ଆର୍ ଏସ ଏସ ର ପ୍ରାକ୍ତନ ଜିଲ୍ଲା ସଂଘ ଚାଳକ ମାଙ୍ଗୁ ସେଠୀ ଙ୍କ ଧର୍ମପତ୍ନୀ ଙ୍କ ବିୟୋଗ
ସୁବର୍ଣ୍ଣପୁର —ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ( ଆର ଏସ ଏସ )ସୁବର୍ଣ୍ଣପୁର ର ପୁର୍ବତନ ଜିଲ୍ଲା ସଂଘ ଚାଳକ ମାଙ୍ଗୁରାମ ସେଠୀ ଙ୍କ ଧର୍ମ ପତ୍ନୀ ଗୁରୁବାରୀ ସେଠୀ (୭୨ ବର୍ଷ) ଙ୍କ ବୁର୍ଲା ଗୁପ୍ତା ନର୍ସିଂ ହୋମ ଠାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି l ଏ ଖବର ରେ ସୋନପୁର ପୂର୍ତ୍ତ ବିଭାଗ କଲୋନୀ, ସହର , ସ୍ୱୟଂ ସେବକ ସଂଘ ପରିବାର , ପୂର୍ତ୍ତ ବିଭାଗ ତଥା ନିଜ ଗାଁ ସୋନପୁର ବ୍ଲକ୍ ନାରାୟଣପୁର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l

ସ୍ବର୍ଗୀୟା ସେଠୀ ଜଣେ ମିଷ୍ଠ ଭାଷୀ, ମେଳାପୀ ଓ ଧର୍ମ ପରାୟଣା ମହିଳା ଭାବେ ବେଶ ଜଣାଶୁଣା ଥିବା ବେଳେ ଗତ କାଲି ତାଙ୍କ ନିଜ ଗାଁ ନାରାୟଣ ପୁର ରେ ସୋନପୁର ଅଞ୍ଚଳ ର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀମତୀ ଗୁରୁବାରୀ ଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ l ଗାଁ ଶ୍ମଶାନ ଘାଟରେ ଶ୍ରୀମତୀ ଗୁରୁବାରୀ ଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା l ଏକ ମାତ୍ର ପୁଅ ସୋନପୁର ପୂର୍ତ୍ତ ବିଭାଗ ର ମୁଖ୍ୟ କିରାଣୀ ଯୋଗୀନ୍ଦ୍ର ସେଠୀ ମା ଙ୍କ ଅନ୍ତିମ ସଂସ୍କାର କରି ମୁଖାଗ୍ନି ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
