭୁଷଣ ବେହେରା କର୍ମଚାରୀ ମାନଙ୍କ ନିଷ୍ଠାପର ଉଦ୍ୟମ ଓ ନିର୍ଦ୍ଦେଶକ ମାନଙ୍କ ସହଯୋଗ ଏବଂ ସଭାପତିଙ୍କ ଚେଷ୍ଟା ଫଳରେ ଏହି ଲାଭ କରିଥିବାରୁ ନିୟମିତ ସଭ୍ୟମାନେ ପରିଚଳନା ପରିଷୋଧର ସଭ୍ୟ ମାନଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ପରିଶେଷରେ ସଭାପତି ଶ୍ରୀ ଆର୍. ମୁରଲି ମୋହନ ଧନ୍ୟବାଦ ପ୍ରସ୍ତାବ ଅର୍ପଣ କରି ସଭା ସାଙ୍କ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ-ସଭାପତି ଶ୍ରୀମତୀ ଜ୍ୟୋତି ସୁବୁଦ୍ଧିଙ୍କ ସମେତ ପରିଚାଳନା ପରିଷଦ ସଭ୍ୟବୃନ୍ଦ ପ୍ରକାଶ ଚନ୍ଦ୍ର ମହାରଣା, ଶ୍ରୀମତୀ ପ୍ରମିତା କୁମାରୀ ବେହେରା, ଟି. କିଶୋର କୁମାର ପାତ୍ର, ସନାତନ ସାହୁ, ଶ୍ରୀମତୀ ଅଞ୍ଜନା କୁମାରୀ ସୁବୁଦ୍ଧି, ପି. ଦୀପକ କୁମାର ଯାଦବ, ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀମତୀ ଲିଲି କୁମାରୀ ବେହେରା, ରବିନ୍ଦ୍ର ନାଥ ସେଠୀ, ଭାଗିରଥୀ ଚୌଧୁରୀ, ଶ୍ରୀମତୀ କୁରି କୁମାରୀ ଦାଶ, ଶ୍ରୀମତୀ ସରିତା କୁମାରୀ ସାହୁ ପ୍ରମୁଖ ଓ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )